ବସ ଚାଳକଙ୍କ ଲାଗିଗଲା ଆଖି, ପିଛୁଳାକେ ଘଟିଗଲା ଭୟଙ୍କର ଦୁର୍ଘଟଣା : ୧୦ ମୃତ , ୪୫ ଆହତ

Published By : Prameya-News7 Bureau | July 27, 2021 IST

ଜର୍ମାନୀ ୨୭/୭ : ଜର୍ମାନ କ୍ରୋଟିଆନ ସିଟି ସ୍ଲାଭୋକ୍ଷିରେ ମର୍ମନ୍ତୁଦ ଦୁର୍ଘଟଣା । ରବିବାର ଘଟିଥିବା ଏହି ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରାୟ ୧୦ ଜଣଙ୍କ ମୃତ୍ୟୁ ହେବା ସହ ୪୫ ରୁ ଅଧିକ ଆହତ ହୋଇଛି । ଜର୍ମାନରୁ କୋସୋଭୋକୁ ଲାଇସେନ୍ସ ପ୍ଲେଟ ନେଇ ଯାଉଥିବା ଏହି ଗାଡି ରାସ୍ତାରେ ଭାରସାମ୍ୟ ହରାଇ ଖସିପଡିବାରୁ ଘଟିଥିଲା ଦୁର୍ଘଟଣା । ପୋଲିସ କହିବା ଅନୁୟାୟୀ ୫୨ବର୍ଷିୟ କୋସୋଭୋ ନାଗରିକ ଥିବା ବସ ଡ୍ରାଇଭରଙ୍କ ଆଖି ଲାଖିଯିବାରୁ ଗାଡି ଭାରସାମ୍ୟ ହରାଇ ଖସିପଡିଥିଲା ।

wp:gallery {"ids":[486594],"linkTo":"none"} /wp:gallery

ସ୍ଥାନୀୟ ସମୟ ଅନୁୟାୟୀ ସକାଳ ୬ ଟାରେ ଗାଡି ନିୟନ୍ତ୍ରଣ ହରାଇ ରାସ୍ତା ତଳକୁ ଖସିପଡିଥିଲା । ତେବେ ଏହି ଦୁର୍ଘଟଣାରେ ବସରେ ଯାଉଥିବା ଦ୍ୱିତୀୟ ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି । ଜର୍ମାନୀରେ କୋସୋଭୋ ରାଷ୍ଟ୍ରଦୂତ କ୍ରୋଏସିଆର ନୋଭା ଗଣମାଧ୍ୟମକୁ କହିଛନ୍ତି ଯେ ବସରେ ଯାତ୍ରା କରୁଥିବା ଅଧିକାଂଶ ଯାତ୍ରୀ ଜର୍ମାନରେ ରହକାମ କରୁଥିଲେ । ଖରା ଛୁଟି ସାରି ନିଜ ପରିବାର ସହ ଘରକୁ ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଛି ।

wp:gallery {"ids":[486596],"linkTo":"none"} /wp:gallery

ଦୁର୍ଘଟଣାରେ ଆହତ ହୋଇଥିବା ୪୫ ଜଣଙ୍କ ମଧ୍ୟରୁ ୧୫ ଜଣ ଗୁରୁତର ଆହତ ହୋଇଛନ୍ତି ବୋଲି ଜଣାପଡିଛି । ସ୍ଥାନୀୟ ପୋଲିସ୍ ମୁଖ୍ୟ ଫ୍ରାଞ୍ଜୋ ଗାଲିକ୍ କହିଛନ୍ତି ଏହି ଦୁର୍ଘଟଣାକୁ ସବୁଠାରୁ ଭୟଙ୍କର ଦୁର୍ଘଟଣା । ଯାହାକି ଭୟଙ୍କର ବୋଲି ସେ ବର୍ଣ୍ଣନା କରିଛି । କ୍ରୋଏସିଆ ପ୍ରଧାନମନ୍ତ୍ରୀ ଆଣ୍ଡ୍ରେଜ ପ୍ଲେଙ୍କୋଭିକ୍ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ମୃତ୍ୟୁକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.