Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ହସ୍ପିଟାଲ ସଂକ୍ରମଣ ବଢ଼ାଇଲାଣି ଟେନ୍‌ସନ…

9/07/2020 at 8:43 PM

ଭୁବନେଶ୍ବର୯/୭: ରାଜ୍ୟର ପ୍ରମୁଖ ହସ୍ପିଟାଲରେ ଡାକ୍ତର, କର୍ମଚାରୀ ଓ ରୋଗୀ କରୋନା ଆକ୍ରାନ୍ତ ହେବା ଟେନସନ୍ ବଢାଇଛି । ସଂକ୍ରମଣ ବଢୁଥିବାରୁ ଆସନ୍ତାକାଲିଠୁ ଭୁବନେଶ୍ବର ଏମସର ଓପିଡିକୁ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି ।  ଏସ୍‌ସିବିରେ ଟୋକନ ବ୍ୟବସ୍ଥା କରାଯାଇଥିବା ବେଳେ ଅଡଶପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ବନ୍ଦ କରିଛି ଜିଲ୍ଲା ପ୍ରଶାସନ । ସେହିପରି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତୀ ବିଭାଗକୁ ସିଲ୍ କରାଯାଇଛି ।

ହସ୍ପିଟାଲ ସଂକ୍ରମଣ ବଢ଼ାଇଲାଣି ଟେନ୍‌ସନ । ହସ୍ପିଟାଲର କର୍ମଚାରୀ , ସ୍ବାସ୍ଥ୍ୟ କର୍ମୀ, ଅନ୍ୟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ରୋଗୀ କୋଭିଡ ଆକ୍ରାନ୍ତ ହେବା ଚିନ୍ତାଜନକ ହେଲାଣି।  ବୁଧବାର ଭୁବନେଶ୍ବର ଏମ୍‌ସରୁ ୪୦ କୋଭିଡ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ଏଠାରେ  ୮୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଲେଣି।  ଯାହାକି ପ୍ରଶାସନ, ରୋଗୀ ଏବଂ ସଂପର୍କିୟଙ୍କ ପାଇଁ ଚିନ୍ତା ବଢ଼ାଇଛି । ସ୍ଥିତି ଏମିତି ହୋଇଛି ଯେ କାଲିଠୁ ଭୁବନେଶ୍ବର ଏମ୍‌ସ ଓପିଡି ବନ୍ଦ କରିବାକୁ ବାଧ୍ୟ ହୋଇଛନ୍ତି କର୍ତ୍ତୃପକ୍ଷ । ଓପିଡି ବନ୍ଦ ରହିଲେ ମଧ୍ୟ ଏମର୍ଜେନ୍ସି ସେବା ଜାରି ରହିବ । ରୋଗୀ ଟେଲି ମେଡିସିନ୍ ସର୍ଭିସେସ୍ ଜରିଆରେ ଏମସର ଡ଼ାକ୍ତରଙ୍କ ପରାମର୍ଶ ନେଇପାରିବେ ।  ଖୁବଶୀଘ୍ର ଏଥିପାଇଁ ଏକ ଆପ୍ ଲଂଚ୍ କରାଯିବ । କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ରୋଗୀ ଏବଂ କର୍ମଚାରୀଙ୍କୁ ସଙ୍ଗରୋଧରେ ରହିବାକୁ କୁହାଯାଇଛି। କଣ୍ଟେନମେଣ୍ଟ ଜୋନରୁ ଆସୁଥିବାରୁ କର୍ମଚାରୀଙ୍କୁ ହସ୍ପିଟାଲ ନଆସିବାକୁ କୁହାଯାଇଛି ।

ସେହିପରି କଟକ ଏସ୍‌ସିବିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ସତର୍କତାମୂଳକ ପଦକ୍ଷେପ ନେଇଛି ପ୍ରଶାସନ । ଏସ୍‌ସିବି ସହ ଆଚାର୍ଯ୍ୟ ହରିହର କ୍ୟାନସର ପ୍ରତିଷ୍ଠାନ, ଶିଶୁ ଭବନ, ସିଟି ହସ୍ପିଟାଲକୁ ସାନିଟାଇଜ୍ କରାଯାଇଛି । ଏସସିବିରେ ରୋଗୀ ସଂଖ୍ୟା ବୃଦ୍ଧିକୁ ନଜରରେ ରଖି ପ୍ରବେଶ ଉପରେ କଟକଣା କରାଯାଇଛି। ଅଯଥା ଭିଡ ନିୟନ୍ତ୍ରଣ ପାଇଁ ଆରମ୍ଭ ହୋଇଛି ଟୋକନ୍ ବ୍ୟବସ୍ଥା । ମେଡିକାଲକୁ ଆସୁଥିବା ସମସ୍ତ ଚାରି ଚକିଆ ଓ ଅଟୋ ମେଡିକାଲ ପ୍ରବେଶ ପଥରେ ଟୋକନ୍ ନେଇ କ୍ୟାମ୍ପସ ଭିତରକୁ ପ୍ରବେଶ କରିବେ । ଘଣ୍ଟାଏରୁ ଅଧିକ ସମୟ କ୍ୟାମ୍ପସରେ ଗାଡି ରହିଲେ ୧୦୦ ଟଙ୍କା ଜରିମାନା ଆଦାୟ କରାଯିବ । ଏସ୍ ସି ଵି କ୍ବାରାଣ୍ଟିନ୍ ରୁ ଆଜି ୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।କର୍କଟ ରୋଗ ପ୍ରତିଷ୍ଠାନ ଓ ଏକ ଘରୋଇ ନର୍ସିଂ ହୋମ୍ ରୁ ୨ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ସେପଟେ କଟକ ଜିଲ୍ଲା ଅଡଶପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ୬ ଜଣ କର୍ମଚାରୀ ପଜିଟିଭ ଚିହ୍ନଟ ହେବା ପରେ ହସ୍ପିଟାଲକୁ ବନ୍ଦ କରିଦିଆଯାଇଛି । ପୂରା ଅଡଶପୁରକୁ ୭୨ ଘଣ୍ଟା ସଟଡାଉନ ଘୋଷଣା କରାଯାଇଛି । ହସ୍ପିଟାଲର ୩ ଜଣ ଏଏନ ଏମ, ଜନସ୍ବାସ୍ଥ୍ୟ ଅଧିକାରୀ, କର୍ମଚାରୀ ଆକ୍ରାନ୍ତ ହୋଇଛନ୍ତି । କେନ୍ଦୁଝର ଜିଲ୍ଲା ରେ ଆଜି ୪୮ ଜଣ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତୀ ବିଭାଗକୁ ସିଲ୍ କରାଯାଇଛି ।  ଜଣେ କରୋନା ଯୋଦ୍ଧା ପଜିଟିଭ୍‌ ଚିହ୍ନଟ  ପରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ।

ଗତ କିଛିଦନ ତଳେ ଭିସୁଟରୁ ୮ଟି ସ୍ଥାନୀୟ ସଂକ୍ରମଣ ଚିହ୍ନଟ ପରେ ଆଜି ଓ ଆସନ୍ତା କାଲି ଯାଏ ବୁର୍ଲା ସହରର ୫ ଟି ୱାର୍ଡକୁ ସଟ ଡାଉନ ଘୋଷଣା କରିଛି ସମ୍ବଲପୁର ଜିଲ୍ଲା ପ୍ରଶାସନ ।  ତେବେ ଭୀମସାର ମେଡ଼ିକାଲ ସଟଡାଉନରୁ ବାଦ ରହିଛି ।  

   Related Posts