Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

କାମରେ ଲାଗୁନି ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ଉଦିଷ୍ଟ ହଷ୍ଟେଲ୍‌

24/01/2020 at 7:44 PM

ମୁନିଗୁଡା୨୪।୦୧ – ଆଦିବାସୀ ଛାତ୍ରଛାତ୍ରୀଙ୍କୁ ମାଗଣାରେ ପାଠ ପଢିବା ପାଇଁ ପାଣି ଭଳି ପଇସା ଖର୍ଚ୍ଚ ହେଉଛି । କିନ୍ତୁ ଦାୟିତ୍ବରେ ଥିବା ଅଫିସର୍ ଓ କର୍ମଚାରୀମାନଙ୍କ ଆନ୍ତରିକତାର ଅଭାବ ଯେ।ଗୁଁ ପିଲାଙ୍କ କାମ​ରେ ଲାଗୁନି ହଷ୍ଟେଲ । ରାୟଗଡା ଜିଲ୍ଲା ବିଷମ କଟକ କୁମ୍ଭାରଢାମୁଣି ଉଚ୍ଚ ପ୍ରାଥମିକ ହଷ୍ଟେଲକୁ ଦେଖିଲେ ବୁଝିପାରିବେ ପୁରା ଘଟଣା ।

ରାୟଗଡା ଜିଲ୍ଲା ବିଷମକଟକ କୁମ୍ଭାରଢାମୁଣି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତଛାତ୍ରୀଙ୍କ ପାଇଁ ତିଆରି ହଷ୍ଟେଲ । ୪୬ ଲକ୍ଷ ୧୫ ହଜାର ବ୍ୟୟରେ ଶହେ ଶଯ୍ୟା ବିଶିଷ୍ଟ ଛାତ୍ରାବାସ ନିର୍ମାଣ କରାଯାଇଛି ।

କିନ୍ତୁ ଉଦ୍‌ଘାଟନର ଦେଢ ବର୍ଷ ପରେ ବି ପିଲାଙ୍କ କାମରେ ଆସୁନି ହଷ୍ଟେଲ । ଆଜି ଯାଏ ଖଟଟିଏ ପଡିନି କି ବିଦ୍ୟୁତ୍ କି ପାଣିର ସଂଯେ।ଗ କରାଯାଇନି । ଚାରିପଟେ ଗଛ ଲତା ଉଠି ଭୂତ କେ।ଠି ପାଲଟିଛି ହଷ୍ଟେଲ । ଫଳରେ କିଏ ଘର ଭଡା ନେଇ ରହୁଛି ତ କିଏ ଦୂରଦୂରାନ୍ତରୁ ଗାଡି ମଟରରେ ଆସି ଅଯଥାରେ ଖର୍ଚ୍ଚାନ୍ତ ହେଉଛନ୍ତି ।

ଅନୁସୂଚିତ ଜାତି ଓ ଜନଜାତିର ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ଦେବାକୁ ହଷ୍ଟେଲ ନିର୍ମାଣ କରାଯାଇଥିଲା । କିନ୍ତୁ ଦାୟିତ୍ବରେ ଥିବା ଅଫିସର ଓ କର୍ମଚାରୀଙ୍କ ଆନ୍ତରିକତା ଅଭାବ ଯେ।ଗୁଁ ଆଜି ଯାଏ କାର୍ଯ୍ୟକାରୀ ହେଲାନି ହଷ୍ଟେଲ ।

ସେପଟେ ସେଇ ଚିରାଚରିତ ଉତ୍ତର ରଖିଛନ୍ତି ମନ୍ତ୍ରୀ ।ଖୁବ୍ ଶୀଘ୍ର ହଷ୍ଟେଲରେ ଆନୁସାଙ୍ଗିକ ବ୍ୟବସ୍ଥା କରିବା ସହ ଆସନ୍ତା ଶିକ୍ଷା ବର୍ଷରେ ଏହାକୁ ଚାଲୁ କରାଯିବ ବେ।ଲି କହିଛନ୍ତି ।

ସରକାର ଜାତି ଓ ଜନଜାତି ବର୍ଗର ପିଲାମାନଙ୍କ ଶିକ୍ଷାରେ ଉନ୍ନତି ଆଣିବା ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଭିତ୍ତିଭୂମି ପ୍ରସ୍ତୁତ କରୁଛନ୍ତି । କିନ୍ତୁ ଜିଲ୍ଲା ପ୍ରଶାସନର ଆନ୍ତରିକତା ଓ ଇଛାଶକ୍ତି ହିଁ ସରକାରଙ୍କ ଯୋଜନାର ବାଟ ଓଗାଳୁଛି ।

   Related Posts