Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ସାଲିଆ ସାହିରୁ ୫ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ, ୯ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୬ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ବହ୍ମପୁର : ବୋଲେରୋ ଧକ୍କାରେ ଜଣେ ମୃତ
  • ||
  • ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ତାଳଚେରରେ ଅର୍ଥନୈତିକ ଆନ୍ଦୋଳନ, ସମସ୍ତ ଖଣିରୁ କୋଇଲା ଉତ୍ପାଦନ ସହ ପରିବହନ ବନ୍ଦ
  • ||
  • ନୂଆଦିଲ୍ଲୀ : ୩ ବର୍ଷରେ ପୂରା ହେବ ରାମ ମନ୍ଦିର ନିର୍ମାଣ
  • ||
  • ପୁଣି ନବୀନ ପଟ୍ଟନାୟକ ଏକ ନମ୍ବର, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||

ଖାଇବାକୁ ମାଗିଲେ ଇଡ୍‌ଲୀ, କିନ୍ତୁ ଡେଇଁପଡିଲେ ଛାତରୁ : କରୋନା ଭୟରେ ଆତ୍ମହତ୍ୟା !

28/04/2020 at 10:18 AM

ବାଙ୍ଗାଲୋର ୨୮।୦୪: ବାଙ୍ଗାଲୋରସ୍ଥିତ ଭିକ୍ଟୋରିଆ ହସ୍ପିଟାଲ କ୍ୟାମ୍ପସରେ ଥିବା ଟ୍ରମା କେୟାର ସେଣ୍ଟର ଛାତରୁ ଡେଇଁ ସୋମବାର ଜଣେ ୫୦ ବର୍ଷୀୟ କରୋନା ରୋଗୀ ଆତ୍ମହତ୍ୟା କରିଛନ୍ତି ।

ହସ୍ପିଟାଲ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପେସାରେ ଅଟୋ ଚାଳକ ଥିବା ଏହି ବ୍ୟକ୍ତିଙ୍କ ନିକଟରେ ଏପ୍ରିଲ ୨୪ରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲା । ଏହାପରେ ତାଙ୍କୁ ହସ୍ପିଟାଲର ଟ୍ରମା କେୟାର ସେଣ୍ଟରରେ ଥିବା କରୋନା ଆଇସୋଲେସନ ୱାର୍ଡରେ ଭର୍ତ୍ତି କରାଯାଇଥିଲା। ଯଦିଓ ତାଙ୍କ ନିକଟରେ କରୋନାର କୌଣସି ଲକ୍ଷଣ ନ ଥିଲା, କିଡ୍‌ନୀ ସମସ୍ୟା କାରଣରୁ ତାଙ୍କୁ ଆଇସିୟୁକୁ ପଠାଇ ଦିଆଯାଇଥିଲା ।

ସୋମବାର ସକାଳ ସାଢ଼େ ୮ଟା ବେଳକୁ ସେ ହସ୍ପିଟାଲର କର୍ମଚାରୀଙ୍କୁ ଇଡ୍‌ଲି ଖାଇବାକୁ ମାଗିଥିଲେ । କର୍ମଚାରୀ ଜଣଙ୍କ ଇଡ୍‌ଲି ଆଣିବାକୁ ଯିବାପରେ ସେ ଆଇସିୟୁର ଦ୍ୱାର ଖୋଲି ଫାୟାର ଏକ୍‌ଜିଟ୍‌ କବାଟ ଖୋଲି ତଳକୁ ଡେଇଁ ପଡ଼ିଥିଲେ । ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଏହି ଘଟଣା ହତ୍ୟା ନା ଆତ୍ମହତ୍ୟା, ପୋଲିସ୍‌ ତାହାର ତଦନ୍ତ ଜାରି ରଖିଛି । ଏହି ଅଟୋ ଚାଳକଙ୍କ ମୃତ୍ୟୁ ସହ କର୍ଣ୍ଣାଟକରେ କରୋନା ରୋଗୀଙ୍କ ମୃତ୍ୟୁ ସଂଖ୍ୟା ୨୦ରେ ପହଞ୍ଚିଛି ।

   Related Posts