ଗୁରୁବାର ରାଶିଫଳ : ଜାଣନ୍ତୁ ଆପଣଙ୍କ ରାଶିରେ କ’ଣ ରହିଛି ଶୁଭଫଳ

Published By : Prameya-News7 Bureau | May 20, 2020 IST

ମେଷ – ଆପଣଙ୍କର ଉକୃଷ୍ଟ ବିଚାରଧାରା, ପାରିବାରିକ ସହ-ଯୋଗରେ କାମ ହାସଲ କରିବାରେ ମଧ୍ୟ କିଛି ଅସୁବିଧା ହେବ ନାହିଁ । ସାମାଜିକ ସ୍ତରରେ ଉଚ୍ଚାସନ ଲାଭ କରିବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୨ ।

ବୃଷ – ପ୍ରତ୍ୟେକ କାମ ମଧ୍ୟ ଠିକ୍ ସମୟରେ ସମ୍ପନ୍ନ କରିବାରେ ଅସୁବିଧା ହେବ ନାହିଁ । ଉପର ଅଧିକାରୀମାନେ ଆପଣଙ୍କ ପ୍ରତି ସହାନୁଭୂତି ପ୍ରକାଶ କରିବା ହେତୁ  ମାନସିକ ସ୍ତରରେ ଆନନ୍ଦ ଅନୁଭବ କରିବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୬ ।

ମିଥୁନ - ନିଜ ସଂସ୍ପର୍ଶରେ ଆସୁଥିବା ଲୋକମାନଙ୍କୁ କଅଁଳିଆ କଥା କହି ମନେଇବାରେ ସମର୍ଥ ହେବେ । ପରିବାରରେ ଭୁଲ୍ ବୁଝାମଣା ହେତୁ ସାଧାରଣ କଥାରେ ଘରୋଇ କଳହକୁ ନେଇ ଅଶାନ୍ତି ଲାଗି ରହିବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୧ ।

କର୍କଟ – ପରିସ୍ଥିତି ଓ ପରିମାଣକୁ ଆଖି ଆଗରେ ରଖି କାମ କରି ଚାଲିଲେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବ । ଅନୁସନ୍ଧାନ ନ କରି କୌଣସି ସିଦ୍ଧାନ୍ତରେ ଉପନୀତ ହେବା ଠିକ୍ ହେବ ନାହିଁ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୯ ।

ସିଂହ – ଅଭାବବୋଧ ଲାଗି ରହିବା କାରଣରୁ ପାରିବାରିକ କ୍ଷେତ୍ରରେ ଅନ୍ୟମାନଙ୍କୁ ସନ୍ତୁଷ୍ଟ କରିପାରିବେ ନାହିଁ । ଅଧିକାଂଶ ସମୟ ଅନ୍ୟମନସ୍କ କିମ୍ବା  ଅସାବଧାନତା ବଶତଃ ଭଲ କରିବାକୁ ଯାଇ ସମସ୍ୟା ଭିତରକୁ ଟାଣି ହୋଇ ଯିବାକୁ ପଡିପାରେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୪ ।

କନ୍ୟା – ଯାହାକୁ ନିଜର ବୋଲି ଭାବୁଥିବେ ସେହି ବ୍ୟକ୍ତି ହିଁ ସରଳତାର ସୁଯୋଗ ନେବାକୁ ପଛାଇବ ନାହିଁ । ବାଣିଜ୍ୟ,ବ୍ୟବସାୟ ଓ ପରିବହନ ପାଇଁ କୌଣସି ବିଶେଷ ଅସୁବିଧା ହେବ ନାହିଁ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୭ ।

ତୁଳା – ଅନାଗତ ଭବିଷ୍ୟତର ଅସୁବିଧା କଳ୍ପନା କରି ମାନସିକ ଅବସାଦ ଯୋଗୁଁ କୌଣସି କାମ ଉତ୍ସାହପଦ ହେବ ନାହିଁ । ମନର ଭାବାବେଗକୁ ବନ୍ଧୁ ନିକଟରେ ପ୍ରକାଶ କରିବା ହେତୁ ଭୁଲ୍ ବୁଝାମଣାର ପରିସ୍ଥିତି ସୃଷ୍ଟି ହେବ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୬ ।

ବିଛା – କୌଣସି କାମରେ ମନ ଲାଗିବ ନାହିଁ । ସହକର୍ମୀଙ୍କ ସହାୟତାରେ କର୍ମକ୍ଷେତ୍ରରେ ବହୁ ଦିନର ମନାନ୍ତରର ସମାଧାନ ହୋଇଯିବ । ପାରିବାରିକ ଜୀବନରେ ଉଚିତ ବୁଝାମଣା ରହିବାରୁ ସାମୟିକ ଆଶ୍ୱସ୍ତି ଲାଭ କରିବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୮ ।

ଧନୁ – ପାରିପାଶ୍ୱିର୍କ ଚିନ୍ତାଜନକ ପରିସ୍ଥିତି ଆଜିର ଦିନଟିକୁ ନିରୁତ୍ସାହିତ କରିପାରେ । କୌଣସି କାମ ଶୃଙ୍ଖଳିତ ଭାବରେ ନ ହେବା କାରଣରୁ ଧୈର୍ଯ୍ୟଚ୍ୟୁତି ଘଟିବାର ଆଶଙ୍କା ରହିଛି । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୫ ।

ମକର – ଅସ୍ଥିର ମନର ଭାବକୁ ହଠାତ୍ ପ୍ରକାଶ କରନ୍ତୁ ନାହିଁ । କର୍ମକ୍ଷେତ୍ର ଓ ବ୍ୟବସାୟିକ ଦିଗଟି ବିଶେଷ ମନ୍ଦ ହେବ ନାହିଁ କିନ୍ତୁ ପ୍ରତିବନ୍ଧକ ଲାଗି ରହିବ । କଠୋର ପରିଶ୍ରମଜନିତ ସାମୟିକ କ୍ଲାନ୍ତି ଅନୁଭବ କରିପାରନ୍ତି । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୧ ।

କୁମ୍ଭ  - ଅଶାନ୍ତି ପୂର୍ବପରି ଲାଗି ରହୁଥିବା ହେତୁ କିମ୍ବା କାମ ଗୁଡିକ ଠିକ୍ ଭାବେ ନ ହେବାରୁ ମନ ଭଲ ରହିବ ନାହିଁ । ଅବଶ୍ୟ ସ୍ୱାସ୍ଥ୍ୟବସ୍ଥା କ୍ରମଶଃ ଭଲ ଦିଗକୁ ଗତି କରିବାରୁ ଆଶ୍ୱସ୍ତି ଲାଭ କରିବେ । ଶୁଭ ରଙ୍ଗ ଗାଢ ଗ୍ରୀନ୍ । ଶୁଭ ଅଙ୍କ ୬ ।

ମୀନ - କାର୍ଯ୍ୟଦକ୍ଷତା କାରଣରୁ ପ୍ରତ୍ୟେକ କ୍ଷେତ୍ରରୁ ଆଶାନୁରୂପ ସ୍ନେହ, ସହାନୁଭୂତି ପାଇ ମନ ଖୁସି ରହିବ । ଜନକଲ୍ୟାଣ କର୍ମରେ ନିଜକୁ ନିୟୋଜିତ କରି ଅନ୍ୟମାନଙ୍କ ହିତ ସାଧନରେ ନିଜକୁ ସାମିଲ କରିପାରନ୍ତି । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୯ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.