Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ରବିବାରରେ ଏହି ରାଶିର ବ୍ୟକ୍ତିଙ୍କ ଉପରେ ହୋଇପାରେ ଧନବର୍ଷା-ଜାଣନ୍ତୁ ସମ୍ପୂର୍ଣ୍ଣ ରାଶିଫଳ

28/03/2020 at 8:20 PM

ମେଷ – ଗଠନମୂଳକ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ଅଥବା ସାମାଜିକ ସ୍ତରରେ ପ୍ରଶଂସିତ ହୋଇପାରନ୍ତି । ସକାଳୁ ସକାଳୁ ପାରିବାରିକ ମତପାର୍ଥକ୍ୟ ଜନିତ ମାନସିକ ଅସ୍ଥିରତା ଅନୁଭବ କରିବେ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୨ ।

ବୃଷ – ସ୍ୱଗୃହାଭିମୁଖୀ ଶୁକ୍ର ସ୍ୱାସ୍ଥ୍ୟ ସମସ୍ୟାକୁ ନିୟନ୍ତ୍ରଣ କରିବା ସହ ଋଣ ମାଧ୍ୟମରେ ଅର୍ଥ ଓ ଦୂର ଯାତ୍ରାର ପ୍ରସ୍ତୁତି କରିପାରନ୍ତି । ପରୋକ୍ଷ ଶତ୍ରୁତା ପ୍ରଭାବରେ କର୍ମକ୍ଷେତ୍ରରେ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୬ ।

ମିଥୁନ – ବୁଧ କର୍ମସ୍ଥାନରେ ଅବସ୍ଥାନ କରି ତୃତୀୟଭାବକୁ ଦୃଷ୍ଟି ଦେଉଥିବାରୁ ବନ୍ଧୁ, ପରିଜନଙ୍କ ଆଦରଣୀୟ ହେବେ । ମିତ୍ର ବନ୍ଧୁଙ୍କ ସାହାର୍ଯ୍ୟ, ସହଯୋଗ ଲାଭ କରି ଅଭିଳଷିତ କର୍ମ ସମ୍ପାଦନ କରିପାରନ୍ତି । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୮ ।

କର୍କଟ – ଚନ୍ଦ୍ର କର୍ମ ସ୍ଥାନରେ ରବିଙ୍କ ସହ ରହି ଭାଇ, ବନ୍ଧୁଙ୍କ ସହ ଯୋଗରେ କାର୍ଯ୍ୟ ହାସଲ କରିବେ । କିନ୍ତୁ କର୍ମକ୍ଷେତ୍ରରେ ଗୁରୁଦାୟିତ୍ୱ ବହନ କରି ବ୍ୟସ୍ତ ବିବ୍ରତ ହୋଇପାରନ୍ତି । ସମାଧାନ କରିବାରେ ସମର୍ଥ ହେବେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୫ ।

ସିଂହ – ରବି ଭାଗ୍ୟସ୍ଥାନସ୍ଥ ଯୋଗୁ ଆପଣଙ୍କ ଉଦ୍ୟମ କଦାପି ନିଷ୍ଫଳ ହେବ ନାହିଁ । କିନ୍ତୁ ସ୍ୱଗୃହରୁ ବ୍ୟୟଭାବସ୍ଥ ଶୁକ୍ର ପ୍ରଭାବରେ ଦୀର୍ଘଦିନରୁ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୨ ।

କନ୍ୟା – ବୁଧ ଷଷ୍ଠଭାବରେ ରହି ପ୍ରତ୍ୟେକ ପରିସ୍ଥିତିକୁ ସାମନା କରିବା ସହ ସଫଳତା ହାସଲ କରିବେ । କିନ୍ତୁ ଅଫିସ୍ କାମର ଜଞ୍ଜାଳ ବଢିଯିବା ସହ ପୁରାତନ ରୋଗର ପୀଡା ଅନୁଭବ ହୋଇପାରେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୭ ।

ତୁଳା – ଶୁକ୍ର ସପ୍ତମ କେନ୍ଦ୍ରସ୍ଥ ଯୋଗୁ ଗୃହିଣୀଙ୍କ ପରାମର୍ଶରେ କାମ କରିବା ସହ ଦୂର ଯାତ୍ରା କରିପାରନ୍ତି । ଗୃହକୁ ମୂଲ୍ୟବାନ ଜିନିଷ, ଯାନବାହନ କିମ୍ବା ବିଳାସ ଉପକରଣ ଆଣିପାରନ୍ତି । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୯ ।

ବିଛା – ମଙ୍ଗଳ ଶତ୍ରୁ ଶନି ସହ ରହିଥିବାରୁ ବିବାଦୀୟ ଚିନ୍ତାଧାରା ମାନସିକ ସ୍ଥିତିକୁ ବିକ୍ଷିପ୍ତ କରିବ । ତଥାପି ଶୁକ୍ର ପ୍ରଭାବରେ ପାରସ୍ପରିକ ସହମତି ଓ ଆଲୋଚନା ଦ୍ୱାରା ଶାନ୍ତି ଓ ସମସ୍ୟା ସମାଧାନ ଦିଗରେ ତତ୍ପରତା ପ୍ରକାଶ କରିବେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୭ ।

ଧନୁ – ବୃହସ୍ପତି ନିଜ ଗୃହରେ କେତୁଯୁକ୍ତ କାରଣରୁ ଆପଣଙ୍କ ଯୋଜନା ଦିଗହରା ହୋଇପାରେ । କିନ୍ତୁ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବାରୁ ସାମୟିକ ଆଶ୍ୱସ୍ତି ଲାଭ କରିବେ । ପରିବାରରେ ସ୍ତ୍ରୀଙ୍କ ସହ ମତପାର୍ଥ୍ୟକ୍ୟ ଦେଖା ଦେଇପାରେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୩ ।

ମକର – ଶନି ସ୍ୱଗୃହରେ ରହି ପରିବାରରେ ଏପରିକି କର୍ମକ୍ଷେତ୍ରରେ ମଧ୍ୟ ନିଜର ଆଧିପତ୍ୟ ଜାହିର କରିପାରନ୍ତି । ନୂତନ କର୍ମାରମ୍ଭ, ଯାନବାହନ, ଲୋକସମ୍ପର୍କ ଓ ପାରିବାରିକ ସମସ୍ୟା ନେଇ କିଛିଟା ଚିନ୍ତା କରିବାକୁ ପଡିପାରେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୬ ।

କୁମ୍ଭ – ଶନି ଦ୍ୱାଦଶଭାବରେ ରହି ଆପଣଙ୍କୁ ବିଭିନ୍ନ ସମସ୍ୟାରେ ବ୍ୟତିବ୍ୟସ୍ତ କରାଇପାରନ୍ତି । ତଥାପି ରାଜନୈତିକ କିମ୍ବା ବ୍ୟକ୍ତି ବିଶେଷଙ୍କ ଦ୍ୱାରା ଉପକୃତ ହୋଇ କାର୍ଯ୍ୟ ସାଧନା କରିପାରନ୍ତି । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୧ ।

ମୀନ – ଗୌରବର ଅଧିକାରୀ ଗୁରୁ କବନ୍ଧଗ୍ରହ ସଂଯୋଗରେ ସ୍ୱାସ୍ଥ୍ୟ ସମସ୍ୟା ସାଙ୍ଗକୁ ସମ୍ମାନହାନି କରାଇପାରନ୍ତି । ଖଳ ଲୋକଙ୍କ ଶୁଭ କଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଶୁଭ ରଙ୍ଗ ଧୂରସ । ଶୁଭ ଅଙ୍କ ୮ ।

   Related Posts