ଜଣେ ମାଳିଙ୍କର ଏତେ ସମ୍ପତ୍ତି ! ବିରାଟ ଘର, ଫାର୍ମ ହାଉସ୍ ଓ ଅନେକ ପାସ୍‌ବୁକ୍

Published By : Prameya-News7 Bureau | December 27, 2019 IST

ଉଦଳା ୨୭।୧୨: ଜଣେ ମାଳି ବା ଗାର୍ଡେନରଙ୍କର ସମ୍ପତ୍ତି କଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ । ଦାମୀ ଘର, ଆସବାବପତ୍ର ଏବଂ ଜମାଖାତା ।  ଏହି ମାଳି ଜଣଙ୍କ ମୟୁରଭଞ୍ଜ ଜିଲ୍ଲ ଖୁଣ୍ଟା ଉଦ୍ୟାନ ବିଭାଗରେ କାର୍ଯ୍ୟରତ । ତାଙ୍କ ନାମ ଉଦ୍ଧବ ବେହେରା । ତାଙ୍କ ଘରେ ଶୁକ୍ରବାର ସକାଳେ ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢାଉ କରାଯାଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ କରାଯାଉଛି ।

{"id":203221,"sizeSlug":"large"}

ଏକକାଳୀନ ୪ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢ଼ାଉ ଜାରି ରହିଛି । ଗାର୍ଡେନରଙ୍କ କପ୍ତିପଦା ବ୍ଲକ୍ ବଡାମପଦା ସ୍ଥିତ ବାସଭବନ, ନୁଦଡିହା ସ୍ଥିତ ଶ୍ବଶୁର ଘର, ଫାର୍ମ ହାଉସ ଏବଂ ଉଦଳା ଉଦ୍ୟାନ ବିଭାଗ କାର୍ଯ୍ୟାଳୟରେ ଚାଲିଛି ଚଢ଼ାଉ । ବାଲେଶ୍ବର ଭିଜିଲାନ୍ସ ବିଭାଗର ୪ଟି ଟିମ୍ ଏହି ଚଢ଼ାଉ କରୁଛନ୍ତି ।

{"id":203222,"sizeSlug":"large"}

ଚଢାଉ ସମୟରେ ତାଙ୍କର ବିଭିନ୍ନ ବ୍ୟାଙ୍କ୍ ରେ ଥିବା ଆକାଉଣ୍ଟ, ପୋଷ୍ଟାଲ ଆକାଉଣ୍ଟ ଏବଂ ଏଟିଏମ୍ କାର୍ଡ ସବୁ ଜବତ କରିଛି ପୋଲିସ । ବଡାମପଦା ସ୍ଥିତ ଏକ ବିରାଟକାୟ ୩ ମହଲା ଘରର ଦାମ୍ ୨କୋଟି ଟଙ୍କାରୁ ବେଶୀ ହେବ । ନିକଟରେ ତାଙ୍କର ପଦୋନ୍ନତି ହୋଇଥିଲେ ମଧ୍ୟ ସେ ସେ ତାକୁ ଖାରଜ କରିବା ପାଇଁ ଆବେଦନ କରିଥିବା ଜଣାପଡିଛି । ତେବେ ଆକାଉଣ୍ଟରେ କେତେ ଟଙ୍କା ରହିଛି ତାହା ସ୍ପଷ୍ଟ ଭାବେ ଜଣାପଡିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.