କରୋନା ରୋଗୀଙ୍କ ଜୀବନ ବଞ୍ଚାଇବ ଏକ ଦୁର୍ଲଭ ପ୍ରଜାତିର କଙ୍କଡା ! ଏକ ଲିଟର ରକ୍ତର ମୂଲ୍ୟ ୧୧ ଲକ୍ଷ ଟଙ୍କା

Published By : Prameya-News7 Bureau | July 10, 2020 IST

ନୂଆଦିଲ୍ଲୀ ୧୦/୦୭ : କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଉଥିବା ଦେଖି ବିଭିନ୍ନ ପ୍ରକାର ରିସର୍ଚ୍ଚ ମଧ୍ୟ ଜାରି ରହିଛି | ଭ୍ୟାକସିନ ଟ୍ରାଏଲ ପାଇଁ ମୂଷା ଏବଂ ମାଙ୍କଡ ଉପରେ ପରୀକ୍ଷା କରାଯାଉଛି | ଏବେ ଏକ ବିଶେଷ କଙ୍କଡାକୁ ଏହି ଲଢେଇରେ ସାମିଲ କରାଯିବ | ହର୍ଷ ସୁ କ୍ରାବ ନାମକ ଏହି ପ୍ରଜାତିର କଙ୍କଡାର ରକ୍ତକୁ ପୂର୍ବରୁ ମଧ୍ୟ ମେଡିକାଲ ସାଇନ୍ସ ଉପଯୋଗ କରୁଛି | ହସ୍ପିଟାଲରେ ଉପଯୋଗ ହେଉଥିବା ମେଡିକାଲ ଉପକରଣ ବ୍ୟାକ୍ଟେରିଆ ଫ୍ରି ନା ନୁହେଁ ତାହା କଙ୍କଡା ରକ୍ତ ଦ୍ୱାରା ଯାଞ୍ଚ କରାଯାଇଥାଏ | ଯାଞ୍ଚ ନ କରାଗଲେ ପାଖାପାଖି ସବୁ ରୋଗୀ ସଂକ୍ରମଣର ଶିକାର ହୋଇପାରନ୍ତି | ଜାଣନ୍ତୁ ହର୍ଷ ସୁ କଙ୍କଡା କଣ ଏବଂ ଏହା କରୋନା ଲଢେଇରେ କିଭଳି ସାହାଯ୍ୟ କରିବ :

{"id":298700,"width":583,"height":383,"sizeSlug":"large"}

ସମୁଦ୍ରର ବାଲିଆ ପାଣିରେ ବାସ କରୁଥିବା ଏହି କଙ୍କଡା ଦୁନିଆର ସବୁଠାରୁ ପୁରୁଣା ଜୀବମାନଙ୍କ ମଧ୍ୟରୁ ଗୋଟିଏ | ଏହି କଙ୍କଡା ଡାଇନୋସର କାଳ ପୂର୍ବରୁ ପୃଥିବୀରେ ରହିଛି | ୨୦୧୯ ମସିହାରେ ମଲିକ୍ୟୁଲାର ଇନାଲିସିସରୁ ଜଣାପଡିଥିଲା ଯେ ଏହି କଙ୍କଡା ପୃଥିବୀରେ ୩୦ କୋଟି ବର୍ଷ ପୂର୍ବରୁ ଅଛନ୍ତି | ସେଥିପାଇଁ ଏମାନଙ୍କୁ ଲିଭିଂ ଫସିଲ୍ସ ଶ୍ରେଣୀ ଅନ୍ତର୍ଭୁକ୍ତ କରାଯାଇଛି | ଏମାନଙ୍କ ଭିତରେ ଏହିଭଳି ଗୁଣ ରହିଛି ଯାହା କେବଳ ଜୀବାଶ୍ମ ପାଲଟିଥିବା ଜନ୍ତୁଙ୍କ ରେକର୍ଡରେ ମିଳିଥାଏ |

{"id":298696,"sizeSlug":"large"}

ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଏହି ପ୍ରଜାତିର କଙ୍କଡା ବଞ୍ଚିଛନ୍ତି | ଏହି କଙ୍କଡା ଭିତରେ ଅନେକ ବିଶେଷତ୍ୱ ରହିଛି | ଏମାନଙ୍କ ରକ୍ତ ନୀଳ ରଙ୍ଗର | ସାଧାରଣତଃ ପୃଥିବୀରେ ବାସ କରୁଥିବା ସମସ୍ତ ସ୍ତନ୍ୟପାୟୀ ପ୍ରାଣୀଙ୍କ ରକ୍ତ ଲାଲ ହୋଇଥାଏ କାରଣ ଏମାନଙ୍କ ଶରୀରରେ ଆଇରନ ଯୁକ୍ତ ହେମୋଗ୍ଲୋବିନ ରହିଥାଏ ଯାହା ଅକ୍ସିଜେନକୁ ସଂଚାଳନ କରିଥାଏ | ଏହାର ଉପସ୍ଥିତି ଯୋଗୁଁ ଏହି କଙ୍କଡାର ରକ୍ତ ନୀଳ ରଙ୍ଗର ହୋଇଥାଏ |

{"id":298698,"width":576,"height":432,"sizeSlug":"large"}

କଙ୍କଡା ରକ୍ତରେ ଏହିଭଳି ଏକ ତତ୍ୱ ଥାଏ ଯାହା ବିଷାକ୍ତ ପଦାର୍ଥକୁ ସହଜରେ ଚିହ୍ନଟ କରିପାରେ | ଏହି ତତ୍ୱକୁ limulus amebocyte lysate (LAL) କୁହାଯାଏ | ଏହା ଏଣ୍ଡିଟକ୍ସିନକୁ ସହଜରେ ଚିହ୍ନଟ କରିଥାଏ | କୌଣସି ବ୍ୟାକ୍ଟେରିଆ ମରିବା ପରେ ତା ଶରୀରରୁ ଏଣ୍ଡିଟକ୍ସିନ ରିଲିଜ ହୋଇଥାଏ | ଏଣ୍ଡିଟକ୍ସିନ ଏତେ ବିପଦପୂର୍ଣ୍ଣ ଯେ ଯଦି ହସ୍ପିଟାଲରେ କୌଣସି ସର୍ଜରୀ ଉପକରଣ କିମ୍ବା ଇଞ୍ଜେକ୍ସନରେ ଏହାର ଏକ ସୁକ୍ଷ୍ମ ମାତ୍ରା ରହିଯାଏ ତାହେଲେ ଜୀବନ ଚାଲିଯାଇପାରେ | ଏହି କଙ୍କଡାର ରକ୍ତ ଅତି ସହଜରେ ଏଣ୍ଡିଟକ୍ସିନକୁ ଚିହ୍ନଟ କରିଥାଏ | ଚିହ୍ନଟ କରିବା ପରେ କଙ୍କଡା ଶରୀରରୁ ଏକ କେମିକାଲ ବାହାରିଥାଏ ବ୍ୟାକ୍ଟେରିଆ ସମ୍ପର୍କରେ ଆସିଥିବା ରକ୍ତକୁ ଜମାଟ ବାନ୍ଧି ଦେଇଥାଏ | ଜମାଟ ବାନ୍ଧିଥିବା ରକ୍ତରେ ବ୍ୟାକ୍ଟେରିଆ କଏଦ ହୋଇ ମରିଯାନ୍ତି | 

{"id":298697,"width":578,"height":324,"sizeSlug":"large"}

ବର୍ତ୍ତମାନ କରୋନା ମାମଲାରେ ଡ଼ରାଗ ବିଷାକ୍ତ କି ନୁହେଁ ତାହା ଯାଞ୍ଚ କରିବା ପାଇଁ ଏହି କଙ୍କଡାର ସାହାଯ୍ୟ ନିଆଯିବ | ପ୍ରସ୍ତୁତ ହୋଇସାରିଥିବ କିଛି ଡ୍ରଗ୍ସରେ ବେଳେବେଳେ ଏଣ୍ଡିଟକ୍ସିନ ଥାଏ | ଏହି ଔଷଧ ବ୍ୟବହାର କରିବା ବିପଦପୂର୍ଣ୍ଣ ହୋଇପାରେ | ସେଥିପାଇଁ ବର୍ତ୍ତମାନ ଅନେକ ଭ୍ୟାକସିନକୁ କଙ୍କଡା ରକ୍ତରେ ମିଶାଇ ଯାଞ୍ଚ କରାଯିବ ଯେ ତାହା ବିଷାକ୍ତ ନା ସୁରକ୍ଷିତ | ଏହି ସମୁଦ୍ର ଜୀବର ରକ୍ତ ସୁନା ଠାରୁ ବି ମହଙ୍ଗା | ଏହାର ଏକ ଲିଟର ରକ୍ତ ପାଖାପାଖି ୧୧ ଲକ୍ଷ ଟଙ୍କାରେ ବିକ୍ରି ହୋଇଥାଏ | ୧୯୭୦ ମସିହାରୁ ମେଡିକାଲ ଏକ୍ସପର୍ଟ ଏହି କଙ୍କଡାର ରକ୍ତକୁ ଯାଞ୍ଚରେ ବ୍ୟବହାର କରୁଛନ୍ତି |

{"id":298701,"width":579,"height":434,"sizeSlug":"large"}

ମଣିଷଙ୍କ ଜୀବନ ରକ୍ଷା ପାଇଁ ଏହି କଙ୍କଡାଙ୍କୁ ନିଜର ବଳିଦାନ ଦେବାକୁ ପଡୁଛି | Big Think ର ଏକ ରିପୋର୍ଟ ଅନୁଯାୟୀ, ଫାର୍ମା କମ୍ପାନୀ ପ୍ରତିବର୍ଷ ୬ ଲକ୍ଷରୁ ଅଧିକ କଙ୍କଡା ଲ୍ୟାବରେ ପ୍ରସ୍ତୁତ କରିଥାଏ ଏବଂ ସେମାନଙ୍କୁ ସମୁଦ୍ରରେ ଛାଡିବା ପୂର୍ବରୁ ତାଙ୍କ ଶରୀରରୁ ୩୦ ପ୍ରତିଶତ ରକ୍ତ ବାହାର କରିଦେଇଥାଏ | ରକ୍ତ ବାହାର କରିବା ପ୍ରକ୍ରିୟାରେ ଅନେକ କଙ୍କଡା ମରିଯାନ୍ତି | ଲ୍ୟାବରୁ ସମୁଦ୍ର ପର୍ଯ୍ୟନ୍ତ ଆଣିବା ଏବଂ ଛାଡିବା ସମୟରେ ମଧ୍ୟ ଅନେକ କଙ୍କଡା ମରିଯାନ୍ତି | Scientific American କହିବାନୁଯାୟୀ, ମେଡିକାଲ ବ୍ୟବହାର୍ଯ୍ୟ ପାଇଁ ଏହି କଙ୍କଡାଙ୍କ ମୃତ୍ୟୁହାର ୩୦ ପ୍ରତିଶତରୁ ଅଧିକ ରହିଛି | ସମୁଦ୍ରରେ ପୁଣି ଛାଡି ଦେଇଥିବା ମାଈ ହର୍ଷ ସୁ କଙ୍କଡାକୁ ପ୍ରଜନନ ସମୟରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.