Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ବୁଧବାରରେ ଏହି ରାଶିର ବ୍ୟକ୍ତିଙ୍କର ଧନପ୍ରାପ୍ତି, ଆୟ ବୃଦ୍ଧି- ଜାଣନ୍ତୁ ଆପଣଙ୍କ ରାଶିର ଶୁଭ ରଙ୍ଗ ଓ ଅଙ୍କ

12/11/2019 at 6:13 PM

ମେଷ – ଆକସ୍ମିକ ଭାବେ ଧନ ପ୍ରାପ୍ତ ହେବ । ବ୍ୟୟ ବୃଦ୍ଧିର ସମ୍ଭାବନା ଅଛି । ସୁଭାଷୀ ଓ ସୁବକ୍ତା ହୋଇପାରନ୍ତି । ରାଜଯୋଗ ପ୍ରାପ୍ତ ହୋଇପାରେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୮ ।


ବୃଷ – ପଦୋନ୍ନତି ପାଇବା ପାଇଁ ବିଶେଷ ପଦକ୍ଷେପ ନେଇ ପାରନ୍ତି । ଆୟ ବୃଦ୍ଧିର ସମ୍ଭାବନା ଅଛି । ସୁସ୍ଥ ଓ ନିରାମୟ ରହିବେ । ଲୋକପ୍ରିୟତା ଅର୍ଜନ କରିପାରନ୍ତି । ସରକାରୀ କୃପା ମିଳିବ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୪ ।


ମିଥୁନ – ଦୁଃସାହସିକ ପଦକ୍ଷେପ ନେଇ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିପାରନ୍ତି । କୁଳ ଉଜ୍ଜ୍ୱଳକାରୀ ହେବେ । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୧ ।


କର୍କଟ – ଚେଷ୍ଟା କରି ଜଞ୍ଜାଳ ଏଡାଇପାରନ୍ତି । ପରୋପକାରୀ ଭାଗ୍ୟଶାଳୀ ହେବେ । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ । ଧର୍ମାତ୍ମା, ପ୍ରବାସପ୍ରିୟ ବିଦ୍ୱାନ୍, ସାହସୀ ଓ ସମ୍ପତ୍ତିବାନ୍ ହୋଇପାରନ୍ତି । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୫ ।


ସିଂହ – ସମସ୍ୟା ବଢିବାକୁ ଲାଗିବ । ଶାରିରୀକ ଅସୁସ୍ଥତା ଅନୁଭବ କରିପାରନ୍ତି । ସ୍ୱାଭିମାନୀ ହେବେ । ସର୍ଦି-କଫରେ ପୀଡିତ ହୋଇପାରନ୍ତି । ସହଯୋଗୀ ବ୍ୟବସାୟ ଲାଭଜନକ ହେବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୯ ।


କନ୍ୟା – ଅଭାବ ଦୂରେଇ ଯିବ । ବିଭିନ୍ନ ଦିଗରୁ ସହ ଯୋଗ ମିଳିବ । ବ୍ୟବସାୟ ଲାଭଜନକ ହେବ । ସମାଜ ସେବୀ ହେବେ । ଶାନ୍ତ ଓ ଧୈର୍ଯ୍ୟବାନ୍ ହୋଇପାରନ୍ତି । ପତ୍ନୀଙ୍କ ପରାମର୍ଶ ଗ୍ରହଣ ଯୋଗ୍ୟ ହେବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୭ ।


ତୁଳା – ଦୁଃଖପୂର୍ଣ୍ଣ ବାର୍ତ୍ତା ମିଳିପାରେ । ଶତ୍ରୁ ଉପରେ ନିଜର ରଖିବେ । ଭାଇମାନଙ୍କ ପ୍ରତି ସ୍ନେହ ଭାବ ରହିବ । ଶତ୍ରୁହନ୍ତା ହୋଇପାରନ୍ତି । ଚାକିରି କ୍ଷେତ୍ରରେ ଉଚ୍ଚକର୍ତ୍ତୃପକ୍ଷଙ୍କ ପ୍ରିୟପାତ୍ର ହେବେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୪ ।


ବିଛା – କାର୍ଯ୍ୟ ବ୍ୟସ୍ତ ରହିପାରନ୍ତି । ସମ୍ମାନକୁ ଜଗି ଚଳିଲେ ସମସ୍ତଙ୍କର ପ୍ରିୟପାତ୍ର ହେବେ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ଆକସ୍ମିକ ଭାବେ ଧନଲାଭର ସୂଚନା ମିଳୁଛି । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୭ ।


ଧନୁ – ଯାହା ଭାବୁଛନ୍ତି ଅପେକ୍ଷା ନ କରି ତୁରନ୍ତ କାର୍ଯ୍ୟ କଲେ ସଫଳତା ମିଳିବ । ମନୋବଳ ଦୃଢ ରହିବ । ଉଦାର ସ୍ୱଭାବର ହୋଇପାରନ୍ତି । ଦାନ-ଧର୍ମକୁ ଆଦରି ନେବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୬ ।


ମକର – ପରର ଉପକାର କରିବାକୁ ଯାଇ ନିନ୍ଦିତ ହୋଇପାରନ୍ତି । କାର୍ଯ୍ୟରେ ସଫଳତା ଲାଭ କରିବେ । ମନ ପ୍ରସନ୍ନ ରହିବ । ଆସ୍ତିକ ପ୍ରବୃତ୍ତିର ହୋଇପାରନ୍ତି । ଥଣ୍ଡା-କଫ ଜନିତ ପୀଡା ଉପୁଜି ପାରେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୩ ।


କୁମ୍ଭ – ବ୍ୟବସାୟରେ ଲାଭବାନ୍ ହେବେ । ଭାଗ୍ୟଶାଳୀ ହୋଇପାରନ୍ତି । ଶୋଭନ ବ୍ୟକ୍ତିତ୍ୱର ନିଦର୍ଶନ ହେବେ । ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଉଦାର ବିଦ୍ୟାପ୍ରେମୀ ହୋଇପାରନ୍ତି । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୧ ।


ମୀନ – ଆପଣଙ୍କୁ ଆବଶ୍ୟକ ସହ ଯୋଗ ମିଳିପାରେ । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି । ମୋକଦ୍ଦମାରେ ବିଜୟୀ ହେବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୪ ।

   Related Posts