Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ସିରିଆ ଡ୍ରୋନ୍ ଆଟାକ୍‌: ଅଲକାଏଦାର ବରିଷ୍ଠ ନେତା ଅବଦୁଲ ହମିଦ ଅଲ-ମାତାର ମୃତ
  • ||
  • ନିଶ୍ଚିନ୍ତକୋଇଲିରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ଫସଲ
  • ||
  • ମନୀଷ ଅନୁରାଗ ହତ୍ୟା ମାମଲା : ସାଉଥ୍‌ ସିଟି ବାର୍‌ ମାଲିକ ଓ ପରିଚାଳନା କରୁଥିବା ପ୍ରସନ୍ନ ବେହେରା ଗିରଫ
  • ||
  • ଅନ୍ୟ ରାଜ୍ୟର ଜେଲକୁ ସ୍ଥାନାନ୍ତର ହେଉଛନ୍ତି ଆତଙ୍କବାଦୀ : ଜମ୍ମୁ-କାଶ୍ମୀରରୁ ୨୬ ଆତଙ୍କୀଙ୍କୁ ପଠାଗଲା ଆଗ୍ରା
  • ||
  • କମୁଛି ପାରଦ, ଆଗକୁ ବଢିବ ଶୀତ
  • ||
  • ଟି୨୦ ବିଶ୍ୱକପ : ଅସଲ ଲଢେଇ ଆରମ୍ଭ, ସୁପର ୧୨ର ପ୍ରଥମ ମୁକାବିଲାରେ ଅଷ୍ଟ୍ରେଲିଆ ବନାମ ଦକ୍ଷିଣ ଆଫ୍ରିକା
  • ||

ମହାରାଷ୍ଟ୍ର ପ୍ରାଇମ କ୍ରିଟିକେୟାର ହସ୍ପିଟାଲରେ ଅଗ୍ନିକାଣ୍ଡ : ୪ ମୃତ, ଅନେକ ଗୁରୁତର

28/04/2021 at 8:52 AM

ମହାରାଷ୍ଟ୍ର ୨୮/୪ : ମହାମାରୀ ଦୁଃଖଠାରୁ ବଳିଯାଉଛି ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣା । ଗତ କିଛିଦିନ ହେବ ବିଭିନ୍ନ ହସ୍ପିଟାଲରେ ନିଆଁ ଲାଗି ଅନେକ ଲୋକଙ୍କ ଜୀବନ ଗଲାଣି । ସର୍ଟସର୍ଟିକରୁ ହେଉ ଅଥବା ଅକ୍ସିଜେନ ଅଭାବରୁ ରୀତିମତ ନୂଆ ନୂଆ ଘଟଣା ସାମ୍ନାକୁ ଆସୁଛି । ଦିଲ୍ଲୀ, ମହାରାଷ୍ଟ୍ର ସମେତ ଅନେକ ଜାଗାରୁ ଏଭଳି ଦୁଃଖଦ ଖବର ଘଟିଚାଲିଛି ।

ଆଜି ଠାଣେ ସ୍ଥିତ ପ୍ରାଇମ କ୍ରିଟେକେୟାର ହସ୍ପିଟାଲରେ ନିଆଁ ଲାଗିବା କାରଣରୁ ୪ ରୋଗୀଙ୍କ ମୃତ୍ୟୁ ହୋଇଛି । ଏଥିସହ ଅନେକ ଗୁରୁତରଙ୍କୁ ଅନ୍ୟତ୍ର ସ୍ଥାନନାତର କରାଯାଇଛି । ଏହାସହ ମୃତ୍ୟୁ ସଂଖ୍ୟା ବଢିବ ବୋଲି ଆକଳନ ବି କରାଯାଉଛି । ଠାଣେ ମହାନଗର ପାଳିକାଙ୍କ କହିବା ମୁତାବକ ଆଜି ଭୋର ୩.୪ରେ ହସ୍ପିଟାଲରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ଖବର ପାଇ ଦମକଳ ବାହିନୀ ତୁରନ୍ତ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଇଥିଲେ । ଏହାସହ ରୋଗୀଙ୍କୁ ଅନ୍ୟତ୍ର ବି ସ୍ଥାନାନ୍ତର କରିଛନ୍ତି ।

ଗତ କିଛିଦିନ ହେବ ମହାରାଷ୍ଟ୍ରରେ ମହାମାରୀ ସହ ହସ୍ପିଟାଲରେ ଅଗ୍ନିକାଣ୍ଡ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ମୁମ୍ୱାଇ ବିଜୟ ବଲ୍ଲଭ କୋଭିଡ ହସ୍ପିଟାଲ ନିଆଁ ଲାଗିବା କାରଣରୁ ପ୍ରାୟ ୧୪ ଜଣଙ୍କ ମୃତ୍ୟୁ ହେବା ସହ ଅନେକ ଗୁରୁତର ହୋଇଥିଲେ । ପାଖାପାଖି ୯୨ କୋଭିଡ ରୋଗୀଙ୍କ ଏଠାରେ ଚାଲିଥିଲା ଚିକିତ୍ସା । ଏହା ପୂର୍ବରୁ ଜାକିର ହୁସେନ ହସ୍ପିଟାଲରେ ଅକ୍ସିଜେନ ସିଲିଣ୍ଡର ଲିକ୍ ହେବାରୁ ପାଖାପାଖି ୨୫ ଜଣଙ୍କ ଜୀବନ ଚାଲିଯାଇଥିଲା ।

   Related Posts