Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

୧୭ ବର୍ଷର ଅପେକ୍ଷା ପରେ ମହିଳା ପାଇଲେ ଛାଡପତ୍ର, ଖୁସିରେ କଲେ ସେଲିବ୍ରେସନ୍

27/09/2021 at 8:57 AM

ନୂଆଦିଲ୍ଲୀ ୨୭/୦୯: କିଛି ସମୟ ମଧ୍ୟରେ ଭାରତରେ ଛାଡପତ୍ର ମାମଲାରେ ବୃଦ୍ଧି ଘଟିଛି। ବର୍ତ୍ତମାନ ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ ଛାଡପତ୍ର ଦେଇଛନ୍ତି, କିନ୍ତୁ ଆଶ୍ଚର୍ଯ୍ୟର କଥା ସେ ଏଥିପାଇଁ ଏକ ପାର୍ଟି ରଖିଛନ୍ତି। ଯାହା ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ଅନୁଯାୟୀ, ୪୫ ବର୍ଷୀୟା ସୋନିଆ ଗୁପ୍ତା ଯିଏକି ବିବାହର ୧୭ ବର୍ଷ ପରେ ସ୍ୱାମୀଙ୍କଠାରୁ ଛାଡପତ୍ର ପାଇଛନ୍ତି। ତଥାପି ଏଥିପାଇଁ ତାଙ୍କୁ ୩ ବର୍ଷ ସମୟ ଲାଗିଛି। ବର୍ଷ ବର୍ଷ ଧରି ଅପେକ୍ଷା କରିବା ପରେ, ଯେତେବେଳେ ସେ ସ୍ୱାଧୀନତା ପାଇଛନ୍ତି, ସେ ଅତ୍ୟନ୍ତ ଖୁସି ହୋଇ ଛାଡପତ୍ର ପାର୍ଟି ରଖିଛନ୍ତି। ଏଥିରେ ସେ ନିଜ ସମ୍ପର୍କୀୟ ଏବଂ ବନ୍ଧୁମାନଙ୍କୁ ଡାକି ବହୁତ ମଜା କରିଛନ୍ତି। ଏହି ସମୟରେ ସେ ଏକ ରଙ୍ଗୀନ ଡ୍ରେସ୍ ପିନ୍ଧି ଅତିଥିମାନଙ୍କୁ ସେହିଭଳି କିଛି ପିନ୍ଧିବାକୁ କହିଛନ୍ତି।

ସୋନିଆ କହିଛନ୍ତି ଯେ ୧୭ ବର୍ଷ ପୂର୍ବେ ତାଙ୍କର ଭାରତରେ ଆରେଞ୍ଜ ମ୍ୟାରେଜ୍ ହୋଇଥିଲା। ସୋନିଆ ତାଙ୍କ ବିବାହରେ ଆଦୌଖୁସି ନଥିଲେ। ସେ କିଛି ବର୍ଷ ପାଇଁ ଆଡଜଷ୍ଟ କରି ଚାଲିଥିଲେ କିନ୍ତୁ ତା’ପରେ ସେ ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ହେବାକୁ ସ୍ଥିର କରିଥିଲେ। ଯଦିଓ ତାଙ୍କ ପରିବାର ସଦସ୍ୟ ତାଙ୍କ ନିଷ୍ପତ୍ତିକୁ ବିରୋଧ କରିଥିଲେ କିନ୍ତୁ ସେ ରାଜି ହୋଇନଥିଲେ। ସେ କହିଥିଲେ ଯେ ଏହି ସମୟ ମଧ୍ୟରେ ତାଙ୍କ ପିଲା ଏବଂ ସାଙ୍ଗମାନେ ତାଙ୍କୁ ବହୁତ ସମର୍ଥନ କରିଥିଲେ।

ସୋନିଆ କହିଛନ୍ତି- ଲୋକମାନେ ଅନୁଭବ କରନ୍ତି ଯେ ଛାଡପତ୍ର ପରେ ଜଣେ ମହିଳାଙ୍କ ପାଇଁ ଜୀବନ କଷ୍ଟସାଧ୍ୟ ହୋଇଯାଏ, କିନ୍ତୁ ଏହା ଆଦୌ ନୁହେଁ। ସେ କହିଛନ୍ତି ଯେ ଛାଡପତ୍ର ପ୍ରୋସେସ୍ ୨୦୧୮ ମସିହାରେ ଆରମ୍ଭ ହୋଇଥିଲା ଏବଂ କୋର୍ଟରେ ୫ଥର ହାଜର ହେବା ପରେ,ଏବେ ତିନି ବର୍ଷର ଦୀର୍ଘ ସମୟ ପରେ ସେମାନଙ୍କ ଛାଡପତ୍ରକୁ ଅନୁମୋଦନ କରାଯାଇଥିଲା। ବର୍ତ୍ତମାନ ସେ ନିଜ ଜୀବନକୁ ନିଜ ପଦ୍ଧତିରେ ବଞ୍ଚିବାକୁ ଚାହୁଁଛନ୍ତି।

   Related Posts