ରବିବାର ରାଶିଫଳ : ଜାଣନ୍ତୁ କିପରି କଟିବ ଆପଣଙ୍କ ଦିନ

Published By : Prameya-News7 Bureau | June 06, 2020 IST

ମେଷ – କାନକୁହା ବ୍ୟକ୍ତିଙ୍କ ପାଇଁ ବିଭ୍ରାନ୍ତ ହୋଇପାରନ୍ତି । ମାତ୍ର କାର୍ଯ୍ୟରେ ସଫଳତା ମିଳିବ । ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୪ । ଚାଷୀ- ଧାନ ରୋପଣ ପାଇଁ ଚିନ୍ତାରେ ରହିବେ । ରୋଗୀ- ଏହି ୩ ସପ୍ତାହ ଆପଣଙ୍କ ପାଇଁ ମହତ୍ୱ ପୂର୍ଣ୍ଣ । ଛାତ୍ରଛାତ୍ରୀ- ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ହେବ । କର୍ମଜୀବି- ଅର୍ଥ ମିଳିବ ।
ବ୍ୟବସାୟୀ- ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ । ଗୃହିଣୀ- କାର୍ଯ୍ୟ ବ୍ୟସ୍ତ ରହିବେ ।

ବୃଷ – ଦୂରବନ୍ଧୁଙ୍କ ସହାୟତା ପାଇପାରନ୍ତି । କାର୍ଯ୍ୟକ୍ଷେତ୍ରରେ ସହଧର୍ମିଣୀଙ୍କ ସହାୟତା ମିଳିପାରେ । ବ୍ୟବସାୟରୁ ସୁଫଳ ମିଳିବ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୨ । ଚାଷୀ- ସଠିକ୍ ସମୟରେ କିଟ ନାଶକ ଔଷଧର ବ୍ୟବହାର କରନ୍ତୁ ।
ରୋଗୀ- ଅସୁସ୍ଥ ରହିବେ । ଛାତ୍ରଛାତ୍ରୀ- ସାଠରେ ମନ ଦେବେ ।
କର୍ମଜୀବି- ଅର୍ଥ ମିଳିବ । ବ୍ୟବସାୟୀ- ଲାଭ ଓ ସଫଳତା ମିଳିବ ।
ଗୃହିଣୀ- ଧର୍ମ କାର୍ଯ୍ୟ କରିବେ ।

ମିଥୁନ - ଧର୍ମ-କର୍ମ ସଂପାଦନ କରିପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । କୀର୍ତ୍ତିମାନ ହୋଇପାରନ୍ତି । । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୬ ।
ଚାଷୀ- ପାଣି ପାଗ ପରିବର୍ତ୍ତନ ହୋଇପାରେ, ସଜାଗ ରୁହନ୍ତୁ । ରୋଗୀ- ସୁସ୍ଥ ହେବେ ।
ଛାତ୍ରଛାତ୍ରୀ- ବିଦ୍ୟାରେ ମନ ଦେବେ । କର୍ମଜୀବି- ସମ୍ମାନ ମିଳିବ । ବ୍ୟବସାୟୀ- ବନ୍ଧୁ ସହଯୋଗକୁ ହାତ ଛଡା କରନ୍ତୁ ନାହିଁ । ଗୃହିଣୀ- ଅସୁସ୍ଥ ରହିବେ ।

କର୍କଟ – ଠାକୁରଙ୍କ କାର୍ଯ୍ୟରେ ଉତ୍ସାହ ବୃଦ୍ଧି ପାଇବ । ସୁଖ-ସନ୍ତୋଷ ଲାଭ କରିପାରନ୍ତି । ସାଧନାରେ ସିଦ୍ଧି ପ୍ରାପ୍ତ ହେବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୯ ।
ଚାଷୀ- ଜଳ ସେଚନ ପାଇଁ ପାଣି ସଂରକ୍ଷଣ କରନ୍ତୁ । ରୋଗୀ- ଥଣ୍ଡା ହୋଇପାରେ। ଛାତ୍ରଛାତ୍ରୀ- ବିଦ୍ୟା ପ୍ରେମୀ ହେବେ ।
କର୍ମଜୀବି- ଅର୍ଥ ପ୍ରାପ୍ତି ହେବ । ବ୍ୟବସାୟୀ- ସଫଳତା ମିଳିବ । ଗୃହିଣୀ- ଧର୍ମ କାର୍ଯ୍ୟ କରିବେ ।

ସିଂହ – ବୁଝି-ବିଚାରି କାର୍ଯ୍ୟ କରିବାକୁ ପଡିବ । କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ, ମାତ୍ର ବିଳମ୍ବରେ ପତ୍ନୀଙ୍କ ଅସୁସ୍ଥତା ପାଇଁ ଚିନ୍ତିତ ହୋଇପାରନ୍ତି । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୭ ।
ଚାଷୀ- ପାଣିପାଗ ବିଭାଗ ସହ ସଂପର୍କ ରଖନ୍ତୁ । ରୋଗୀ- କିଛି ଦିନ ସତର୍କ ରୁହନ୍ତୁ ।
ଛାତ୍ରଛାତ୍ରୀ- ବିଦ୍ୟାରେ ମନ ଦେବେ ନାହିଁ । କର୍ମଜୀବି- ଅର୍ଥ ହାନୀ ହେବ ।
ବ୍ୟବସାୟୀ- ସଫଳତା ପାଇବେ । ଗୃହିଣୀ- ଅସୁସ୍ଥ ଅନୁଭବ କରିବେ ।

କନ୍ୟା – ପଠନ-ଲିଖନ ଉପରେ ଅଧିକ ଧ୍ୟାନ ଦେଇପାରନ୍ତି । ଦୀର୍ଘଦିନର ଆଶା ପୂରଣ ହୋଇପାରେ । କର୍ମକ୍ଷେତ୍ରରେ ସଫଳତା ମିଳିବ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୫ ।
ଚାଷୀ- ଚାଷ କାର୍ଯରେ ଉନ୍ନତି ହେବ । ରୋଗୀ- କିଛି ବି ସମସ୍ୟା ହେଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
ଛାତ୍ରଛାତ୍ରୀ- ବିଦ୍ୟାରେ ମନ ଦେବେ । କର୍ମଜୀବି- ସମ୍ମାନ ଅର୍ଜନ କରିବେ । ବ୍ୟବସାୟୀ- ଆଜି ସଫଳତା ପାଇବେ ।
ଗୃହିଣୀ- ଘର କାର୍ଯ୍ୟରେ ବ୍ୟସ୍ତ ରହିବେ ।

ତୁଳା – ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡିବ । ଶତ୍ରୁର ବିନାଶ ଘଟାଇ ଧନଭୋଗ କରିପାରନ୍ତି । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୩ ।
ଚାଷୀ- ଜଳ ସଞ୍ଚୟ କରନ୍ତୁ । ରୋଗୀ- ସୁସ୍ଥ ଅନୁଭବ କରିବେ । ଛାତ୍ରଛାତ୍ରୀ- ବିଦ୍ୟା ଆରୋହଣ କରିବେ ।
କର୍ମଜୀବି- କାର୍ଯ୍ୟକ୍ଷେତ୍ରରେ ସଫଳ ହେବେ । ବ୍ୟବସାୟୀ- ଅର୍ଥ ହାନୀ ହେବ । ଗୃହିଣୀ- ସୁଖ ମିଳିବ ।

ବିଛା – କର୍ମ ଯୋଗୀ ହେବେ । ଆୟର ମାତ୍ରା ବୃଦ୍ଧି ପାଇବ । କାର୍ଯ୍ୟରେ ଉତ୍ସାହ ବୃଦ୍ଧି ପାଇବ । ଅଧିକ ଦାୟିତ୍ୱ ବହନ କରିପାରନ୍ତି । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୨ ।
ଚାଷୀ- ଚାଷ କାର୍ଯ୍ୟରେ ବ୍ୟସ୍ତ ରହିବେ । ରୋଗୀ- ଡାକ୍ତର ପରାମର୍ଶ ଜରୁରୀ ।
ଛାତ୍ରଛାତ୍ରୀ- ବିଦ୍ୟା ପ୍ରେମୀ ହେବେ । କର୍ମଜୀବି- କାର୍ଯ୍ୟ ବ୍ୟସ୍ତ ରହିବେ ।
ବ୍ୟବସାୟୀ- ଅର୍ଥ ପ୍ରାପ୍ତ ହେବ । ଗୃହିଣୀ- ଦେହ ଅସୁସ୍ଥ ହେବ ।

ଧନୁ – ଉତ୍ସାହିତ ହୋଇ କାର୍ଯ୍ୟ ଚାଲୁ ରଖିବେ । ସାମାନ୍ୟ ତ୍ରୁଟି ପରିଲକ୍ଷିତ ହୋଇପାରେ । ସୁଖ-ସନ୍ତୋଷ ଲାଭ କରିପାରନ୍ତି । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୧ ।
ଚାଷୀ- ବିହନ ସରକାରୀ କାର୍ଯ୍ୟାଳୟରୁ ହିଁ ନିଅନ୍ତୁ । ରୋଗୀ- ସ୍ୱାସ୍ଥ୍ୟ କିଛି ମାତ୍ରାରେ ସୁସ୍ଥ ହେବ ।
ଛାତ୍ରଛାତ୍ରୀ- ପାଠପଢାରେ ମନ ଦେବେ । କର୍ମଜୀବିି- କାର୍ଯ୍ୟରେ ସହକର୍ମୀଙ୍କ ସାହାର୍ଯ୍ୟ ମିଳିବ ।
ବ୍ୟବସାୟୀ- ଉନ୍ନତି ହେବ । ଗୃହିଣୀ- ମନ ଖୁସି ରହିବ ।

ମକର – ନିର୍ଭରଶୀଳ ନ ହୋଇ ସ୍ୱାଧୀନ ଚିନ୍ତାଧାରା ନେଇ କାର୍ଯ୍ୟ ସଂପାଦନ କରିବେ । କର୍ମକ୍ଷେତ୍ରରୁ ସଫଳତା ପାଇବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୪ ।
ଚାଷୀ- ସଠିକ୍ ସମୟରେ କିଟନାଶକ ଔଷଧ ବ୍ୟବହାର କରନ୍ତୁ । ରୋଗୀ- ରୋଗୀର ଦେଖା ସୁଣା କରନ୍ତୁ ।
ଛାତ୍ରଛାତ୍ରୀ – ସାଠରେ ମନ ଲଗାଇବେ । କର୍ମଜୀବି- ଅର୍ଥ ମିଳିବ ।
ବ୍ୟବସାୟୀ- ସୁଯୋଗ ମିଳିବ । ଗୃହିଣୀ- ସୌଭାଗ୍ୟ ବତୀ ହେବେ ।

କୁମ୍ଭ - ଆରମ୍ଭ କରିଥିବା କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହୋଇପାରନ୍ତି । ଘାତଚନ୍ଦ୍ର ଭୋଗ ହେତୁ ଯାନବାହନ ଚଳାଚଳରେ ସତର୍କ ରୁହନ୍ତୁ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୯ ।
ଚାଷୀ- ଜଳବାୟୁ ପ୍ରତି ସଜାଗ ରୁହନ୍ତୁ । ରୋଗୀ- ସାମାନ୍ୟ ସୁସ୍ଥ ଅନୁଭବ କରିବେ ।
ଛାତ୍ରଛାତ୍ରୀ- ପାଠପଢାରେ ମନ ଦେବେ । କର୍ମଜୀବି- ଅର୍ଥ ହାନୀ ହେବ ।
ବ୍ୟବସାୟୀ- ସଫଳ ହେବେ । ଗୃହିଣୀ- କାର୍ଯ୍ୟ ବ୍ୟସ୍ତ ରହିବେ ।

ମୀନ - ଭାବିଚିନ୍ତି ଯାହା କରିବେ ସେଥିରେ ସଫଳତା ମିିଳିବ । କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୭ ଞ୍ଜ ।
ଚାଷୀ- ଜଳ ବିଭାଗ ସହ ସଂପର୍କ ରଖନ୍ତୁ । ରୋଗୀ- ସୁସ୍ଥ ରହିବେ ।
ଛାତ୍ରଛାତ୍ରୀ- ବିଦ୍ୟାରେ ମନଦେବେ ନାହିଁ । କର୍ମଜୀବି- କାର୍ଯ୍ୟ କ୍ଷେତ୍ରରେ ସମ୍ମାନିତ ହେବେ ।
ବ୍ୟବସାୟୀ- ସଫଳ ହେବେ । ଗୃହିଣୀ- କାର୍ଯ୍ୟ ବ୍ୟସ୍ତ ରହିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.