ଗୁରୁବାରରେ କିପରି କଟିବ ଆପଣଙ୍କ ଦିନ- ଜାଣନ୍ତୁ ସମ୍ପୂର୍ଣ୍ଣ ରାଶିଫଳ

Published By : Prameya-News7 Bureau | February 19, 2020 IST

ମେଷ– ଦିବ୍ୟ ଅନୁଭୂତିମିଳିବ । ମାନସିକସ୍ତରରେ ଧର୍ମନିଷ୍ଠ ରହିବେ । ପାରିବାରିକ ସୁଖ, ସମୃଦ୍ଧି, ପରୋପକାର, ଅମ୍ଳ, ଅର୍ଶ, ଅଜୀର୍ଣ୍ଣ ଆଦି ଭୋଗପୀଡା ଭୋଗହେବ । ଯାନବାହନ ସୁଖ ପାଇବେ । ଶୁଭରଙ୍ଗ ନୀଳ ।ଶୁଭଅଙ୍କ ୬ ।


ବୃଷ– କ୍ଷମତାସୀନ ବ୍ୟକ୍ତିଙ୍କସହଚର୍ଯ୍ୟା ପାଇବେ । ଗୃହରେ ବନ୍ଧୁ ସମାଗମ ହେବ । ଆର୍ଥିକ ସ୍ଥିତିରେ ଉନ୍ନତି, ବିବାଦୀୟ କ୍ଷେତ୍ରରେ ପ୍ରତିଷ୍ଠା ମିଳିବ । ସ୍ଥିରବିଚାରରେ ଗୃହ ସମସ୍ୟାର ଆପୋଷ ସମାଧାନ କରିପାରିବେ । ଶୁଭରଙ୍ଗ ୟେଲୋ ।ଶୁଭ ଅଙ୍କ ୯ ।


ମିଥୁନ - ବିନାକାରଣରେ ବିରକ୍ତିଭାବ ବଢିବ । କର୍ମକ୍ଷେତ୍ରରେ ଭୁଲ୍‌ ବୁଝାମଣା ଆସିବ । ଆୟ ଦିଗରେବାଧା ନାହିଁ । ପୁରାତନ ସ୍ୱାସ୍ଥ୍ୟ ସମସ୍ୟା କମ୍‌ ହେବ । ନିର୍ମାଣମୂଳକକର୍ମରେ ଅଗ୍ରଗତି ହୋଇପାରେ । ଶୁଭରଙ୍ଗଧଳା ।ଶୁଭ ଅଙ୍କ ୩ ।


କର୍କଟ–ବୃତ୍ତିରେଉନ୍ନତି, କଥା ଓ କାର୍ଯ୍ୟରେ ସାମଞ୍ଜସ୍ୟତା ରଖିବାର ଆବଶ୍ୟକତା ଅଧିକ ଅଛି । ଖାଦ୍ୟପେୟରେ ରୁଚି, ଯାତ୍ରାଶୁଭ, ପାରିବାରିକ ସ୍ନେହ, ସଦିଚ୍ଛା ପାଇବେ । ଅର୍ଥାଗମ ପର୍ଯ୍ୟାପ୍ତ ନ ହେଲେ ମଧ୍ୟ ବ୍ୟୟଭରଣା କରିହେବ ।ଶୁଭରଙ୍ଗ କ୍ରୀମ୍ ।ଶୁଭ ଅଙ୍କ ୫ ।


ସିଂହ – ଦେହ ଅପେକ୍ଷା ମନର ସ୍ୱାସ୍ଥ୍ୟହାନୀ ଅଧିକହେବ । ଆପଣାର ଲୋକେ ଶତ୍ରୁତା ଆଚରଣ କରିବେ । ଆୟ କମିପାରେ । ସନ୍ତାନସନ୍ତତିଙ୍କ ପାଇଁ ଚିନ୍ତା ବଢିବ । ଦୂର ଯାତ୍ରାରେ ସଫଳତା ପାଇବେ ।ଶୁଭରଙ୍ଗ ମେରୁନ୍ ।ଶୁଭ ଅଙ୍କ ୨ ।


କନ୍ୟା–ଲକ୍ଷ୍ୟ ପୂରଣ ବିଳମ୍ବିତ ହେବ । ସଞ୍ଚୟ ରାଶି କମିପାରେ । ପରିବାରରେ ଉତ୍ତମ ବୁଝାମଣା ରକ୍ଷା କରିବା କଷ୍ଟକର ହେବ । ଉଚ୍ଚବର୍ଗରୁ ସହଯୋଗ ମିଳିବ । ତୀର୍ଥ ବ୍ରତରେ ଆଗ୍ରହୀ ହେବେ । ଶୁଭରଙ୍ଗଲାଲ୍ । ଶୁଭ ଅଙ୍କ ୬ ।


ତୁଳା–ତର୍କ ଓ ବିଚାରଉଭୟକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ଆବଶ୍ୟକ । ଘାତ ଚନ୍ଦ୍ରଭୋଗ ହେତୁ ଯାତ୍ରା ଅଶୁଭ, କାର୍ଯ୍ୟ ବିଶୃଙ୍ଖଳା, ମନରେ ଉତ୍ସାହହାନୀ ହୋଇପାରେ । ସଜ୍ଜନ ସମ୍ପର୍କରେ ଆସିବେ, ସତ ପରାମର୍ଶ ପାଇବେ । ଶୁଭରଙ୍ଗକ୍ରୀମ୍ । ଶୁଭ ଅଙ୍କ ୧ ।


ବିଛା–ଗୃହ ନିର୍ମାଣାଦି କର୍ମ ତ୍ୱରାନ୍ୱିତ ହେବ । ଦୁଃଖ ଅଭାବ କେତେକାଂଶରେ ଦୂର କରିପାରିବେ । ସନ୍ତାନ ବର୍ଗରୁ ସୁଖ ସନ୍ତୋଷ ଲାଭ କରିବେ । ଲିଖନ ପଠନରେ ଆଗ୍ରହ ବୃଦ୍ଧି, ପତିତ ଅର୍ଥ ଉଦ୍ଧାର କରିବେ । ଶୁଭରଙ୍ଗ ଧଳା । ଶୁଭ ଅଙ୍କ ୫ ।


ଧନୁ –ଶ୍ରୀ ଚନ୍ଦ୍ରଭୋଗ ହେତୁ ଦିନଟି ଶୁଭକାରକ ହେବ । ପରିବାରରେ ଉତ୍ତମ ବୁଝାମଣା ରକ୍ଷାକରି ପାରିବେ । ଅର୍ଥାଗମ ଆଶାନୁରୂପ ହେବ ।କର୍ମକ୍ଷେତ୍ରରେ କାର୍ଯ୍ୟଦକ୍ଷତା ପ୍ରମାଣ କରିପାରିବେ । ଶୁଭରଙ୍ଗ କଫି । ଶୁଭ ଅଙ୍କ ୩ ।


ମକର–କେତେକ ବିଶେଷ କାର୍ଯ୍ୟ ପାଇଁ ଅଧିଳ ବ୍ୟୟ ହୋଇପାରେ । ଦୂର ଯାତ୍ରାରେ ସଫଳତା ପାଇବେ । ଉଦ ଯୋଗସିଦ୍ଧି, ସନ୍ତାନ ସୁଖ, ଧର୍ମନିଷ୍ଠା ବଢିବ । ପାରିବାରିକ ସ୍ଥିତି ଉତ୍ତମ ରହିବ । ଶୁଭରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୯ ।


କୁମ୍ଭ -ଘାତ ଚନ୍ଦ୍ରଭୋଗ ହେତୁ ଦିନଟି ପ୍ରତିକୂଳ ଫଳଦାୟକ ହେବ । ମନ ଅସ୍ଥିରରହିବ ।ଏକାଧିକ କାର୍ଯ୍ୟରେ ହାତ ଦେଇ ବିବ୍ରତ ବୋଧ କରିବେ । ପାରିବାରିକ ଭୁଲ ବୁଝାମଣା ଆସିପାରେ । ଶୁଭରଙ୍ଗଲାଲ୍ ।ଶୁଭ ଅଙ୍କ ୬ ।


ମୀନ - ମାନ ସମ୍ମାନ ପ୍ରତିଷ୍ଠା ଦିଗରେ ସଚେତନ ହେବେ । ଆହାର ଓ ବିଶ୍ରାମରେ ଅନିୟମିତତା ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିବ । ଦେବ ପୂଜନରେ ନିଷ୍ଠା, ଧାତୁ ଦ୍ରବ୍ୟାଦି ଲାଭଯୋଗ ଅଛି । କର୍ମକ୍ଷେତ୍ରରେ ଶତ୍ରୁ ବେଷ୍ଟିତ ହୋଇପାରନ୍ତି ।ଶୁଭରଙ୍ଗ ପିଚ୍ । ଶୁଭ ଅଙ୍କ ୨ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.