ମକର ସଂକ୍ରାନ୍ତିରେ ଏହି ରାଶିର ବ୍ୟକ୍ତିଙ୍କ ପାଇଁ ରହିଛି ଶୁଭ ଖବର- ଜାଣନ୍ତୁ ସମ୍ପୂର୍ଣ୍ଣ ରାଶିଫଳ

Published By : Prameya-News7 Bureau | January 14, 2020 IST

ମେଷ – ଆଳସ୍ୟ ପରାୟଣ ହୋଇପାରନ୍ତି । ଯେଉଁ କାର୍ଯ୍ୟରେ ହାତ ଦିଅନ୍ତୁ ନା କାହିଁକି ନିଶ୍ଚିତ କୃତକାର୍ଯ୍ୟ ହେବେ । ଧନାଗମ ହେବାର ସୂଚନା ମିଳୁଛି । ପାରିବାରିକ ସୁଖ-ଶାନ୍ତି ଅତୁଟ ରହିବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୯ ।

ବୃଷ – ସ୍ୱାଧୀନ ଚିନ୍ତାଧାରା ନେଇ କାର୍ଯ୍ୟ କରିବେ । ମନ ପ୍ରଫୁଲ୍ଲ ରହିବ । ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ । ଆୟ ବୃଦ୍ଧିର ସୂଚନା ମିଳୁଛି । କର୍ମକ୍ଷେତ୍ରରେ ଉଜ୍ଜ୍ୱଳମୟ ହେବ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୪ ।

ମିଥୁନ - ପଥରୋଧର ସମ୍ମୁଖୀନ ହୋଇପାରନ୍ତି । କାର୍ଯ୍ୟକ୍ଷେତ୍ରରେ ସମସ୍ୟା ଉପୁଜି ପାରେ । ଖର୍ଚ୍ଚ ପରିମାଣ ବୃଦ୍ଧି ହେବ । ଅଯଥା ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ହୋଇପାରନ୍ତି । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୩ ।

କର୍କଟ – ରୋଜଗାର ଆଶାନୁରୂପ ହେବ । ବ୍ୟବସାୟ ଲାଭଜନକ ହେବ । କାର୍ଯ୍ୟର ସଫଳ ରୂପାୟନ କରିବାରେ ସକ୍ଷମ ହେବେ । ସରକାରୀ ସ୍ତରରୁ ଅର୍ଥ ସହିତ ସମ୍ମାନ ମିଳିବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୬ ।

ସିଂହ – ପରିଶ୍ରମ ଅଧିକ ହୋଇପାରେ, ମାତ୍ର ତା’ର ମୂଲ୍ୟ ମିଳିବ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ପ୍ରତି କାର୍ଯ୍ୟ ସହଜ ସୁଲଭ ହେବ । ଧୈର୍ଯ୍ୟବାନ୍ ହେବେ । ସରକାରୀ କୃପା ଲାଭ କରିବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୮ ।

କନ୍ୟା – ପରୋପକାରୀ ହୋଇପାରନ୍ତି । ଯଶସ୍ୱୀ ଓ ପ୍ରତି ଯୋଗିତାରେ ବିଜୟୀ ହେବେ । କୃତୀ ପ୍ରତିଯୋଗୀ ଭାବେ ପୁରସ୍କୃତ ହୋଇପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ରହିପାରେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୧ ।

ତୁଳା – ଶୁଭ କାର୍ଯ୍ୟରେ ଖର୍ଚ୍ଚ ପରିମାଣକୁ ବଢାଇ ପାରନ୍ତି । ସ୍ୱାଭିମାନୀ ହେବେ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଯାନବାହନ ଚଳାଚଳରେ ସତର୍କତା ଅବଲମ୍ବନ କରିବେ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୫ ।

ବିଛା – ଘାତଚନ୍ଦ୍ର ଭୋଗ ହେତୁ ଯାନବାହନ ଚଳାଚଳରେ ସତର୍କ ରହିବେ । ଉଚ୍ଚ ସ୍ଥାନ ଆରୋହଣ ନ କରିବା ଭଲ । ବନ୍ଧୁ ସହାୟତା ପାଇ ଖୁସି ହୋଇପାରନ୍ତି । ଦୁର୍ମୂଲ୍ୟ ଧାତୁ ଦ୍ରବ୍ୟ ମିଳିବ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୯ ।

ଧନୁ – ଶତ୍ରୁ ଦମନ କରିବାରେ ସକ୍ଷମ ହେବେ । ଚିନ୍ତାଧାରା ଉନ୍ନତମାନର ହେବ । ପ୍ରଶଂସିତ ହୋଇପାରନ୍ତି । ଚାକିରି କ୍ଷେତ୍ରରେ ଉଚ୍ଚ ପଦରେ ଆସୀନ ହୋଇପାରନ୍ତି । ପରଧନରେ ଧନୀ ହେବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୩ ।

ମକର – ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତାର ଶୀର୍ଷକୁ ଉଠିପାରନ୍ତି । ସନ୍ତାନ ଦ୍ୱାରା ଉପକୃତ ହେବେ । ପାରିବାରିକ ସୁଖ ଶାନ୍ତି ମିଳିବ । ସାଧନାରେ ସିଦ୍ଧିପ୍ରାପ୍ତ ହୋଇପାରନ୍ତି । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୪ ।

କୁମ୍ଭ - ଆଶା ଫଳବତୀ ହୋଇପାରେ । କ୍ରୋଧ ସମ୍ବରଣ କରି କାର୍ଯ୍ୟ ହାସଲ କରିପାରନ୍ତି । ଶୁଭ କର୍ମରେ ଉତ୍ସାହ ବୃଦ୍ଧି ପାଇବ । ଦୈନନ୍ଦିନ କାର୍ଯ୍ୟ ସହ ଅଧ୍ୟୟନରତ ହୋଇପାରନ୍ତି । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୮ ।

ମୀନ - ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି । ବିବାଦରେ ଓ ନିର୍ବାଚନରେ ବିଜୟୀ ହେବେ । ମିତ୍ରତା ସୁଦୃଢ ହେବ । ଅଧସ୍ତନ ବ୍ୟକ୍ତିଙ୍କ ଠାରୁ ସମ୍ମାନ ମିଳିବ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୬ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.