କାନ୍ଦି ପକାଇଲେ ହସ୍ପିଟାଲ MD : କହିଲେ,‘ଆମେ ଚାହିଁକି ବି ରୋଗୀଙ୍କୁ ବଞ୍ଚାଇ ପାରୁନାହୁଁ, ଅକ୍ସିଜେନ୍ ଯେଉଁଠି ଅଛି ସେଠାକୁ ନେଇଯାନ୍ତୁ’

Published By : Prameya-News7 Bureau | April 24, 2021 IST

ନୂଆଦିଲ୍ଲୀ ୨୪/୦୪ : ରାଜଧାନୀ ଦିଲ୍ଲୀରେ ବେକାବୁ ହୋଇପଡିଛି କରୋନା । ହସ୍ପିଟାଲ ଗୁଡିକରେ ଅକ୍ସିଜେନ୍‌ ଅଭାବ ଆହୁରି ସାଂଘାତିକ ହୋଇପଡିଛି । ସ୍ଥିତି ଏପରି ଯେ, ରୋଗୀଙ୍କ ଦେବଦୂତ କୁହାଯାଉଥିବା ଡାକ୍ତର ମଧ୍ୟ ନିଜର କୋହ ସମ୍ଭାଳି ପାରୁନାହାନ୍ତି । ଦିଲ୍ଲୀ ସ୍ଥିତ ବତ୍ରା ହସ୍ପିଟାଲ​‌ରେ ଅକ୍ସିଜେନ୍‌ ଅଭାବକୁ ନେଇ ଗଣମାଧ୍ୟମକୁ ସୂଚନା ଦେବା ସମୟରେ କାନ୍ଦି ପକାଇଲେ ଏମ୍‌ଡି ଡାକ୍ତର ଏସ୍‌ସିଏଲ୍‌ ଗୁପ୍ତା ।

ଅକ୍ସିଜେନ୍‌ ଅଭାବ ଯୋଗୁଁ ହସ୍ପିଟାଲର ଏମ୍‌ଡି ମଧ୍ୟ ଅସହାୟତା ପ୍ରକାଶ କରୁଛନ୍ତି ଏବଂ କୋହ ସମ୍ଭାଳି ପାରୁନାହାନ୍ତି । ବତ୍ରା ହସ୍ପିଟାଲ ଏମ୍‌ଡି ଏସ୍‌ସିଏଲ୍‌ ଗୁପ୍ତା କହିଛନ୍ତି,‘ମୁଁ ଲୋକମାନଙ୍କୁ ଅନୁରୋଧ କରୁଛି, ଯେଉଁଠାରେ ଅକ୍ସିଜେନ ଉବଲବ୍ଧ ଅଛି ରୋଗୀଙ୍କ ସମ୍ପର୍କୀୟମାନେ ସେଠାକୁ ତୁରନ୍ତ ନେଇଯାଆନ୍ତୁ । ଏହାକୁ ଆସୁଥିବା ସମସ୍ତ ରୋଗୀ ନିଜର ଭଳି । ଏହି ସଙ୍କଟ ସମୟରେ ଆମେ କିଛି ସାହାଯ୍ୟ କରିପାରୁ ନାହୁଁ । ରୋଗୀଙ୍କୁ ବଞ୍ଚାଇବାକୁ ଚାହିଁଲେ ବି ଆମେ ବଞ୍ଚାଇପାରୁନାହୁଁ । ଦୟାକରି ମୋ ରୋଗୀଙ୍କ ଜୀବନ ବଞ୍ଚାନ୍ତୁ’।

wp:embed {"url":"https://twitter.com/ANI/status/1385909527912927237","type":"rich","providerNameSlug":"twitter","responsive":true,"className":""}
https://twitter.com/ANI/status/1385909527912927237
/wp:embed

ସୂଚନାଯୋଗ୍ୟ, ଶନିବାର ସକାଳେ ବତ୍ରା ହସ୍ପିଟାଲରେ ଅକ୍ସିଜେନ୍‌ ଶେଷ ହେଉଥିବା ନେଇ ଖବର ଆସିଥିଲା । କିଛି ସମୟ ପରେ ଗୋଟିଏ ଟ୍ୟାଙ୍କର ଯୋଗେ ଅକ୍ସିଜେନ ଆସି ପହଞ୍ଚିଥିଲା । ଯାହାକି ମାତ୍ର ଘଣ୍ଟାଏ ପାଇଁ ବଳକା ଥିଲା ।

ଅକ୍ସିଜେନ୍‌ ଅଭାବକୁ ନେଇ ଡାକ୍ତର ଗୁପ୍ତା କହିଛନ୍ତି, ଶନିବାର ସକାଳ ୭ଟା ବେଳେ ହସ୍ପିଟାଲରୁ ଅକ୍ସିଜେନ୍‌ ଶେଷ ହୋଇଯାଇଥିଲା । ପ୍ରତିଦିନ ହସ୍ପିଟାଲ ପାଇଁ ୭ ହଜାର ଲିଟର ଅକ୍ସିଜେନ୍‌ ଆବଶ୍ୟକ ଥିବାବେଳେ ମାତ୍ର ୫୦୦ ଲିଟର ଅକ୍ସିଜେନ୍‌ ଆସି ପହଞ୍ଚିଥିଲା ଯାହାକି ମାତ୍ର କିଛି ସମୟ ପାଇଁ ଚାଲିବ । ହସ୍ପିଟାଲରେ ୩୫୦ରୁ ଉର୍ଦ୍ଧ୍ବ କରୋନା ଆକ୍ରାନ୍ତ ଥିବା ବେଳେ ୪୮ ଜଣ ଆଇସିୟୁରେ ଭର୍ତ୍ତି ଅଛନ୍ତି । ରୋଗୀଙ୍କ ପାଇଁ ହସ୍ବିଟାଲ ପକ୍ଷରୁ କୌଣସି ସହାୟତା କରାଯାଇ ପାରୁନାହିଁ । ସ୍ଥିତି ଏପରି ହୋଇଛି ହସ୍ପିଟାଲର ଡାକ୍ତର, ନର୍ସ ଥାଇ ମଧ୍ୟ ଚିକିତ୍ସା ଯୋଗଇପାରୁନାହୁଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.