ହାତୀକୁ ଜଗିଛି ଘୋଡ଼ା, ୮୦ ଏକରର ଫାର୍ମ ହାଉସର ସୁରକ୍ଷା ରହସ୍ୟ କ’ଣ?
19/12/2019 at 6:32 PM

ବାଲେଶ୍ବର୧୯/୧୨: ଚାଷ କରିବା ପାଇଁ ନୂତନ କୌଶଳ ଆପଣାଇଛନ୍ତି ସନ୍ତୋଷ ଖଟୁଆ।କୁହାଯାଏ ଘୋଡାର ଛାୟୀ ମାଡ଼େ ନାହିଁ ହାତୀ। ଏହାର କାରଣ ଘୋଡାର ମଳ ମୂତ୍ରକୁ ହାତୀ ଘୃଣା କରେ । ଘୋଡା ରହୁଥିବା ସ୍ଥାନରେ ହାତୀର ପାଦ ପଡେ ନାହିଁ । ବାଲେଶ୍ବର ଜିଲ୍ଲା ନୀଳଗିରିର ସନ୍ତୋଷ ଖଟୁଆ ନାମକ ଜଣେ ବ୍ୟକ୍ତି ଏହି କଥାକୁ ଭଲ ଭାବେ ବୁଝିଛନ୍ତି । ସନ୍ତୋଷଙ୍କ ୮୦ ଏକରର ଫାର୍ମ ହାଉସକୁ ଗୋଟିଏ ଘୋଡା ଜଗି ରହିଛି । ପ୍ରତି ବର୍ଷ ହାତୀ ନୀଳଗିରି ଅଂଚଳକୁ ଆସି ଧନ ଜୀବନ ନଷ୍ଟ କରୁଥିଲେ। କିନ୍ତୁ ଘୋଡ଼ା ରହିବା ଦିନଠାରୁ ହାତୀ ସେହି ଫାର୍ମ ହାଉସର ମାଟି ମାଡି ନାହିଁ । ତବେ ହାତୀ ଘୋଉଡେଇବା ପାଇଁ ଏହି ଉପାୟ ବନ ବିଭାଗ କାହିଁକି ପ୍ରୟୋଗ କରୁ ନାହିଁ? ସନ୍ତୋଷଙ୍କୁ ଦେଖିବା ପରେ ଏଭଳି ପ୍ରଶ୍ନ ମନରେ ଉଙ୍କି ମାରୁଛି।

ନୀଳଗିରୀବାସୀଙ୍କ ଦୁଃଖ ବଣୁଆ ହାତୀ ପାଲଟିଛି । କେତେବେଳେ ଶିମିଳିପାଳର ହାତୀ ତ ଆଉ କେତେବେଳେ ଝାଡଖଣ୍ଡି ହାତୀ ପଲ ଆସି ବିତ୍ପାତ କରୁଛନ୍ତି । ପାଚିଲା ଧାନ କ୍ଷେତ ଖାଇ ଯିବା ସହ ଘର ଦ୍ବାର ଭାଙ୍ଗିବା ଦିଅନ୍ତି। ଏପରି କି ଗୃହପାଳିତ ପଶୁକୁ ବି ହାତୀ ପାଦରେ ଦଳି ମାରି ଦିଏ। ଏପରି କି ହାତୀର ପାଦ ତଳେ ମଣିଷଙ୍କ ଜୀବନ ଚାଲିଯିବାର ନଜୀର ମଧ୍ୟ ରହିଛି। ଜନବସତି ଅଂଚଳକୁ ହାତୀ କେମିତି ନ ଆସିବ ତାହାର ଚିନ୍ତା ବନ ବିଭାଗ କରେ ନାହିଁ । ଯଦି ଜନବସତି ଅଂଚଳରେ ଗୋଟେ ଦୁଇଟା ଘୋଡା ରଖି ଦିଆଯାଆ। ତେବେ ହାତୀ ସେହି ଅଂଚଳକୁ ଆସିବେ ନାହିଁ ବୋଲି ସନ୍ତୋଷ ଖଟୁଆଙ୍କୁ ଦେଖିଲେ ଅନୁମାନ କରିପାରିବେ। ଏକଥା ବି ବନ ବିଭାଗର ବରିଷ୍ଠ ଅଧିକାରୀମାନେ ଜାଣିଛନ୍ତି। ହେଲେ କାରୁକାର୍ଯ୍ୟ କଲେ ନିଶ୍ଚିତ ସୁଫଳ ମିଳିବ ବୋଲି ମଧ୍ୟ ଆଶା କରାଯାଉଛି।

ବାଲେଶ୍ବର ଜିଲ୍ଲା ନୀଳଗିରିରେ ହାତୀ ଉପଦ୍ରକ ପ୍ରତିବର୍ଷ ହେଉଛି । ଆଉ ସେହି ନୀଳଗିରିରେ ସଂତୋଷ ଖଟୁଆଙ୍କର ରହିଛି ଅଶୀ ଏକର ଜମିର ଫାର୍ମ ହାଉସ୍ ।କେବେ ବି ସେଠାକୁ ହାତୀ ଯାଆନ୍ତି ନାହିଁ। କାରଣ ହେଉଛି ସେ ଗୋଟିଏ ଘୋଡ଼ା ରିଖିଛନ୍ତି। ଯେଉଁଥିପାଇଁ ଘୋଡ଼ା ଫାର୍ମ ହାଉସର ମାଟି ମାଡ଼ନ୍ତି ନାହିଁ।