ପଛପଟୁ ଘୋଡା ଲାଞ୍ଜ ଟାଣିଦେଲେ ଯୁବକ : ଏହିଭଳି ପ୍ରତିଶୋଧ ନେଲା ଘୋଡା

Published By : Prameya-News7 Bureau | April 22, 2020 IST

ସୋସିଆଲ ମିଡ଼ିଆରେ ପଶୁପକ୍ଷୀଙ୍କ ଭିଡିଓକୁ ଲୋକେ ବହୁତ ପସନ୍ଦ କରିଥାନ୍ତି | ପଶୁପକ୍ଷୀଙ୍କ ଅନେକ ମଜାଳିଆ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି | ବର୍ତ୍ତମାନ ଏକ ଘୋଡାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି | ଘୋଡା ଜଣେ ବ୍ୟକ୍ତିଙ୍କ ଠାରୁ ପ୍ରତିଶୋଧ ନେଇଥିବା ଭିଡିଓରେ ଦେଖିବାକୁ ମିଳିଛି |

ଘଟଣା ଏହି ପ୍ରକାର : ଜଣେ ବ୍ୟକ୍ତି ଘୋଡା ପଛପଟେ ଛିଡା ହୋଇ ତା ସାଙ୍ଗେ ଲାଗୁଥିଲେ | ଏଥିରେ ଘୋଡା କ୍ରୋଧିତ ହୋଇଯାଇଥିଲା ଏବଂ ଯୁବକ ଠାରୁ ପ୍ରତିଶୋଧ ନେଇଥିଲା | ଏହାକୁ ଦେଖି ଲୋକେ ଖୁବ ହସିଥିଲେ | ଭିଡିଓକୁ ଭାରତୀୟ ବନ୍ୟା ବିଭାଗ (ଇଣ୍ଡିଆନ ଫରେଷ୍ଟ ସର୍ଭିସ) ଅଫିସର ସୁଶାନ୍ତ ନନ୍ଦା ସେୟାର କରିଛନ୍ତି | 

ଭିଡିଓରେ ଦେଖିବାକୁ ମିଳିଛି ଘୋଡାର ମାଲିକ ଘୋଡାକୁ ରାସ୍ତା ପାରି କରିଥିଲେ | ଠିକ ସେତେବେଳେ ଜଣେ ଯୁବକ ଆସି ଘୋଡାକୁ ପଛପଟୁ ଧରି ଦେଇଥିଲେ | ଘୋଡାକୁ ଧରିବା ସହ ତା ଲାଞ୍ଜ ମଧ୍ୟ ଟାଣି ଦେଇଥିଲେ | ଫଳରେ ଘୋଡା କ୍ରୋଧିତ ହୋଇ ପଛପଟ ଦୁଇ ଗୋଡକୁ ଉଠାଇ ଯୁବକଙ୍କୁ ଶକ୍ତ ଲାତ ମାରିଥିଲା | ଘୋଡାର ଲାତ ସିଧା ଯୁବକଙ୍କ ମୁହଁରେ ବାଜିଥିଲା ଏବଂ ସେ ତଳେ ପଡି ଯାଇଥିଲେ | 

{"id":258332,"width":583,"height":388,"sizeSlug":"large"}

ସୁଶାନ୍ତ ନନ୍ଦା ଭିଡିଓ ସେୟାର କରି କ୍ୟାପସନ ଲେଖିଛନ୍ତି, "କର୍ମର କୌଣସି ମେନ୍ୟୁ ନଥାଏ | ଆପଣଙ୍କୁ ସେୟା ହିଁ ପରସା ଯିବ ଯେଉଁଥିପାଇଁ ଆପଣ ଯୋଗ୍ୟ |" ଏହି ଭିଡିଓକୁ ସୁଶାନ୍ତ ନନ୍ଦା ଏପ୍ରିଲ ୨୧ ତାରିଖରେ ସେୟାର କରିଥିଲେ | ଭିଡିଓକୁ ଏପର୍ଯ୍ୟନ୍ତ ୭ ହଜାରରୁ ଅଧିକ ଥର ଦେଖାଯାଇଛି | ଭିଡିଓକୁ ୬୦୦ ଲାଇକ ମିଳିଥିବାବେଳେ ୧୧୨ ରି-ଟ୍ୱିଟ କରାଯାଇଛି | ଭିଡିଓକୁ ନେଇ ଲୋକେ ଟ୍ୱିଟରରେ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.