୬ଟି ବିରଳ ହର୍ସସୁ କଙ୍କଡା ଉଦ୍ଧାର, ଜଣେ ଗିରଫ

Published By : Prameya-News7 Bureau | January 03, 2020 IST

ବାରିପଦା ୩।୧: ବାରିପଦା ହାଟରୁ ୬ଟି ବିରଳ ହର୍ସ ସୁ କଙ୍କଡା ଉଦ୍ଧାର କରାଯାଇଛି । ହାଟରେ ଏଗୁଡିକୁ ଦେଖାଇ ଔଷଧ ବିକ୍ରି କରୁଥିବା ପଶ୍ଚିମବଙ୍ଗ ବର୍ଦ୍ଧମାନ ଅଞ୍ଚଳର ସୁନୀଲ ବିଶ୍ବାସ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ।

{"id":206058,"sizeSlug":"large"}

ଏହି କଙ୍କଡାର ବିରଳ ନୀଳ ରଙ୍ଗର ରକ୍ତରୁ କ୍ୟାନସର ଔଷଧ ପ୍ରସ୍ତୁତ ହେଉଥିବାରୁ ଏହା ଖୁବ୍ ମୂଲ୍ୟବାନ ଓ ଚୋରାଚାଲାଣ କରାଯାଉଛି । ସୁନୀଲର ଆଉ ଜଣେ ସହଯୋଗୀ ସେହିପରି ଆଉ ୬ଟି କଙ୍କଡା ନେଇ ରାଇରଙ୍ଗପୁର ଅଞ୍ଚଳକୁ ଯାଇଛି ବୋଲି ସେ ବନ ବିଭାଗକୁ ସୂଚନା ଦେବା ପରେ ତାକୁ ମଧ୍ୟ ଧରିବାକୁ ଉଦ୍ୟମ କରାଯାଉଛି ।

{"id":206059,"sizeSlug":"large"}

ଉଦ୍ଧାର ହୋଇଥିବା ବିରଳ କଙ୍କଡାଙ୍କୁ ସମୁଦ୍ରରେ ଛଡାଯିବ ବୋଲି ବନ ବିଭାଗ କହିଛି । ଏହି ହର୍ସ ସୁ କଙ୍କଡା ବିରଳ ସାମୁଦ୍ରିକ ଜୀବ ମଧ୍ୟରେ ଆସୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.