Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

ମୃତ୍ୟୁ ପ୍ରମାଣ ପତ୍ର ଦେବାକୁ ହସ୍ପିଟାଲରେ ମାଗୁଛନ୍ତି ୨୦୦ଟଙ୍କା, ଭିଡିଓ ଭାଇରାଲ୍

6/11/2021 at 5:22 PM

ସୋର ୬।୧୧: ବାଲେଶ୍ବର ଜିଲ୍ଲା ସିମୁଳିଆ ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ପ୍ରମାଣପତ୍ର ଦେବା ପାଇଁ ୨୦୦ଟଙ୍କା ଲାଞ୍ଚ ମାଗୁଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି । ମେଡିକାଲ କର୍ମଚାରୀ ପ୍ରଶାନ୍ତ କୁଣ୍ଡୁ ମୃତ୍ୟୁ ପ୍ରମାଣ ପତ୍ର ଦେବାକୁ ଲାଞ୍ଚ ମାଗିବା ସହ ଟଙ୍କା ସମ୍ପର୍କରେ ପଚରା ଯିବାରୁ ଓଲଟି ଯୁକ୍ତି ତର୍କ କରୁଥିବା ଜଣାପଡିଛି । ଏହାସହ ରେଜିଷ୍ଟ୍ରେସନ ହୋଇଛି କି ନାହିଁ ଖୋଜିବା ପାଇଁ ଆଉ ୧୦୦ଟଙ୍କା ଲାଞ୍ଚ ମାଗିବା ସହ  ମିସକେଶ କହି ତହସିଲକୁ ପଠାଇଥିଲେ । ତହସିଲରୁ ଫେରିଲା ପରେ ପ୍ରମାଣ ଦେବା ପାଇଁ  ଚାଲାଣ କହି ୧୦୦ଟଙ୍କା ଭିଡି ୨୦୦ ଶହ ଟଙ୍କା ନେଇଥିଲେ ।

ତେବେ ସରକାର ସ୍ବାସ୍ଥ୍ୟକେନ୍ଦ୍ରରେ ଦେୟମୁକ୍ତ ଘୋଷଣା କରିଥିବା ବେଳେ କର୍ମଚାରୀମାନେ ଏମିତି ବେଆଇନ କାର୍ଯ୍ୟରେ ଲିପ୍ତ ଦିନକୁ ଦିନ ବଢିଚାଲିଛି । ଯାହା ଫଳରେ ସାଧାରଣ ଲୋକେ ବିଭିନ୍ନ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ସରକାର ନିୟମ ଅନୁସାରେ ଚାଲାଣ ବାବଦକୁ ୧୯ଟଙ୍କା ଥିବାବେଳେ ଏଠାରେ ୧୦୦ଟଙ୍କା ନେଉଛନ୍ତି । ତାହା ସହ ଚାଲାଣ ୩୦ କି ୩୫ଟଙ୍କା ସଠିକ ନ କହି ବି ଯଦି ୧୦୦ଟଙ୍କା ନ ଦିଆଯାଏ ତେବେ ପ୍ରମାଣ ପତ୍ର ମିଳିପାରିବ ନାହିଁ ବୋଲି ଅଧିକରୀ କହୁଛନ୍ତି ।

ଅନ୍ୟପଟେ ସିମୁଳିଆ ମେଡ଼ିକାଲରେ ଖାଲି ପ୍ରଶାନ୍ତ କୁଣ୍ଡୁ ନୁହନ୍ତି ବଡ଼ ବଡ଼ କର୍ମଚାରୀମାନେ ଏଥିରେ ସଂପୃକ୍ତ ଥିବା ସୂଚନା ମିଳିଛି । ଏମିତି ଲାଞ୍ଚୁଆ କର୍ମଚାରୀଙ୍କ ବିରୋଧରେ ଜିଲ୍ଲା ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି ତାହାଲେ ସରକାରୀ କର୍ମଚାରୀମାନେ ଏଭଳି କାର୍ଯ୍ୟରେ ସବୁବେଳେ ଲିପ୍ତ ରହିବେ ଏହାର କିଛି ସନ୍ଦେହ ନାହିଁ ।

   Related Posts