Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

କରୋନା ପୀଡ଼ିତାଙ୍କ ମୃତ୍ୟୁ ପରେ କାର୍ଯ୍ୟାନୁଷ୍ଠାନ, ମେଡିକାଲ ଉପରେ ଲାଗିଲା ୭୭ ଲକ୍ଷ ଟଙ୍କାର ଜରିମନା

29/06/2020 at 9:17 AM

ଅହମ୍ମଦାବାଦ ୨୯।୦୬: କରୋନା ମହାମାରୀକୁ ରୋକିବା ପାଇଁ ଅନେକ ପଦକ୍ଷେପ ନିଆଯାଉଛି । ଯଦି ମେଡିକାଲ କର୍ତ୍ତୃପକ୍ଷ ଅବେହଳା କରିବା ତେବେ ଆଉ କଣ କରାଯାଇପାରିବ । ଏମିକି ଏକ ଘଟଣା ଘଟିଛି ଗୁଜୁରାଟ ରାଜ୍ୟରର ଅହମ୍ମଦାବାଦରେ । ମେଡିକାଲ କର୍ତ୍ତୃପକ୍ଷ ଅବହେଳା ଅଭିଯୋଗରେ ଜଣେ କରୋନା ରୋଗୀଙ୍କ ମୃତ୍ୟୁ ହୋଇଯାଇଥିବା ଖବର ଆସିଛି । ଯାହାର କାର୍ଯ୍ୟାନୁଷ୍ଠାନ ନେଇଛି ଅହମ୍ମଦାବାଦ ମ୍ୟୁନିସିପାଲିଟି କର୍ପୋରେସନ । ଜଣେ କରୋନା ରୋଗୀଙ୍କ ମୃତ୍ୟୁ ପାଇଁ ଅହମ୍ମଦାବାଦ ମ୍ୟୁନିସିପାଲିଟି କର୍ପୋରେସନ ଏକ ଘରୋଇ ଡାକ୍ତରଖାନାକୁ ୭୭ ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି । ଏହା ସହ ଡାକ୍ତରଖାନା ବିରୋଧରେ ପୋଲିସରେ ମାମଲା ମଧ୍ୟ ଦାୟର କରାଯାଇଛି ।

ସୂଚନାଯୋଗ୍ୟ ଯେ, ଏକ ଘରୋଇ ଡାକ୍ତରଖାନାରେ ଜଣେ ୭୩ ବର୍ଷୀୟ କରୋନା ରୋଗୀ ଚକିତ୍ସିତ ହେଉଥିଲେ । ଜୁନ୍ ୧୮ରେ ସେ ଭେଣ୍ଟିଲେଟର ସହାୟତା ଆବଶ୍ୟକ କରୁଥିବାରୁ ତାଙ୍କୁ ରାଜସ୍ଥାନ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ଡାକ୍ତରଖାନାର ଗେଟ୍ ଖୋଲିବାକୁ କର୍ମଚାରୀମାନେ ବିଳମ୍ବ କରିବାରୁ ତାଙ୍କୁ ୨୦ ମିନିଟ୍ ଅପେକ୍ଷା କରିବାକୁ ପଡିଥିଲା । ଯେଉଁଥି ପାଇଁ ରୋଗୀଙ୍କ ମୃତ୍ୟୁ ଘଟିଥିଲା ।

ଘଟଣାରେ ଅହମ୍ମଦାବାଦ ମ୍ୟୁନିସିପାଲିଟି କର୍ପୋରେସନ ରାଜସ୍ଥାନ ଡାକ୍ତରଖାନା ବିରୋଧରେ ୨୫ ଲକ୍ଷ ଟଙ୍କା, ଆଠ ଜଣ ବୋର୍ଡ ସଦସ୍ୟଙ୍କ ଉପରେ ୧୬ ଲକ୍ଷ ଟଙ୍କା ଏବଂ ୧୮ ଟ୍ରଷ୍ଟିଙ୍କ ଉପରେ ୩୬ ଲକ୍ଷ ଟଙ୍କା ଜରିମାନା ଆଦାୟ କରିଛି । ଏହି ଟଙ୍କା କରୋନା ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବହାର କରାଯିବ ।  ଗୁଜୁରାଟ ହାଇକୋର୍ଟଙ୍କ ନିଷ୍ପତ୍ତି ପରେ ଏମସି ପକ୍ଷରୁ ଡାକ୍ତରଖାନା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ହାଇକୋର୍ଟଙ୍କ ଏହି ରାୟରେ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

   Related Posts