କରୋନା ଭାଇରସରୁ ମଣିଷଙ୍କୁ ରକ୍ଷା କରିବ ଘୋଡା, ପଶୁ ଉତ୍ପନ୍ନ ଆଣ୍ଟିବଡିର କ୍ଲିନିକାଲ ଟ୍ରାଏଲକୁ ମିଳିଲା ମଞ୍ଜୁରୀ

Published By : Prameya-News7 Bureau | October 07, 2020 IST

ନୂଆଦିଲ୍ଲୀ ୦୭/୧୦: କରୋନା ଭାଇରସ ସଂକ୍ରମିତ ରୋଗୀଙ୍କ ଉପଚାରରେ ପ୍ଲାଜମା ଥେରାପି ସଫଳ ସାବ୍ୟସ୍ତ ହୋଇଛି। ମାତ୍ର ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ (ଆଇସିଏମଆର)କୁ ଏବେ ସାର୍ସ-କୋଭ-୨ ବିରୋଧରେ ପଶୁ ଉତ୍ପନ୍ନ ଆଣ୍ଡବଡ଼ି ଉପରେ କ୍ଲିନିକାଲ ଟ୍ରାଏଲ ପାଇଁ ଡିସିଜିଆଇର ମଞ୍ଜୁରି ମିଳିଛି। ଅନୁମୋଦନ ପରେ ଏବେ ଆଇସିଏମଆର କରୋନା ଭାଇରସ ସଂକ୍ରମିତ ରୋଗୀଙ୍କ ଉପରେ ଏହି ଆଣ୍ଟିବଡ଼ିକୁ ଟ୍ରାଏଲ କରିବ।

ତେବେ ଖୁବଶୀଘ୍ର ଆଇସିଏମଆର ଘୋଡା ଆଣ୍ଟିବଡ଼ିର କ୍ଲିନିକାଲ ପରୀକ୍ଷଣ କରିବ। ଏହାକୁ ଆଣ୍ଟିସେରା କୁହାଯାଉଛି। ଏହାର ବିକାଶ ଆଇସିଏମଆର ହ୍ରାଇଦାବାଦ ସ୍ଥିତ ଫାର୍ମାସ୍ୟୁଟିକଲ କମ୍ପାନି ବାୟୋଲଜିକାଲ ଇ ଲିମିଟେଡ ସହିତ ମିଶି କରୁଛି।

ଅବଶ୍ୟ ଏବେ ସୁଦ୍ଧା ଆଣ୍ଟିସେରାର ମନୁଷ୍ୟ ଉପରେ ପରୀକ୍ଷଣ ହୋଇ ନାହିଁ। ତେବେ ଏ ଆଣ୍ଟିସେରା ଏକପ୍ରକାର ବ୍ଲଡ ସିରମ। ଯେଉଁଥିରେ କୌଣସି ବିଶେଷ ରୋଗାଣୁ ସହ ଲଢ଼ିବା ପାଇଁ ପ୍ରତିରୋଧକ କ୍ଷମତା ତତ୍କାଳ ବଢ଼ାଇବା ପାଇଁ ମଣିଷ ଶରୀରରେ ଏହା ଇଞ୍ଜେକସନ ମାଧ୍ୟମରେ ଦିଆଯାଏ।

ତେବେ ଆଇସିଏମଆର ନିର୍ଦେଶକ କହିଛନ୍ତି ସେମାନେ ବାୟୋଲଜିକାଲ ଇ ସହ ମିଶି ଗୋଟିଏ ଘୋଡା ଆଣ୍ଟିସେରା ବିକଶିତ କରିଛନ୍ତି। ଏହା ଏକ ଛୋଟ ସି ସିଲ ଗ୍ଲାସ କ୍ୟାପସୁଲ। ଯାହାକୁ ଟ୍ରାଏଲ ସମୟରେ ଦିଆଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.