ବୁଧବାରରେ ଏହି ରାଶିର ବ୍ୟକ୍ତିଙ୍କୁ ହେବ ଧନ ଲାଭ – ଜାଣନ୍ତୁ ସମ୍ପୂର୍ଣ୍ଣ ରାଶିଫଳ

Published By : Prameya-News7 Bureau | January 07, 2020 IST

ମେଷ – ଆଜି ଶ୍ରୀଚନ୍ଦ୍ର ଆପଣଙ୍କ ଉଚ୍ଚ ସମ୍ମାନ, କାର୍ଯ୍ୟସାଧନ, ମିତ୍ରତା ବୃଦ୍ଧି, ବିବାଦର ସମାଧାନ କରିବା ଦିଗରେ ସହାୟକ ହେବ । ନିଜ ରାଶିରେ ମଙ୍ଗଳ ଓ ସ୍ୱଗୃହାଭିମୁଖୀ ଚନ୍ଦ୍ର ଆପଣଙ୍କୁ ମାନସିକ ସୁସ୍ଥତା ପ୍ରଦାନ କରିବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୫ ।

ବୃଷ – ତୃତୀୟାଧିପତି ଦ୍ୱାଦଶସ୍ଥ ହେବାରୁ ସ୍ୱଜନ, ସମ୍ପର୍କୀୟ ଏବଂ ଭାଇ ବନ୍ଧୁ ପ୍ରମୁଖଙ୍କ ସୁସମ୍ପର୍କ ରହି ନ ପାରେ । ସାଧାରଣ କଥାକୁ କେନ୍ଦ୍ର କରି କିମ୍ବା ଅର୍ଥ ସମ୍ପର୍କକୁ ନେଇ ବାକ୍ଯୁଦ୍ଧ ଲାଗିବାର ଆଶଙ୍କା ରହିଛି । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୭ ।

ମିଥୁନ - ଶୁକ୍ରଙ୍କ ଦ୍ୱାରା ସଂଘଟିତ ବିପରୀତ ରାଜଯୋଗ ପ୍ରଭାବରେ ଆରୋଗ୍ୟ ଲାଭ, ବନ୍ଧୁଙ୍କ ସ୍ନେହ, ଆଦର ଓ ବିଳାସ ଉପକରଣ ପାଇ ଖୁସି ହେବେ । ପାରିବାରିକ ବୁଝାମଣା ମାଧ୍ୟମରେ ସୁଖ ଶାନ୍ତି ଫେରି ଆସିବ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୧ ।

କର୍କଟ – ଆଜିର ଗ୍ରହସ୍ଥିତି ଆପଣଙ୍କୁ ଉଚ୍ଚାସନ, ନୂତନ କର୍ମନିଯୁକ୍ତି, ଶୁଭ ଖବର ଏବଂ ଆତ୍ମୀୟଙ୍କ ଆଦର ଗୌରବ ପ୍ରାପ୍ତ କରାଇବ । ଅନ୍ୟ ଦ୍ୱାରା ପ୍ରେରିତ ହୋଇ ଦୂର ସ୍ଥାନକୁ ଯାତ୍ରା କରାଇବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୭ ।

ସିଂହ – ଦିନଟି ସବୁ ଦିଗରୁ ଶୁଭଫଳ ଦେବ । ବିଭିନ୍ନ ସ୍ତରରେ ପୂର୍ବରୁ ସମସ୍ୟା ରହିଥିଲେ ମଧ୍ୟ ପରିବାରର ସହମତିରେ କାମ କଲେ ଉପକୃତ ନିଶ୍ଚୟ ହେବେ । ରାଜନୀତି ଓ ସାଙ୍ଗଠନିକ କ୍ଷେତ୍ରରେ ଲୋକ ସମ୍ପର୍କ ବଢିବ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୨ ।

କନ୍ୟା – କର୍ମ ସ୍ଥାନରେ ରାହୁ ଓ ପାରିବାର ସ୍ଥାନରେ ଏକାଧିକ ଗ୍ରହଜନିତ କାରଣରୁ କର୍ମକ୍ଷେତ୍ରରେ ଦ୍ୱନ୍ଦ୍ୱ ଓ ପାରିବାରିକ ଅଶାନ୍ତି ସୃଷ୍ଟି ହେବ । ଶନିଙ୍କ ପ୍ରଭାବ ପାଇଁ ବହୁ କାର୍ଯ୍ୟ ବିଳମ୍ବରେ ହେବ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୪ ।

ତୁଳା – ଶୁକ୍ର ଓ ଚନ୍ଦ୍ର କେନ୍ଦ୍ର ସ୍ଥାନରେ ରହି ଆପଣଙ୍କୁ ସାମଗ୍ରିକ ସୁଖ, ସୁବିଧା ଯୋଗାଇ କାର୍ଯ୍ୟ ସାଧିତ କରାଇବେ । ବ୍ୟବସାୟ ଓ ପାରିବହନରେ ସଂକଟ ଦୂରେଇ ଯିବ କିନ୍ତୁ ଆଶାଜନକ ଲାଭ ନ ହୋଇପାରେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୮ ।

ବିଛା – ଆଜି ଖର୍ଚ୍ଚାନ୍ତ ହୋଇ କାମ ହାସଲ କରିବେ, କିନ୍ତୁ ଶୁକ୍ରଙ୍କ ଶୁଭତ୍ୱରୁ ନୂତନ ବସ୍ତ୍ରଭୂଷଣ ଓ ଧାତୁ ଅଳଙ୍କାର କ୍ରୟ କରିପାରନ୍ତି । ଆଶା ଓ ଅଭିଳାଷ ପୂରଣ ଦିଗରେ ବନ୍ଧୁମାନେ ସାହାର୍ଯ୍ୟ କରିବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୩ ।

ଧନୁ – ଚନ୍ଦ୍ରଙ୍କ ସ୍ଥିତି ପ୍ରଭାବରେ ଆପଣଙ୍କ ବିଚାରଧାରାର ପରିବର୍ତ୍ତନ ପ୍ରତ୍ୟେକ କ୍ଷେତ୍ରରେ ଅଶାନ୍ତ ପରିସ୍ଥିତି ସୃଷ୍ଟି କରିବ । ଆନୁଷ୍ଠାନିକ କ୍ଷେତ୍ର, ଶିଳ୍ପ, ବାଣିଜ୍ୟ କ୍ଷେତ୍ରରେ ଲାଭ ହୋଇପାରେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୭ ।

ମକର – ପ୍ରିୟଜନଙ୍କ ସାନ୍ନିଧ୍ୟ ଲାଭ କରି ଖୁସି ରହିବା ସହ ଯାହା ଆଶା କରୁଛନ୍ତି ତାହା ଅବଶ୍ୟ ପାଇବେ । ଯିଏ ଯେତେ ଶତ୍ରୁତା କରି ପ୍ରତିବନ୍ଧକ ସୃଷ୍ଟି କଲେ ମଧ୍ୟ ଆପଣଙ୍କର କୌଣସି କ୍ଷତି ହେବ ନାହିଁ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୨ ।

କୁମ୍ଭ  - ଶନିଙ୍କ ସୁପ୍ରଭାବରେ ସ୍ୱାସ୍ଥ୍ୟ ମୋଟାମୋଟି ଭଲ ରହିବ ଏବଂ ଚିନ୍ତା କରୁଥିବା କାର୍ଯ୍ୟରେ ବାଧାବିଘ୍ନ ଦୂରେଇ ଯିବ । ପାରିବାରିକ ସମସ୍ୟା ରହିଥିଲେ ମଧ୍ୟ ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କରିବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୬ ।

ମୀନ -  ମୁଖ ଭାବରେ ଚନ୍ଦ୍ର ଥିବାରୁ ଆପଣଙ୍କ ମଧୁରବୋଳା, ମନଲୋଭା କଥାରେ ଅନ୍ୟମାନଙ୍କର ମନକୁ ସହଜରେ କିିଣି ନେବେ । କୌଣସି କାମ ଅଟକିବ ନାହିଁ କିନ୍ତୁ ବ୍ୟବସାୟ ପରିବହନରେ କ୍ଷତି ହୋଇପାରେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୪ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.