ହସ୍ପିଟାଲର ପ୍ରଶଂସନୀୟ ପଦକ୍ଷେପ: ଆବଶ୍ୟକୀୟଙ୍କୁ ମାଗଣାରେ ଦେଉଛି ଅକ୍ସିଜେନ, ରହିଛି ଏହି ସର୍ତ୍ତ

Published By : Prameya-News7 Bureau | April 26, 2021 IST

ଭଦୋହୀ ୨୬/୦୪ : ଗୁରୁତର କରୋନା ରୋଗୀଙ୍କ ପାଇଁ ଅକ୍ସିଜେନ ନିହାତି ଆବଶ୍ୟକ। କରୋନାର ଦ୍ୱିତୀୟ ଲହରରେ ଦେଶର ଅନେକ ରାଜ୍ୟରେ ଅକ୍ସିଜେନ ସଙ୍କଟ ଦେଖାଦେଇଛି। ଅକ୍ସିଜେନ ପାଇଁ ଲୋକେ ନାନା ହଇରାଣ ହରକତ ହେଉଛନ୍ତି। ଅକ୍ସିଜେନ ଅଭାବରୁ ଅନେକ  ସଂକ୍ରମିତ ଜୀବନ ହାରୁଛନ୍ତି। କିନ୍ତୁ କିଛି ସହୃଦୟ ବ୍ୟକ୍ତି ସାହାଯ୍ୟର ହାତ ବଢ଼ାଇ ଲୋକଙ୍କୁ ଅକ୍ସିଜେନ ଯୋଗାଉଛନ୍ତି। ଉତ୍ତର ପ୍ରଦେଶ ଭଦୋହୀର ଏକ ହସ୍ପିଟାଲ ସଞ୍ଚାଳକଙ୍କ ତରଫରୁ ଲୋକଙ୍କୁ ଅକ୍ସିଜେନ ସିଲିଣ୍ଡର ରିଫିଲ କରି ଦିଆଯାଉଛି ସେ ବି ନିଃଶୁଳ୍କ। ହସ୍ପିଟାଲର ଏହି ପଦକ୍ଷେପ ଯୋଗୁଁ କୋଭିଡ ରୋଗୀଙ୍କୁ ଅନେକ ଲାଭ ହେଉଛି।

ଦେଶରେ ଅନେକ ସ୍ଥାନରେ ଅକ୍ସିଜେନ ସଙ୍କଟ ଦେଖାଦେଇଛି। ଏହିଭଳି ସମୟରେ ଅକ୍ସିଜେନ କଳାବଜାରୀ ହେଉଥିବା ଖବର ମଧ୍ୟ ସାମ୍ନାକୁ ଆସିଛି। କିନ୍ତୁ ଏମିତି ବି କିଛି ଲୋକ ଅଛନ୍ତି ଯେଉଁମାନେ ନିଃସ୍ୱାଥପର ଭାବେ ଲୋକଙ୍କୁ ସାହାଯ୍ୟ କରୁଛନ୍ତି। ଉତ୍ତର ପ୍ରଦେଶ ଭଦୋହୀ ଜିଲ୍ଲାରେ ଭୀଷଣ ଅକ୍ସିଜେନ ସଙ୍କଟ ଦେଖାଦେଇଛି। ସହରର ନ୍ୟୁ ଶ୍ରଦ୍ଧା ହସ୍ପିଟାଲ ତରଫରୁ ଅକ୍ସିଜେନ ଉପଲବ୍ଧ କରାଯାଉଛି। ହସ୍ପିଟାଲ ଛଡା ସାଧାରଣ ଲୋକ ଯେଉଁମାନଙ୍କୁ ଅକ୍ସିଜେନ ଆବଶ୍ୟକ ସେମାନଙ୍କ ନିଃଶୁଳ୍କ ଦିଆଯାଉଛି। ଏଥିପାଇଁ ଏକ ସର୍ତ୍ତ ମଧ୍ୟ ରଖାଯାଇଛି। ସର୍ତ୍ତ ହେଲା ଅକ୍ସିଜେନ ବଦଳରେ ହସ୍ପିଟାଲ କେଉଁ ରୋଗୀଙ୍କ ଠାରୁ ଟଙ୍କା ରଖିପାରିବ ନାହିଁ। ହସ୍ପିଟାଲ ସଞ୍ଚାଳକ ନିଷ୍ପତ୍ତି ନେଇଛନ୍ତି ଯେ ଲୋକଙ୍କ ଠାରୁ ଖାଲି ସିଲିଣ୍ଡର ରଖି ରିଫିଲ୍ କରି ନିଃଶୁଳ୍କ ଅକ୍ସିଜେନ ଦିଆଯିବ। ଏହାଦ୍ୱାରା ଲୋକଙ୍କର ବହୁତ ଲାଭ ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.