ବୁଧବାରର ସମ୍ପୂର୍ଣ୍ଣ ରାଶିଫଳ: ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

Published By : Prameya-News7 Bureau | March 10, 2020 IST

ମେଷ – ମାନସିକ ସ୍ତରରେ ଶାନ୍ତି ସନ୍ତୋଷ ପାଇବେ । ଯାନବାହନ ସୁଖ ଲାଭ, ପରିଜନରେ ଆଦୃତି, ସମସ୍ୟା ସମାଧାନ, ଗୁରୁଦେବତା ବ୍ରାହ୍ମଣ ଭକ୍ତି ଓ ପାରସ୍ପରିକ ଉତ୍ତମ ସହ ଯୋଗ ମିଳିବ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୨ ।
ବୃଷ – ଯାନବାହନର ଅପବ୍ୟୟ ହେବ । ଦୁଃଶ୍ଚିନ୍ତା ବୃଦ୍ଧି । ଆଇନ ଅଦାଲତରୁ ଆସ୍ଥା କମିବ । ଚକ୍ଷୁପୀଡା କିମ୍ବା ଗଣ୍ଠିବ୍ୟଥାର ଆଶଙ୍କା ଅଛି । ଭୂମି ସଂକ୍ରାନ୍ତୀୟ ଅସୁବିଧା ସହଜ ସମାଧାନ ହେବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୫ ।
ମିଥୁନ - କେତେକ କାର୍ଯ୍ୟ ଅସଂପୂର୍ଣ୍ଣ ରହିଯାଇପାରେ । ଭୋଗ ବିଳାସର ସାଧନ ମିଳିବ । ଆର୍ଥିକ ସ୍ଥିତି ଉନ୍ନତ ରହିବ । ସାଧାରଣ ସ୍ୱାସ୍ଥ୍ୟ ସମସ୍ୟା ପରିବାରରେ ଆସିବ । ପିତାମାତା ଗୁରୁଜନ ବର୍ଗରୁ ଆର୍ଶୀବାଦ, ବନ୍ଧୁ ସହ ଯୋଗ ପାଇବେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୮ ।
କର୍କଟ – ଘାତଚନ୍ଦ୍ର ଭୋଗ ହେବ ସାରାଦିନ । ଲକ୍ଷ୍ୟସ୍ଥଳରେ ପହଁଞ୍ôଚବାରେ ବିଳମ୍ବ ହେବ । ଦେହ ଅସୁସ୍ଥ ଓ ମନରେ ଅଶାନ୍ତି ଆସିପାରେ । ଗୃହ ପରିବେଶରେ ଶୁଭ କାର୍ଯ୍ୟ ଆରମ୍ଭ କରିବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୩ ।
ସିଂହ – ଶ୍ରୀ ଚନ୍ଦ୍ର ଭୋଗ ହେଉଛି । ପ୍ରତ୍ୟେକ କାର୍ଯ୍ୟରେ ମାନସିକ ସ୍ଥିରତା ରଖିବାର ଆବଶ୍ୟକତା ଅଛି । ନିର୍ମାଣମୂଳକ କାର୍ଯ୍ୟରେ ବ୍ୟୟ କରିବେ । ସ୍ୱାସ୍ଥ୍ୟ ଭଲ ରହିବ । ସତ ପରାମର୍ଶ ପାଇ ନିଜକୁ ନିୟନ୍ତ୍ରିତ କରିବେ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୭ ।
କନ୍ୟା – ମାଙ୍ଗଳିକ କର୍ମ ସଂପୃକ୍ତି, କର୍ମକ୍ଷେତ୍ରରେ ମନ୍ଥରତା, ଯାନବାହନରେ ବ୍ୟୟ, ଗୃହ ଭୂମିରେ ସଂସ୍କାର ଆଦି ଶୁଭାଶୁଭ ମିଶ୍ରିତ ଫଳ ଆଜି ଦିନରେ ଭୋଗ ହେବ । ଆଧ୍ୟାତ୍ମିକ ଚିନ୍ତା ଓ ଚେତନାର ବିକାଶ ଘଟିବ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୧ ।
ତୁଳା – ଦିନଟି ଶୁଭଫଳ ଦାୟକ ହେବ । ଭୋଗ ବିଳାସ ଦ୍ରବ୍ୟ ପାଇବେ । ଗୃହରେ ମଙ୍ଗଳ କର୍ମ ସଂପାଦିତ ହୋଇପାରିବ । ପ୍ରତ୍ୟେକ କାର୍ଯ୍ୟରେ ସହ ଯୋଗ ଲାଭ କରିବେ । ଅପରାହ୍ନ ଠାରୁ ନିଃସଂଗତା ବୋଧ ସାମୟିକ କଷ୍ଟଦାୟକ ହେବ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୫ ।
ବିଛା – ଧର୍ମ କର୍ମରେ ଋଚିବୋଧ ବଢିବ । ପତିତ ଅର୍ଥ ହାତକୁ ଆସିପାରେ । ବନ୍ଧୁବର୍ଗରୁ ସହ ଯୋଗ ପାଇବେ । ଦେହ ସୁସ୍ଥ ରହିବ । ଯାନବାହନରେ ସଂସ୍କାର ଆଣିପାରିବେ । ଭୂମି କ୍ରୟ ବିକ୍ରୟରେ ଲାଭବାନ ହେବାର ସମ୍ଭାବନା ଅଧିକ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୬ ।
ଧନୁ – ଦେହ ଓ ମନରେ ସୁସ୍ଥ ରହିବେ । ପାରିବାରିକ ପରିବେଶ ଶାନ୍ତିଦାୟକ ହେବ । କର୍ମରେ ଗୁରୁତ୍ୱ ବଢିବ । ଅନେକଙ୍କର ବିଶ୍ୱାସ ଭାଜନ ହେବେ । ଯାନବାହନ ସୁଖ ସୌଭାଗ୍ୟ ମିଳିବ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୯ ।
ମକର – କିଛି ପ୍ରତିକୂଳ ଫଳ ପାଇବେ । ଦୈହିକ ସ୍ୱାସ୍ଥ୍ୟରେ ଅବନତି, ଲୋକ ସଂପର୍କ ହାନୀ, କଥା ଓ କାର୍ଯ୍ୟରେ ସମନ୍ୱୟ ରକ୍ଷା କରିବା କଷ୍ଟକର ହେବ । ଆହାର ବିହାରରେ ଅନିୟମିତ ହେବେ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୧ ।
କୁମ୍ଭ - ବନ୍ଧୁ ପରିଜନରୁ ସହ ଯୋଗ ପାଇବେ । ଆଧ୍ୟାତ୍ମିକ ଅନୁଭବ ଓ ନିଷ୍ଠା ବଢିବ । ସମୟୋପଯୋଗୀ ସତ ପରାମର୍ଶ ପାଇବେ । କର୍ମକ୍ଷେତ୍ରରେ ସମ୍ମାନ, ଲକ୍ଷ୍ୟପୂରଣ , ସମସ୍ୟା ସମାଧାନ ଓ ନୂତନ ଚିନ୍ତାଧାରାକୁ କାର୍ଯ୍ୟ ରୂପ ଦେଇପାରିବେ। ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୪ ।
ମୀନ - ସାମାଜିକ ଅନୁଷ୍ଠାନ ଆୟୋଜନ କରିବେ । ବିଭିନ୍ନ ପ୍ରୋତ୍ସାହନ ମିଳିବ । ଦୂର ଯାତ୍ରା ଶୁଭଙ୍କର ହେବ । ଆୟ ଉର୍ପାଜନର ଦିଗ ପରିବର୍ତ୍ତନ ହୋଇପାରେ । ଶୁଭ ମଙ୍ଗଳ କାର୍ଯ୍ୟରେ ଅଗ୍ରଗତି ଓ ବୈଷୟିକ ସୁଖ ସମୃଦ୍ଧି ଲାଭ କରିବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୭ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.