Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରଧାନ ଶିକ୍ଷକ ଓ ଦୁଇ ଶିକ୍ଷୟତ୍ରୀଙ୍କ ସେକ୍ସ ଭିଡିଓ ସୋସିଆଲ ମିଡିଆରେ ହେଉଛି ଭାଇରାଲ, ଶିକ୍ଷା ବିଭାଗ କହୁଛି କିଛି ଖବର ନାହିଁ…

27/08/2019 at 5:07 PM

ହୋଶିୟାରପୁର ୨୭/୮: ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ନିଜ ପ୍ରକୋଷ୍ଠରେ ୨ ଦୁଇଜଣ ଶିକ୍ଷୟତ୍ରୀଙ୍କ ସହ ଅନ୍ତରଙ୍ଗ ସମୟ ବିତାଉଥିବା ସେକ୍ସ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ଭାଇରାଲ ହେବାପରେ ସମ୍ପୂର୍ଣ୍ଣ ଶିକ୍ଷା ବିଭାଗ ବଦନାମ ହେବାରେ ଲାଗିଛି । ହେଲେ  ଶିକ୍ଷା ବିଭାଗର କହୁଛି ତାଙ୍କ ପାଖକୁ ଏବେ ଯାଏଁ ଏହି ଘଟଣା ନେଇ କୌଣସି ବିଧିବଦ୍ଧ ଅଭିଯୋଗ ଆସିନାହିଁ। ଭିଡିଓ ହସ୍ତଗତ ହେଲେ ତଦନ୍ତ ହେବ ଏବଂ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହି ଘଟଣା ଘଟିଛି ଉତ୍ତର ପ୍ରଦେଶର ହୋଶିଆରପୁର ଅନ୍ତର୍ଗତ ତଲଓ୍ବାଡ଼ା ବ୍ଲକ୍ ଅନ୍ତର୍ଗତ ଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ।

ଅପରପକ୍ଷରେ ସ୍ଥାନୀୟ ସରପଞ୍ଚ ଘଟମା ସମ୍ପର୍କରେ ଖବର ପାଇବା ପରେ ଶିକ୍ଷା ବିଭାଗକୁ ବଦନାମରୁ ରକ୍ଷା କରିବା ଲାଗି ତୁରନ୍ତ ପ୍ରଧାନ ଶିକ୍ଷକ ଓ ସଂପୃକ୍ତ ଦୁଇ ଶିକ୍ଷୟତ୍ରୀଙ୍କୁ ବଦଳି କରିବାକୁ ଦାବୀ କରିଥିଲେ। କିନ୍ତୁ ବିଭାଗ କହିଛି ଭିଡିଓରେ ଥିବା ୨ଜଣ ଶିକ୍ଷୟିତ୍ରୀଙ୍କୁ ନିଜକୁ ସଂଶୋଧନ କରିବା ଲାଗି ଗୋଟିଏ ସୁଯୋଗ ଦିଆଯାଇଛି।

ସୋଶିଆଲ ମିଡିଆରେ ୩ଦିନ ହେଲା ଭାଇରାଲ ହେଉଥିବା ସେକ୍ସ ଭିଡିଓରେ ପ୍ରଧାନଶିକ୍ଷକ ନିଜ ଚାମ୍ବରରେ ୨ଜଣ ଶିକ୍ଷୟିତ୍ରୀଙ୍କୁ ଅଲଗା ଅଲଗା ଦିନରେ ଅଶ୍ଳୀଳ ଆଚରଣ କରୁଛନ୍ତି। ପ୍ରଧାନ ଶିକ୍ଷକଙ୍କ ଏହି ଅଶ୍ଳୀଳ ଆଚରଣକୁ କେହି ଜଣେ ଭିଡିଓ କରି ଦେଇଥିଲେ ଏବଂ ଏହାକୁ ସୋଶିଆଲ ମିଡିଆରେ ଭାଇରାଲ କରି ଦେଇଛି।

ଏହି ଭିଡିଓ ଶିକ୍ଷା ବିଭାଗର ଉଚ୍ଚ ଅଧିକାରୀଙ୍କ ନିକଟକୁ ମଧ୍ୟ ପହଞ୍ଚିଗଲାଣି। ତଥାପି ଶିକ୍ଷା ବିଭାଗର ଅଧିକାରୀ ଏବିଷୟରେ କିଛି ଜାଣିନଥିବା କଥା କହିଛନ୍ତି। ଏବେ ଦେଖିବାକୁ ବାକି ରହିଲା ଯେ ଶିକ୍ଷା ବିଭାଗ ଏହି ମାମଲାକୁ କେତେ ଗମ୍ଭୀରତାର ସହ ନେଉଛି ଏବଂ ଶିକ୍ଷା ବିଭାଗକୁ ଲଜ୍ଜିତ କରିଥିବା ଶିକ୍ଷକଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି।

   Related Posts