ବାଲିଗୁଡା ସବଡିଭିଜିନାଲ ଡାକ୍ତରଖାନାର ମହିଳା ଆଟେଣ୍ଡାଟ୍ କରୁଛନ୍ତି ସୁଇପର କାମ

Published By : Prameya-News7 Bureau | May 28, 2019 IST

ବାଲିଗୁଡା ୨୮|୫: ବାଲିଗୁଡା ସବଡିଭିଜିନାଲ ଡାକ୍ତରଖାନାରୁ ଆସିଛି ସଂଗୀନ ଅଭିଯୋଗ । ଏଠି ମହିଳା ଆଟେଣ୍ଡାଟ୍ କରୁଛନ୍ତି ସୁଇପର କାମ । ହସ୍ପିଟାଲ କର୍ତ୍ତୃପକ୍ଷ ଚଟାଣ ଓ କାନ୍ଥକୁ ଫିନାଇଲ ପକାଇ ସଫା କରିବା ସହ ଅଳିଆ ଆବର୍ଜନା ସଫା କରିବାକୁ ବାଧ୍ୟ କରୁଥିବା  କହିଛନ୍ତି ମହିଳା ଆଟେଣ୍ଡାଣ୍ଟ ।

{"id":117000}

ଏହା ତାଙ୍କ କାମ ନୁହେଁ ସୁଇପରଙ୍କ କାମ ବୋଲି ଯେତେ କହିଲେ ବି କେହି ଶୁଣୁନାହାଁନ୍ତି । ଗାଳି ଗୁଲଜ ଶୁଣି ଚାକିରୀ ଚାଲିଯିବା ଭୟରେ ସେମାନେ ଏ କାମ କରିବାକୁ ବାଧ୍ୟ ହେଉଛନ୍ତି । ଏ ଅଭିଯୋଗ ନେଇ ନ୍ୟୁଜ ୭ ତରଫରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲା, ସେ ଘଟଣା ସମ୍ପର୍କରେ କିଛି ଜାଣି ନାହାଁନ୍ତି,ତଦନ୍ତରେ ପରେ ସତ ଜଣାପଡିବ ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.