ସରସ୍ବତୀ ପୂଜା ଦିନ କିପରି କଟିବ ଆପଣଙ୍କ ରାଶି - ଜାଣନ୍ତୁ ସମ୍ପୂର୍ଣ୍ଣ ରାଶିଫଳ

Published By : Prameya-News7 Bureau | January 29, 2020 IST

ମେଷ – ବହୁ ମିତ୍ରଙ୍କ ସାନ୍ନିଧ୍ୟ ମିଳିପାରେ । ଧନ ପ୍ରାପ୍ତିର ସୂଚନା ମିଳୁଛି । ସମ୍ମାନିତ ହୋଇପାରନ୍ତି । ଉନ୍ନତି ମାର୍ଗରେ ଅଗ୍ରଗାମୀ ହେବେ । ପ୍ରମାଦ ପ୍ରିୟ ହେବେ । ସନ୍‌ମାର୍ଗୀ ହୋଇପାରନ୍ତି । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୩ ।

ବୃଷ – କର୍ତ୍ତବ୍ୟ ପରାୟଣ ହୋଇ ଆଗକୁ ବଢିବେ । କାର୍ଯ୍ୟରେ ସଫଳତା ଲାଭ କରିବେ । କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । କର୍ମତତ୍ପରତା ପ୍ରକାଶ ପାଇବ । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହୋଇପାରେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୫ ।

ମିଥୁନ - ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡିବ । ସୁଲକ୍ଷଣୀ ପତ୍ନୀଙ୍କ ସହ ସଂପର୍କ ବୃଦ୍ଧି ହେବ । ଧନ ବୃଦ୍ଧିର ସୂଚନା ମିଳୁଛି । ଦେବ-ଦ୍ୱିଜ ପରାୟଣ ହେବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୮ ।

କର୍କଟ – ଯୁକ୍ତି-ତର୍କରେ ସମ୍ମୁଖୀନ ହୋଇପାରନ୍ତି । ସାମାନ୍ୟ ଶାରିରୀକ କ୍ଲେଶ ଅନୁଭବ କରିବେ । ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡିବ । ରୋଜଗାର ବ୍ୟବସାୟ ଲାଭ ହୋଇପାରେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୨ ।

ସିଂହ – କାର୍ଯ୍ୟକ୍ଷେତ୍ରରେ ଅଗ୍ରଗାମୀ ହୋଇପାରନ୍ତି । ବନ୍ଧୁ ମିଳନ ଘଟିବାର ସୂଚନା ମିଳୁଛି । ସାଧନାରେ ସିଦ୍ଧି ପ୍ରାପ୍ତ କରିବେ । ମୂଲ୍ୟବାନ୍ ଦ୍ରବ୍ୟ ଲାଭ ହେବ । ଲକ୍ଷ୍ମୀ ବରଦାୟିକା ଅଛନ୍ତି । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୭ ।

କନ୍ୟା – ଯାତ୍ରା ଶୁଭଦାୟକ ହେବ । ଦରକାରୀ ଦ୍ରବ୍ୟ କ୍ରୟ କରିପାରନ୍ତି । ବ୍ୟବସାୟରେ ଲାଭବାନ୍ ହେବେ । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ ଏବଂ ଉପୁଜିଥିବା ସମସ୍ୟା ଦୁର ହେବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୪ ।

ତୁଳା – ନିର୍ଭୀକଭାବେ କାର୍ଯ୍ୟ ସମ୍ପାଦନ କରିବେ । ସାମୟିକ ଭାବେ ଆତ୍ମଗୋପନ କରିପାରନ୍ତି । ମାନ୍ୟତା ପ୍ରାପ୍ତ ପାଇ ଉତ୍‌ଫୁଲ୍ଲିତ ହେବେ । ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୨ ।

ବିଛା – ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ବନ୍ଧୁ କିମ୍ବା ସରକାରୀ ସାହାର୍ଯ୍ୟ ପାଇ ଲାଭବାନ୍ ହୋଇପାରନ୍ତି । ଚିନ୍ତାଧାରା ଉନ୍ନତମାନର ହେବ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୩ ।

ଧନୁ – ଅର୍ଥ ପ୍ରାପ୍ତିର ସୁଯୋଗ ଅଛି । କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିପାରନ୍ତି । ବ୍ୟବସାୟ ଲାଭଜନକ ହେବ । ବିଭିନ୍ନ ଦିଗରୁ ସାହାର୍ଯ୍ୟପ୍ରାପ୍ତ ହୋଇପାରେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୫ ।

ମକର – ସ୍ୱଭାବରେ ସାମୟିକ ଅସ୍ଥିରତା ଦେଖା ଦେଇପାରେ । ଆଳସ୍ୟ ପରାୟଣ ହୋଇପାରନ୍ତି । ଉନ୍ନତି ପଥର ଯାତ୍ରା ସହ ଚିନ୍ତାଧାରା ଉନ୍ନତମାନର ହୋଇପାରେ । ସୁଖ-ଶାନ୍ତି ମିଳିବ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୧ ।

କୁମ୍ଭ - ଜନ ସାଧାରଣଙ୍କ କଲ୍ୟାଣ ଭାଜନ ଓ ଧନବାନ୍ ଏବଂ ଗୁଣଜ୍ଞ ହେବେ । ମନ ପ୍ରସନ୍ନ ରହିବ । ସାଧନାରେ ସିଦ୍ଧି ଲାଭ କରିବେ । ପ୍ରୀତି ଲାଭ କରିପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୯ ।

ମୀନ - ଘାତଚନ୍ଦ୍ର ଭୋଗ ହେତୁ ଶିବଙ୍କ ଆରାଧନା ଆବଶ୍ୟକ । ମନରେ ଅଶାନ୍ତି ସୃଷ୍ଟି ହୋଇପାରେ । ଅଧିକ ବ୍ୟୟର ସମ୍ମୁଖୀନ ହେବେ । ଶ୍ରେଷ୍ଠ ପଦ-ପଦବୀରେ ଆସୀନ ହୋଇପାରନ୍ତି । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୪ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.