ବୁଧବାର ଏହି ରାଶିର ବ୍ୟକ୍ତିଙ୍କୁ ଧନଲାଭର ଯୋଗ ରହିଛି- ଜାଣନ୍ତୁ ସମ୍ପୂର୍ଣ୍ଣ ରାଶିଫଳ

Published By : Prameya-News7 Bureau | February 04, 2020 IST

ମେଷ – ଆଳସ୍ୟ ପରାୟଣ ହୋଇପାରନ୍ତି । କର୍ମକୁଶଳତା ଓ ଦୁଶ୍ଚିନ୍ତା ହ୍ରାସ ପାଇବ । ତ୍ୟାଗଶୀଳ ଓ ନୀତିଜ୍ଞ ଏବଂ ଚଞ୍ଚଳମନା ହେବେ । ବିବିଧ ଧନଯୁକ୍ତ ହୋଇପାରନ୍ତି । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୪ ।


ବୃଷ – ଯାତ୍ରା ଶୁଭ ହେବ । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ରୁଚିକର ଭୋଜନରେ ଆପ୍ୟାୟିତ ହେବେ । ବନ୍ଧୁ ସହ ଯୋଗ ପାଇବେ । ଧନଲାଭ ଓ ମନ ଖୁସି ରହିବ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୧ ।


ମିଥୁନ - ଅଯଥା ଅଧିକ ବ୍ୟୟ ହେବାରୁ ମନସ୍ତାପ କରିପାରନ୍ତି । ପଥରୋଧର ସମ୍ମୁଖୀନ ହୋଇପାରନ୍ତି । ଚକ୍ଷୁ ଯନ୍ତ୍ରଣା ଅନୁଭବ କରିବେ । ପତ୍ନୀଙ୍କ ଅସୁସ୍ଥତା ପାଇଁ ଚିନ୍ତିତ ହୋଇପାରନ୍ତି । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୭ ।


କର୍କଟ – ମିିଳିଥିବା ସୁଯୋଗକୁ ହାତଛଡା କରନ୍ତୁ ନାହିଁ । ମୂଲ୍ୟବାନ୍ ଦ୍ରବ୍ୟର ଲାଭ ହେବ । କାର୍ଯ୍ୟରେ ସଫଳତା ମିଳିବ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ପାରିବାରିକ ସୁଖଶାନ୍ତି ଅବ୍ୟାହତ ରହିବ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୫ ।


ସିଂହ – ଶକ୍ତି, ବୁଦ୍ଧି ଓ ସାହସିକ ପଦକ୍ଷେପ ନେଇ ଅସାଧ୍ୟ ସାଧନ କରିପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ସମ୍ମାନିତ ହେବେ । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ଦେବଦର୍ଶନର ସୌଭାଗ୍ୟ ଅଛି । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୯ ।


କନ୍ୟା – କାର୍ଯ୍ୟରେ ଅପୂର୍ବ ସଫଳତା ମିଳିବ । ଆପଣଙ୍କୁ ଧର୍ମକାର୍ଯ୍ୟରେ ନିୟୋଜିତ ହୋଇପାରନ୍ତି । ଆୟ ବୃଦ୍ଧି ହେବା ଆଶା କରାଯାଏ । ନୈତିକତା ବୃଦ୍ଧି ହେବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୩ ।


ତୁଳା – ଶାରୀରିକ ଅସୁସ୍ଥତା ଅନୁଭବ କରିବେ । ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି । ବ୍ୟବସାୟରୁ ସାମାନ୍ୟ ଲାଭ ମିଳିବ । ସ୍ୱାଭିମାନୀ ହେବେ । ଯାନବାହନରେ ସତର୍କ ରହିବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୬ ।


ବିଛା – ଅସାଧ୍ୟ ସାଧନ କରିପାରନ୍ତି । ବନ୍ଧୁ ମିଳନ ଘଟିପାରେ । ବ୍ୟବସାୟ ଲାଭଜନକ ହେବ । ପତ୍ନୀଙ୍କ ପରାମର୍ଶ ଲାଭପ୍ରଦ ହେବ । ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି । ଯଶ ଅର୍ଜନ କରି ଚଞ୍ଚଳ ଚେଷ୍ଟିତ ହେବେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୨ ।


ଧନୁ – କାର୍ଯ୍ୟର ସଫଳ ରୂପାୟନ କରି ଆତ୍ମତୃପ୍ତି ଲାଭ କରିବେ । କ୍ରୋଧ ସମ୍ବରଣ କଲେ ଜନସାଧାରଣଙ୍କ ସ୍ନେହଭାଜନ ହେବେ । ମନରେ ସରସତା ଆସିବ । କର୍ତ୍ତବ୍ୟ ନିଷ୍ଠ ହେବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୪ ।


ମକର – ଦିନସାରା ଭଲ-ମନ୍ଦ ଲାଗି ରହିବ । ମିଶ୍ରିତ ଫଳ ମିଳିବ । ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ । ବ୍ୟବହାର କୁଶଳତା ଆପଣଙ୍କୁ ମହାନ୍ କରି ଗଢି ତୋଳିବ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୮ ।


କୁମ୍ଭ - ବେଳେ ବେଳେ ଗୁରୁଦାୟିତ୍ୱ ବହନ କରି ନିର୍ଭୀକ ଭାବେ ସମ୍ପାଦନ କରିବେ । ଗର୍ବିତ ହୋଇପାରନ୍ତି । ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି । ଯାନବାହନ ସୁଖ ମିଳିବ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୫ ।


ମୀନ - ଯେକୌଣସି କାର୍ଯ୍ୟ ସମ୍ପାଦନ କଲେ ଅପୂର୍ବ ସଫଳତା ମିଳିବ । ଅତ୍ୟନ୍ତ ଶୁଭପ୍ରଦ ହେବ । ଉଚ୍ଚ ସମ୍ମାନ ଲାଭ କରିପାରନ୍ତି । କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସିତ ହେବେ । ଶାନ୍ତ-ସନ୍ତୋଷ ମିଳିବ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୩ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.