ହସ୍ପିଟାଲରେ ଆଖି ବୁଜିଲେ ମାଆ-ଛୁଆ, ଚିକିତ୍ସା ଅବହେଳା ଅଭିଯୋଗ ଆଣିଲେ ପରିବାର ଲୋକେ

Published By : Prameya-News7 Bureau | February 01, 2021 IST

ବଲାଙ୍ଗୀର୧/୨: ଭୀମ ଭୋଇ ହସ୍ପିଟାଲରେ ମାଆ ସହ ନବଜାତ ଶିଶୁର ମୃତ୍ୟୁ। ଏ ନେଇ ହସ୍ପିଟାଲ ପରିସରରେ ମୃତକଙ୍କ ସଂପର୍କୀୟମାନେ ହୋହାଲ୍ଲା କରିଛନ୍ତି। ଦେଓଗାଁ ବ୍ଲକ ମକୁନ୍ଦପୁର ପଞ୍ଚାୟତ ପୁରୁଣାପାଣି ଗାଁର ଭକ୍ତ ସୁନାଙ୍କ ସ୍ତ୍ରୀ ପଙ୍କଜିନୀ ସୁନାଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସୋମବାର ଅସ୍ତ୍ରୋପଚାର ପରେ ଏକ ମୃତ ଶିଶୁକନ୍ୟା ଜନ୍ମ ହୋଇଥିଲା। ଅସ୍ତ୍ରୋପଚାର ପରେ ଗଭୀର ରକ୍ତସ୍ରାବ ହୋଇଥିଲା।  ମହିଳାଙ୍କ ଚିକିତ୍ସା କରିବା ବଦଳରେ ତାଙ୍କୁ ବୁର୍ଲା ପଠାଇ ଦେଇଥିଲେ। ସେତେବେଳକୁ ଗୁରୁତର ମହିଳାଙ୍କ ମୃତ୍ୟୁ ହୋଇ ସାରିଥିଲା। ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ମନମାନି ଯୋଗୁଁ ମହିଳାଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏ ନେଇ ହସ୍ପିଟାଲ ପରିସରରେ ଉତ୍ତେଜନା ଦେଖିବାକୁ ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.