ଗୁରୁବାରରେ କିପରି କଟିବ ଆପଣଙ୍କ ଦିନ- ଜାଣନ୍ତୁ ସମ୍ପୂର୍ଣ୍ଣ ରାଶିଫଳ

Published By : Prameya-News7 Bureau | March 04, 2020 IST

ମେଷ – ଘାତବାର ଥିବାରୁ ଦେବୀ ଦର୍ଶନ ଶୁଭ ଦାୟକ ହେବ । ନିର୍ଭରଶୀଳ ନ ହୋଇ ସ୍ୱାଧୀନ ଚେତାଭାବେ କାର୍ଯ୍ୟ କରିବେ । ବାଣିଜ୍ୟ କାରବାରରେ ଅଧିକ ଲାଭବାନ୍ ହୋଇପାରନ୍ତି । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୩ ।
ବୃଷ – ମନ ଫୁର୍ତ୍ତି ରହିବ । ସମ୍ମାନିତ ଓ ଭାଗ୍ୟବାନ୍ ହେବେ । କାର୍ଯ୍ୟରେ ସଫଳତା ପାଇବା ପାଇଁ ଅପେକ୍ଷା କରିବାକୁ ପଡିବ । ଉନ୍ନତି ମାର୍ଗରେ ଆଗକୁ ବଢି ପାରନ୍ତି । ବିଭିନ୍ନ ସ୍ତରରେ ସମ୍ମାନିତ ହୋଇପାରିବେ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୬ ।
ମିଥୁନ - ବନ୍ଧୁମେଳରେ ସମୟ ବିତାଇ ପାରନ୍ତି । ସମ୍ମାନିତ ହେବେ । ଅର୍ଥ ପ୍ରାପ୍ତିର ସୁଯୋଗ ଜୁଟିଛି । ଉପୁଜିଥିବା ରୋଜଗାର ଆଶାନୁରୂପ ଓ ସମସ୍ୟାର ସମାଧାନ ହେବ । ଯାନବାହନ ସୁଖ ମିଳିବ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୨ ।
କର୍କଟ – ଯାତ୍ରା ପଥ କୁସୁମିତ ହେବ । କର୍ମତତ୍ପର ରହିବେ । ପାରିବାରିକ ସୁଖ ମିିଳିବ । ମନ ପ୍ରଫୁଲ୍ଲ ରହିବ । ସରକାରୀ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ବହୁବିଧ ଧନର ଅଧିକାରୀ ହୋଇପାରନ୍ତି । ଉତ୍ତମ ଗୁଣଯୁକ୍ତ ହେବେ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୭ ।
ସିଂହ – ପରୋପକାରୀ ହେବେ । ମାନସିକ ଶାନ୍ତି ଅବ୍ୟାହତ ରହିବ । ବିବାଦରେ ବିଜୟୀ ମିଳିପାରେ । ସୌଭାଗ୍ୟ ବୃଦ୍ଧିର ସୂଚନା ମିଳୁଛି । ଶତ୍ରୁ ଦମନ କରିବାରେ ସିଦ୍ଧହସ୍ତ ଓ ଧନବାନ ହେବେ । ଅପାର ସୁଖ ମିଳିବ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୧ ।
କନ୍ୟା – ମନ ଅସ୍ଥିର ରହିବ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଖର୍ଚ୍ଚ ପରିମାଣ ବୃଦ୍ଧି ପାଇପାରେ । ଉତ୍ତମ ବଂଶରୁ କନ୍ୟା ଆଣିବାର ସୁଯୋଗ ଅଛି । ସର୍ବ ସୁଖ ମିଳିବା ଆଶା କରାଯାଏ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୯ ।
ତୁଳା –ଶ୍ରେଷ୍ଠ ସମ୍ମାନରେ ସମ୍ମାନିତ ହୋଇପାରନ୍ତି । ବନ୍ଧୁ ମହଲରେ ରହି ଚଳ-ଚଞ୍ଚଳ ହେବେ । ସୁନ୍ଦର, ମୂଲ୍ୟବାନ୍ ବସ୍ତୁ ଲାଭର ସୂଚନା ମିଳୁଛି । ବ୍ୟବସାୟ ଲାଭଜନକ ହେବ । ଦୁଃଖୀରଙ୍କୀଙ୍କ ପାଇଁ ଦୟାର୍ଦ୍ର ଚିତ୍ତ ହୋଇପାରନ୍ତି । ଶୁଭ ରଙ୍ଗ ଲାଲ୍ । ଶୁଭ ୨ ।
ବିଛା – ବିଭାଗୀୟ କାର୍ଯ୍ୟରେ ଉତ୍ସାହ ବୃଦ୍ଧି ପାଇବ । ଅସହଯୋଗକୁ ଉଡାଇ କର୍ତ୍ତବ୍ୟରତ ହୋଇପାରନ୍ତି । ରାଜପୂଜା ଓ ଆତ୍ମତୃପ୍ତି ମିଳିବ । ଯାନବାହନ ଯୁକ୍ତ ଏବଂ ପରାକ୍ରମଶାଳୀ ହେବେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୪ ।
ଧନୁ – ସମ୍ମାନିତ ହେବେ । ଆଧ୍ୟାତ୍ମିକ ଚିନ୍ତାଧାରାରେ ଉଦ୍‌ବୁଦ୍ଧ ହୋଇପାରନ୍ତି । ବିଭିନ୍ନ ସୂତ୍ରରୁ ଧନପ୍ରାପ୍ତିର ସୂଚନା ମିଳୁଛି । ଶାସ୍ତ୍ରପଟୁ ଓ ସୁବର୍ଣ୍ଣଦିଯୁକ୍ତ ହେବେ । ରାଜବଂଶ ପୂଜିତ ହେବା ଆଶା କରାଯାଏ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୮ ।
ମକର – ଚୋର ଭୟ ଅଛି । ବ୍ୟୟ ବୃଦ୍ଧି ହୋଇପାରେ । ଚିନ୍ତା ଦୂର ହେବ । ଅପରାହ୍ନରେ ଗୁରୁକୃପା ଲାଭ କରିପାରନ୍ତି । ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି । ଯାନବାହନ ସୁଖର ଅଧିକାରୀ ହେବେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୩ ।
କୁମ୍ଭ - କାର୍ଯ୍ୟରେ ସିଦ୍ଧି ପ୍ରାପ୍ତ ହେବେ । ଦରକାରୀ ଦ୍ରବ୍ୟ କ୍ରୟ କରିପାରନ୍ତି । ସାମର୍ଥ୍ୟର ପରିପ୍ରକାଶ ଘଟାଇବାରେ ସକ୍ଷମ ହେବେ । ଧନାଗମର ସୂଚନା ମିଳୁଛି । ଉତ୍ତମ ବସ୍ତ୍ର, ଯାନବାହନ ଲାଭ ହୋଇପାରେ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୭ ।
ମୀନ - ଆଶାବାଦୀ ହୋଇପାରନ୍ତି । ବହୁ ଶୁଭଫଳ ପାଇବାର ସୂଚନା ମିଳୁଛି । ସଦା-ସର୍ବଦା ହସହସ ମୁଖ ହେବେ । ଶ୍ରେଷ୍ଠ ପଦରେ ଆସୀନ ହୋଇପାରନ୍ତି । ଆଧିପତ୍ୟ ରହିବ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୬ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.