କେମିତି କଟିବ ଆସନ୍ତା କାଲି - ଜାଣନ୍ତୁ ଆପଣଙ୍କ ରାଶିର ଶୁଭ ରଙ୍ଗ

Published By : Prameya-News7 Bureau | November 25, 2019 IST

wp:paragraph {"customTextColor":"#0b5125","customFontSize":23}

ଜ୍ୟୋତିର୍ବିଦ - ତ୍ରିନନ୍ଦନ ମିଶ୍ର

ମେଷ– ପ୍ରଭାବ ବିସ୍ତାର କରି କାର୍ଯ୍ୟହାସଲ କରିବାରେ ସକ୍ଷମ ହେବେ। ଆମୋଦ-ପ୍ରମୋଦରେ ଦିନଟି ଅତିବାହିତ କରିପାରନ୍ତି।ମୂଲ୍ୟବାନ୍ ଦ୍ରବ୍ୟ ପ୍ରାପ୍ତିର ସୂଚନା ମିଳୁଛି।ଶୁଭରଙ୍ଗ ନାରଙ୍ଗୀ। ଶୁଭଅଙ୍କ ୭।

ବୃଷ– ପାରିବାରିକ ଚିନ୍ତା ବୃଦ୍ଧି ହୋଇପାରେ । ମନରେ ଗର୍ବ ଭାବ ବହନ କରିପାରନ୍ତି। ଯଶସ୍ୱୀ ହେବ । ବିଭିନ୍ନସ୍ତରରୁ ସହଯୋଗ ମିଳିବ। କିଛି ଅଘଟଣ ଘଟିପାରେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୪।

ମିଥୁନ - ବିଭିନ୍ନ କାରଣ ରୁବ୍ୟଥିତ ହୋଇପାରନ୍ତି । ଦିନଟି ସମସ୍ୟା ବହୁଳ ହୋଇପାରେ । ଶତ୍ରୁନାଶ କରିବାରେ ସକ୍ଷମ ହୋଇପାରନ୍ତି । ଚତୁଷ୍ପଦ ପ୍ରାଣୀ ପ୍ରାପ୍ତ ହୋଇପାରନ୍ତି। ଶୁଭରଙ୍ଗ ଧଳା। ଶୁଭ ଅଙ୍କ ୧।

କର୍କଟ–ବୁଦ୍ଧି ପ୍ରୟୋଗକରି ପ୍ରତ୍ୟେକକ୍ଷେତ୍ରରେ କୃତକାର୍ଯ୍ୟ ହେବେ । ବ୍ୟବସାୟଲା ଭଜନକ ହେବ । ବାଦ-ବିବାଦର ସମ୍ମୁଖୀନ ହୋଇପାରନ୍ତି । ଗୃହରେ ଶାନ୍ତିର ବାତାବରଣ ପ୍ରବାହିତହେବ । ଶୁଭରଙ୍ଗ କ୍ରୀମ୍।ଶୁଭ ଅଙ୍କ ୫।

ସିଂହ – ଚଳାଇଥିବା ଅନୁସନ୍ଧାନରେ ସଫଳତା ଲାଭ କରିବେ । କାର୍ଯ୍ୟର ସଫଳ ରୂପାୟନ କରି ଆତ୍ମସନ୍ତୋଷ ପ୍ରାପ୍ତ ହେବେ। ଆନନ୍ଦ, ଉଲ୍ଲାସମଧ୍ୟରେ ଦିନଟି ଅତିବାହିତହେବ।ଶୁଭରଙ୍ଗ ଗ୍ରୀନ୍।ଶୁଭ ଅଙ୍କ ୭।

କନ୍ୟା –ଶତ୍ରୁର ସମ୍ମୁଖୀନ ହୋଇପାରନ୍ତି । ଆଶାବାଦୀ ଓ ପ୍ରିୟଭାଷୀ ଏବଂ ଧନ ଓ ଯାନବାହନ ଯୁକ୍ତହେବେ । ସୁବର୍ଣ୍ଣ ସମ୍ପଦ ଲାଭ ହୋଇପାରେ । ଶୁଭରଙ୍ଗ ନୀଳ।ଶୁଭ ଅଙ୍କ ୨।

ତୁଳା–ମାନସିକ ଶାନ୍ତି ହରାଇ ପାରନ୍ତି । କର୍ମକ୍ଷେତ୍ରରେ ଉତ୍ସାହବୃଦ୍ଧି ପାଇବ । କର୍ମକ୍ଷେତ୍ର ଆନନ୍ଦଦାୟକ ହେବ। ରୁଚିକର ଭୋଜନରେ ଆପ୍ୟାୟିତ ହେବେ । ଶୁଭରଙ୍ଗ ଧୂସର।ଶୁଭ ଅଙ୍କ ୬।

ବିଛା– ପାରିବାରିକ ଶାନ୍ତି ଫେରି ପାଇବେ । ବ୍ୟୟବୃଦ୍ଧିର ସୂଚନା ମିଳୁଛି। କର୍ତ୍ତବ୍ୟ ନିଷ୍ଠ ହେବେ।ସର୍ବ ଗୁଣ ସମ୍ପନ୍ନ ହୋଇପାରନ୍ତି । ବିଭିନ୍ନ ସ୍ତରରେ ସମ୍ମାନିତ ହୋଇପାରନ୍ତି । ଶୁଭରଙ୍ଗ ୟେଲୋ।ଶୁଭ ଅଙ୍କ ୪।

ଧନୁ – ପୈତୃକ ସମ୍ପତ୍ତିକୁ ନେଇ ଅଶାନ୍ତି ଉପୁଜି ପାରେ । ରୋଜଗାର ଆଶାନୁରୂପ ହେବ। ପ୍ରଭାବ-ବିସ୍ତାର କରିପାରନ୍ତି । ସୁଖ- ଶାନ୍ତିମିଳିବ । ପାରିବାରିକ ସମୃଦ୍ଧି ଆଶା କରାଯାଏ । ଶୁଭରଙ୍ଗ ଧଳା।ଶୁଭ ଅଙ୍କ ୩।

ମକର– ଅଯାଚିତ ସାହାର୍ଯ୍ୟ ପାଇବେ। କାର୍ଯ୍ୟରେ ସଫଳତା ଲାଭ କରିବେ । ଶାନ୍ତି-ସନ୍ତୋଷ ମିଳିବ । ସର୍ବ କୁଶଳ ଆଶା କରାଯାଏ। ଉପଯୁକ୍ତ କର୍ମାନୁରକ୍ତ ହୋଇପାରନ୍ତି । ଶୁଭରଙ୍ଗ ଧଳା । ଶୁଭ ଅଙ୍କ ୮।

କୁମ୍ଭ -ଋଣମୁକ୍ତ ହେବାକୁ ପ୍ରୟାସ ଜାରି ରଖିବେ। ପରୋପକାର କରି ଆତ୍ମତୃ ପ୍ତିମିଳିବ ।ବିବାଦୀୟ ପରିସ୍ଥିତି ପାଇଁ ମନସ୍ତାପ କରି ପାରନ୍ତି । ଶ୍ରେଷ୍ଠମାନ୍ୟତା ପ୍ରାପ୍ତ ହେବେ। ଶୁଭରଙ୍ଗମେରୁନ୍।ଶୁଭ ଅଙ୍କ ୪।

ମୀନ - ସହାୟତା ସୁଲଭ ହେବ।ବେଳେ ବେଳେ ନିଜକୁ ଅସହାୟ ମନେ କରିପାରନ୍ତି ।କେତେକ କ୍ଷେତ୍ରରେ ବାଦାନୁବାଦ ଉପୁଜି ପାରେ, ମାତ୍ର ତାହା ସହଜରେ ସମାଧାନ ହେବ । ଶୁଭରଙ୍ଗ କ୍ରୀମ୍।ଶୁଭ ଅଙ୍କ ୧।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.