Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ଗୁରୁବାରର ରାଶିଫଳ -ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

16/10/2019 at 9:47 PM

ମେଷ– ଉତ୍ସବ ଆଦିରେ ଯୋଗଦେଇ ଖୁସି ହେବେ । ଗତିରୋଧର ସମ୍ମୁଖୀନ ହୋଇପାରନ୍ତି । ମନରେ ଉଦ୍‌ବେଗ ଜାତ ହୋଇପାରେ । ସତ୍ କର୍ମରେ ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୮ ।
ବୃଷ – କର୍ମକ୍ଷେତ୍ର ଉତ୍ସାହଜନକ ହେବ । ବନ୍ଧୁ ସୁଖ ମିଳିବ । ମୂଲ୍ୟବାନ ଦ୍ରବ୍ୟ ଲାଭ ହେବ । ସାଧନାରେ ସିଦ୍ଧି ପ୍ରାପ୍ତ ହେବେ । କାର୍ଯ୍ୟର ସଫଳ ରୂପାୟନ କରି ସନ୍ତୋଷ ଲାଭ କରିବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୫ ।
ମିଥୁନ – କର୍ମତ୍ପରତା ପ୍ରକାଶ ପାଇବ । ଉତ୍ସାହିତ ଲୋକ କାର୍ଯ୍ୟ ସଂପାଦନ କରିବେ । ସଦୟ କରି ଆତ୍ମସନ୍ତୋଷ ଲାଭ କରିବେ । କାର୍ଯ୍ୟରେ ସଫଳତା ମିଳିବ । ମୂଲ୍ୟବାନ୍ ଦ୍ରବ୍ୟ ଲାଭ ହେବ ।ଶୁଭ ରଙ୍ଗ ଗାଢ ନୀଳ । ଶୁଭ ଅଙ୍କ ୩ ।
କର୍କଟ – ପରୋପକାରୀ ହେବେ । ସୌନ୍ଦର୍ଯ୍ୟ ଉପଭୋଗ କରିପାରନ୍ତି । କଳ୍ପନା ବିଳାସୀ ହେବେ । ସମାଜ ସେବା ପ୍ରତି ମନ ବଳାଇ ପାରନ୍ତି । ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୭ ।
ସିଂହ – ଅସୁସ୍ଥତା ଅନୁଭବ କରିପାରନ୍ତି । ମନରେ ବିରକ୍ତଭାବ ଉଦ୍ରେକ ହୋଇପାରେ । ଖର୍ଚ୍ଚାନ୍ତ ହେଲେ ହେଁ ଯୁଗ୍ମ ବ୍ୟବସାୟ ଲାଭଜନକ ହେବ । ସମର୍ଥକମାନେ ଓହରି ଯାଇପାରନ୍ତି । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୧ ।
କନ୍ୟା – ଗୃହରେ ଜଞ୍ଜାଳ ବୃଦ୍ଧି ହେଲେ ବି ତାହା ସୁଖଦାୟକ ହେବ । ବନ୍ଧୁ ମିଳନ ଘଟିବାର ସୁଯୋଗ ଅଛି । ଅର୍ଥ ଲାଭର ସୁଯୋଗ ମିଳିବ । କର୍ମକ୍ଷେତ୍ରରେ ଉନ୍ନତି ଘଟିବ । ଶୁଭ ରଙ୍ଗ ଗ୍ରୀନ୍ ।ଶୁଭ ଅଙ୍କ ୪ ।
ତୁଳା – ବନ୍ଧୁମେଳରେ ଅପ୍ରିୟ ହୋଇପାରନ୍ତି । ଶତ୍ରୁ ଉପରେ କଡା ନଜର ରଖିଲେ ବିପଦମୁକ୍ତ ହେବେ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ସୁସ୍ଥ ନିରାମୟ ଜୀବନଯାପନ କରିବେ । ଶୁଭ ରଙ୍ଗଲାଲ୍ । ଶୁଭ ଅଙ୍କ ୩ ।
ବିଛା – ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି । ବିଚାର-ବିମର୍ଷ ଦ୍ୱାରା କାର୍ଯ୍ୟ କଲେ ସଫଳତା ମିଳିବ । ବସ୍ତ୍ର-ଭୂଷଣ ଲାଭ ହୋଇପାରେ । ବାଧାବିଘ୍ନର ସମ୍ମୁଖୀନ ହୋଇ ବି କାର୍ଯ୍ୟରେ ସଫଳତା ଲାଭ କରିବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୯ ।
ଧନୁ – ଉପୁଜିଥିବା ଜଟିଳ ସମସ୍ୟାର ସୁସମାଧାନ ହେବ । ଘାତଚନ୍ଦ୍ର ଭୋଗ ହେତୁ ସାମନ୍ୟ କ୍ଳେଶ ଅନୁଭବ କରିପାରନ୍ତି । ଧର୍ମ ପରାୟଣ ହେବେ । ମଧୁର ସମ୍ଭାଷଣରେ ଜନତାଙ୍କୁ ବଶ କରିପାରନ୍ତି । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୪ ।
ମକର – ଚାପରେ ପଡି କାର୍ଯ୍ୟ କରିବାକୁ ବାଧ୍ୟ ହେବେ । କୃତୀ ପ୍ରତିଯୋଗି ଭାବେ ପୁରସ୍କୃତ ହୋଇପାରନ୍ତି । ଯଶସ୍ୱୀ ଓ ବିବାଦରେ ବିଜୟୀ ହେବେ । ସରକାରଙ୍କ ଦୟାର ପାତ୍ର ହୋଇପାରନ୍ତି । ଶୁଭ ରଙ୍ଗ ଲାଇଟ୍ ଗ୍ରୀନ୍ । ଶୁଭ ଅଙ୍କ ୧ ।
କୁମ୍ଭ – ଯୋଜନା କାର୍ଯ୍ୟକାରୀ ହେବ, ମାତ୍ର ବିଳମ୍ବିତ ହୋଇପାରେ । ସାଧନାରେ ସିଦ୍ଧିଲାଭ କରିବେ । ଦେଖାଦେଇଥିବା ବିପଦ ଦୂର ହେବ । ଭାଗ୍ୟଶାଳୀ ଓ ଚଞ୍ଚଳମନା ହେବେ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୭ ।
ମୀନ – ପାରିବାରିକ ଜୀବନ ସୁଖ-ଶାନ୍ତି ପୂର୍ଣ୍ଣ ହେବ । ଶ୍ରୀଚନ୍ଦ୍ର ଭୋଗ ହେତୁ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ଆୟ-ରୋଜଗାର ଖୁବ୍ ଭଲ ହେବ । ନୂଆ ବନ୍ଧୁ ଜୁଟିବେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୩ ।

   Related Posts