କାର୍ତ୍ତିକ ପୂର୍ଣ୍ଣିମାରେ ଶୁଭ ଫଳ ପାଇବେ ଏହି ରାଶିର ବ୍ୟକ୍ତି- ଜାଣନ୍ତୁ ଆପଣଙ୍କ ଶୁଭ ଅଙ୍କ ଓ ରଙ୍ଗ

Published By : Prameya-News7 Bureau | November 11, 2019 IST

{"id":179984,"align":"left","width":30,"height":30}

ମେଷ - ମନ କଥା ମନରେ ରଖି କାମ ହାସଲ କରିବାକୁ ଚେଷ୍ଟା କଲେ କେତେକାଂଶରେ ଉପକୃତ ହେବେ । ଆଲୋଚନା ଦ୍ୱାରା ସମସ୍ୟାର ସମାଧାନ କରିପାରନ୍ତି । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୮ ।

ବୃଷ – ଆଜି ଯାହାକୁ ଯାହା କହିବେ ସେହି ବ୍ୟକ୍ତି ତାହାକୁ ଅସ୍ୱୀକାର କରିବ ନାହିଁ । ବନ୍ଧୁଙ୍କୁ ବିଭିନ୍ନ ପ୍ରକାର ବିନୟପୂର୍ଣ୍ଣ କଥା କହି କାମ ହାସଲ କରିପାରନ୍ତି । ପରିସ୍ଥିତିରେ ପଡି ଗୁଡିଏ ଟଙ୍କା ଖର୍ଚ୍ଚ ହୋଇପାରେ । ଶୁଭ ରଙ୍ଗ ଗାଢ ବ୍ରାଉନ୍ । ଶୁଭ ଅଙ୍କ ୫ ।

{"id":92488,"align":"left","width":34,"height":34}

ମିଥୁନ - କୌଣସି ଭଦ୍ର ମହିଳାଙ୍କ ବଦାନ୍ୟତାରେ ମନ ସ୍ଥିତିକୁ ଦୃଢ କରିପାରନ୍ତି । କର୍ମକ୍ଷେତ୍ରରେ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରି ଏକପ୍ରକାର ଆଶ୍ୱସ୍ତି ଲାଭ କରିବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୨ ।

କର୍କଟ – ଆପଣଙ୍କ କାର୍ଯ୍ୟଦକ୍ଷତାକୁ ନେଇ ଉପରିସ୍ଥ କର୍ମଚାରୀ ଖୁସୀ ରହିବେ । ଅଟକି ରହିଥିବା ପ୍ରାପ୍ୟ ଅର୍ଥ ପାଇବାର ସମ୍ଭାବନା ରହିଛି । ସଭାସମିତିରେ ସମ୍ମାନିତ ହେବା ସହ ପୁରସ୍କୃତ ହୋଇପାରନ୍ତି । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୭ ।

{"id":92489,"align":"left","width":41,"height":41}

ସିଂହ – ନିକଟ ସମ୍ପର୍କୀୟଙ୍କ ସହଯୋଗରୁ ଅଭିଳାଷ ପୂରଣ ହୋଇଯିବ । ପରିସ୍ଥିତି ଅନୁଯାୟୀ ଇଚ୍ଛା ନ ଥିଲେ ମଧ୍ୟ ଦୂର ସ୍ଥାନକୁ ଯିବା ପାଇଁ ବାଧ୍ୟ ହୋଇପାରନ୍ତି । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୩ ।

କନ୍ୟା – ପୂର୍ବ ପ୍ରସ୍ତୁତି ନ ଥାଇ ଆକସ୍ମିକ ଭାବେ ବନ୍ଧୁଙ୍କ ନିମନ୍ତ୍ରଣ ରକ୍ଷାକରି ଯାତ୍ରା କରିପାରନ୍ତି । ଶତ୍ରୁତା କରୁଥିବା ବ୍ୟକ୍ତିମାନେ ଆଗରେ ନ ହେଲେ ମଧ୍ୟ ପଛରେ ବିଭିନ୍ନ ପ୍ରକାର ମନଗଢା କଥା କହିବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୯ ।

{"id":179986,"align":"left","width":35,"height":31}

ତୁଳା – କାର୍ଯ୍ୟରେ ସଫଳତା ,ଅର୍ଥଲାଭ , ବନ୍ଧୁମିଳନ ଓ ନୂତନ ସ୍ଥାନ ପରିଦର୍ଶନରୁ ଆନନ୍ଦ ଅନୁଭବ କରିବେ । କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ବିରକ୍ତି ପ୍ରକାଶ କରିପାରନ୍ତି । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୫ ।

ବିଛା – ପରିବାରରେ ପିଲାମାନଙ୍କ ସମସ୍ୟା ଭିତରେ ନିଜେ ବାନ୍ଧି ହୋଇଯାଇପାରନ୍ତି । ଦୀର୍ଘ ଦିନରୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇ ମନ ଖୁସି ହୋଇଯିବ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୧ ।

ଧନୁ – ପ୍ରତ୍ୟେକ କାମରେ ସମସ୍ୟା ଓ ବିଳମ୍ବ ମନ ଦୁଃଖର କାରଣ ହେବ । ଆଜି ବନ୍ଧୁଗହଣରେ ଭଟ୍ଟା ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବାର ସୂଚନା ରହିଛି । ପ୍ରତିଯୋଗିତାରେ ସଫଳତା ହାସଲ ପାଇଁ ଚେଷ୍ଟା କରିବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୬ ।

{"id":128093,"align":"left","width":37,"height":28}

ମକର – ଆନୁଷ୍ଠାନିକ କାମ ଓ ସଭାସମିତିରେ ସଫଳତା ହାସଲ କରିବେ । ନିଜର ସହଜାତ ଗୁଣରୁ ଅନ୍ୟମାନଙ୍କ ପ୍ରତି ସହାନୁଭୂତି ପ୍ରଦର୍ଶନ କରି ପ୍ରଶଂସିତ ହେବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୪ ।

କୁମ୍ଭ - କୌଣସି କାମ ସହଜ ଓ ସୁବିଧାରେ ହେଉ ନ ଥିବା କାରଣରୁ ମନସ୍ତାପ କରିପାରନ୍ତି । ଆଜି ଅପରାହ୍ନରେ ବନ୍ଧୁମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ସତ୍ସଙ୍ଗ ଓ ଭ୍ରମଣ ସୁଯୋଗ ପାଇବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୭ ।

{"id":92491,"align":"left","width":40,"height":40}

ମୀନ - ସାମାଜିକସ୍ତରରେ ସମୂହ କଲ୍ୟାଣ କାମରେ ଅର୍ଥ,ଶ୍ରମ ଓ ସମୟ ବିନିଯୋଗ କରିପାରନ୍ତି । ସହକର୍ମୀଙ୍କ ସାହାର୍ଯ୍ୟରେ ଦୀର୍ଘଦିନର ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ । ଶୁଭ ରଙ୍ଗ ପିଚ୍ଚ୍ । ଶୁଭ ଅଙ୍କ ୧ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.