Tuesday, October 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କେମିତି କଟିବ ଶନିବାର-ଜାଣନ୍ତୁ ଆପଣଙ୍କ ରାଶିର ଶୁଭାଶୁଭ ଫଳ

ମେଷ – ମନ ସ୍ଥିର ହେବ। ମନରେ ଗର୍ବଭାବ ଉଦ୍ରେକ ହୋଇପାରେ। ଭାଇମାନଙ୍କ ଉପରେ ସ୍ନେହ ଭାବ ରହିବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ଶତ୍ରୁ ଦମନ କରି ଆଶ୍ୱସ୍ତ ହେବେ। ଚାକରିରେ ପ୍ରଶଂସା ମିଳିବ । ଶୁଭ ରଙ୍ଗ କ୍ରୀମ୍। ଶୁଭ ଅଙ୍କ ୧।
ବୃଷ – ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଆକସ୍ମିକ ଧନ ଲାଭର ସୂଚନା ମିଳୁଛି। ଧାର୍ମିକ ଓ ତେଜସ୍ୱୀ ହେବେ। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ବହିବ। ବ୍ୟବସାୟରୁ ପ୍ରଚୁର ଧନଲାଭ ହେବ। ସେୟାର ମାର୍କେଟରୁ ଲାଭ ମିଳିପାରେ। ଶୁଭ ରଙ୍ଗ ମେରୁନ୍। ଶୁଭ ଅଙ୍କ ୪।
ମିଥୁନ – ପାରିବାରିକ ଜୀବନ ସୁଖମୟ ହେବ। ଦାନକୁ ଶ୍ରେଷ୍ଠ ଧର୍ମ ଭାବେ ବିବେଚିତ କରିବେ। ଉତ୍ତମ ବ୍ୟକ୍ତି ଭାବେ ନିଜର ପରିଚୟ ସୃଷ୍ଟି କରିବେ। ଉଦାର ସ୍ୱଭାବ,କୃଷି କର୍ମକାରୀ ଓ ବୁଦ୍ଧିମାନ ହେବେ। ଶୁଭ ରଙ୍ଗ ଧଳା। ଶୁଭ ଅଙ୍କ ୭।
କର୍କଟ – ଦିଅଁ ଦର୍ଶନର ସୁଯୋଗ ପାଇବେ। ପରିଶ୍ରମର ମୂଲ୍ୟ ମିଳିିବ। ମନ ପ୍ରସନ୍ନ ରହିବ। ଆସ୍ତିକ ଓ ବିବାଦରେ ବିଜୟୀ ହେବେ। ମଧୁରଭାଷୀ ହୋଇପାରନ୍ତି। ଥଣ୍ଡା-କଫ ଜନିତ ସାମାନ୍ୟ ପୀଡା ଅନୁଭବ କରିପାରନ୍ତି। ଶୁଭ ରଙ୍ଗ ବ୍ରାଉନ୍। ଶୁଭ ଅଙ୍କ ୮।
ସିଂହ – କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ସୁଖ-ସମ୍ମାନ ଲାଭ କରିବେ। ଉତ୍ତମ ବ୍ୟକ୍ତିତ୍ୱ ସମ୍ପନ୍ନ ହୋଇପାରନ୍ତି। ପରଦେଶବାସୀ, ମଧୁରଭାଷୀ, ସହନଶୀଳ , ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ । ଶୁଭ ରଙ୍ଗ ନାରଙ୍ଗୀ। ଶୁଭ ଅଙ୍କ ୨।
କନ୍ୟା – ଯାନବାହନ ଚଳାଚଳରେ ସତର୍କ ହେବେ। ଶ୍ରୀଚନ୍ଦ୍ର ଭୋଗ ହେତୁ ମିଷ୍ଟାନ୍ନ ଭୋଜନ ମିଳିବ। ଐଶ୍ୱର୍ଯ୍ୟଯୁକ୍ତ ହେବେ। ବ୍ୟବସାୟ ପାଇଁ ଉଦ୍ୟମ କରିପାରନ୍ତି। ଧନ ଲାଭ ହେବାର ସୂଚନା ମିଳୁଛି। ଚିନ୍ତାଧାରା ମହତ୍ ହେବ। ଶୁଭ ରଙ୍ଗ ନୀଳ। ଶୁଭ ଅଙ୍କ ୫।
ତୁଳା – ଯୋଗାଯୋଗରେ ସଫଳତା ମିଳିବ। କଷ୍ଟସାଧ୍ୟ ହେବ। ପଥରୋଧର ସମ୍ମୁଖୀନ ହୋଇପାରନ୍ତି। ଚଞ୍ଚଳ ସ୍ୱଭାବ ଓ ମଧୁର କଥାରେ ଲୋକଙ୍କୁ ବଶକରି ଜନପ୍ରିୟ ହେବେ। ସବୁ ବାଧା , ବିଘ୍ନ ସତ୍ତେ୍ୱ ରାଜଯୋଗ ଅଛି। ଶୁଭ ରଙ୍ଗ ପିଙ୍କ୍। ଶୁଭ ଅଙ୍କ ୩।
ବିଛା – ମାଙ୍ଗଳିକ କାର୍ଯ୍ୟରେ ମନୋମିବେଶ କରିପାରନ୍ତି। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ଲୋକପ୍ରିୟତା ଅର୍ଜନ କରିବେ। ସରକାରୀ ସ୍ତରରେ ସମ୍ମାନିତ ହୋଇ ଧନ ଲାଭ କରିବେ। ଶୁଭ ରଙ୍ଗ କଳା । ଶୁଭ ଅଙ୍କ ୬।
ଧନୁ – ସାଧନାରେ ସିଦ୍ଧିପ୍ରାପ୍ତ ହେବାର ସୂଚନା ମିଳୁଛି। କୁଳ ଉଜ୍ଜ୍ୱଳକାରୀ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ଦୟାଳୁ ସ୍ୱଭାବର ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଶୁଭ ରଙ୍ଗ କ୍ରୀମ୍। ଶୁଭ ଅଙ୍କ ୨।
ମକର – ମାନସିକ ଅଶାନ୍ତି ଦୂର ହେବ। ସେବା ପୂଜାରେ ନିଜକୁ ନିୟୋଜିତ କରିପାରନ୍ତି। ଭାଗ୍ୟଶାଳୀ ହେବେ। ଭୋଗ-ବିଳାସରେ ଦିନଟି ଅତିବାହିତ କରି ସୁଖ-ସମୃଦ୍ଧୀପୂର୍ଣ୍ଣ ଜୀବନଯାପନ କରିବେ। ଶୁଭ ରଙ୍ଗ ଲାଲ୍। ଶୁଭ ଅଙ୍କ ୪।
କୁମ୍ଭ – ହଠାତ୍ କିଛି ଧନ ପ୍ରାପ୍ତିର ସୂଚନା ମିଳୁଛି, ମାତ୍ର ସୁଖ ମିଳିବା କଷ୍ଟସାଧ୍ୟ ହେବ। ସ୍ୱାଭିମାନୀ ହୋଇପାରନ୍ତି। ଶାରିରୀକ ଦୁର୍ବଳତା ଅନୁଭବ କରିବେ। ସହ ଯୋଗୀ ବ୍ୟବସାୟ ଲାଭଜନକ ହେବ। ଶୁଭ ରଙ୍ଗ ନୀଳ। ଶୁଭ ଅଙ୍କ ୮।
ମୀନ – ମହିଳା ଓ ବିଦ୍ୟାର୍ଥୀମାନେ ଶାନ୍ତିପ୍ରିୟ ଓ ସେବା ମନୋଭାବର ହେବେ। ଉତ୍ସାହିତ ହୋଇ କାର୍ଯ୍ୟ ସମ୍ପାଦନ କରିପାରନ୍ତି। ବ୍ୟବସାୟ ଲାଭଜନକ ହୋଇପାରେ। ପତ୍ନୀଙ୍କ ଉପଦେଶ ଉପାଦେୟ ହେବ। ଶୁଭ ରଙ୍ଗ ଗ୍ରୀନ୍। ଶୁଭ ଅଙ୍କ ୩।

372 Views

   ସମ୍ବନ୍ଧିତ ଖବର