ରବିବାରରେ ଏହି ରାଶିର ବ୍ୟକ୍ତିଙ୍କୁ ମିଳିବ ମୁଲ୍ୟବାନ ଦ୍ରବ୍ୟ- ଜାଣନ୍ତୁ ସମ୍ପୂର୍ଣ୍ଣ ରାଶିଫଳ

Published By : Prameya-News7 Bureau | March 07, 2020 IST

ମେଷ – ଯେତେ ବାଧା-ବିଘ୍ନର ସମ୍ମୁଖୀନ ହେଲେ ବି କାର୍ଯ୍ୟରେ ସଫଳତା ଲାଭ କରିବେ । କର୍ମକ୍ଷେତ୍ର ପ୍ରଗତିର ସୋପାନ ହେବ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ସୁଖୀ ହୋଇପାରନ୍ତି । ମୂଲ୍ୟବାନ୍ ଦ୍ରବ୍ୟ ଲାଭ ହେବ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୨ ।

ବୃଷ – ଆଶା କରୁଥିବା ଦ୍ରବ୍ୟ ହସ୍ତଗତ ହୋଇପାରେ । ବିଭିନ୍ନ ସ୍ତରରୁ ଧନାଗମର ସୂଚନା ମିଳୁଛି । ଉନ୍ନତି ମାର୍ଗରେ ଆଗକୁ ବଢିବେ । ବିଭିନ୍ନ କ୍ଷେତ୍ରରେ ସମ୍ମାନିତ ହେବାର ସୁଯୋଗ ସୃଷ୍ଟି ହୋଇଛି । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୪ ।

ମିଥୁନ - ଗୃହରେ ଶାନ୍ତିର ସୃଷ୍ଟି ଏବଂ ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ରୋଜଗାର ଆଶାନ୍‌ୁରୂପ ହେବ । ସର୍ବାଙ୍ଗୀଣ ଉନ୍ନତି ହେବାର ସୂଚନା ମିଳୁଛି । ନୂଆ ବନ୍ଧୁଙ୍କ ସହାୟତା ମିଳିବ । ସୁସ୍ଥ ରହିବେ । ଗୁଣଜ୍ଞ ହେବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୧ ।

କର୍କଟ – ଆର୍ଥିକ ସମସ୍ୟା ଘେନି ପ୍ରତିଦ୍ୱନ୍ଦ୍ୱିତା ଲାଗି ରହିବ । ଖର୍ଚ୍ଚାନ୍ତ ହେବାର ସୂଚନା ମିଳୁଛି । କାର୍ଯ୍ୟ ବିଳମ୍ବିତ ହେବ । ଶୁଭକାର୍ଯ୍ୟରେ ବ୍ୟୟ ହୋଇପାରେ । ଜନସାଧାରଣଙ୍କ ମନ କିଣି ପାରନ୍ତି । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୯ ।

ସିଂହ – ଆୟ ବୃଦ୍ଧିର ଅପୂର୍ବ ସୁଯୋଗ ସୃଷ୍ଟି ହୋଇଛି । ବିବାଦୀୟ ଘଟଣାରେ ବିଜୟୀ ହେବେ । ଚଞ୍ଚଳମନା ହୋଇପାରନ୍ତି । କାର୍ଯ୍ୟରେ ସଫଳତା ଲାଭ କରିବେ । ସରକାରୀ କୃପା ଲାଭ କରିବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୪ ।

କନ୍ୟା – ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କତାର ସହ ଦିନ ବିତାଇବାକୁ ପଡିବ । ସୁଖ, ସମୃଦ୍ଧିର ସୂଚନା ମିଳୁଛି । ପ୍ରତିଯୋଗିତାରେ ବିଜୟ ଲାଭ କରିବେ । ଯଶସ୍ୱୀ ହେବେ । ଧୈର୍ଯ୍ୟବାନ୍ ହୋଇପାରନ୍ତି । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୬ ।

ତୁଳା – ତରବର ନ ହୋଇ ଧୀରେ ସୁସ୍ଥେ କାର୍ଯ୍ୟ କଲେ ସଫଳତାର ଶୀର୍ଷରେ ଉପନୀତ ହୋଇପାରନ୍ତି । ଜନୈକା ମହିଳାଙ୍କ ଦ୍ୱାରା ବିଶେସ ଉପକୃତ ହେବେ । କୃତୀ ପ୍ରତିଯୋଗୀ ଭାବେ ପୁରସ୍କୃତ ହୋଇପାରନ୍ତି । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ୩ ।

ବିଛା – ଯାନବାହନ ଚଳାଚଳରେ ସତର୍କ ରହିବାକୁ ପଡିବ । ସୁଖ ସମ୍ପଦ ମିଳିବ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଶତ୍ରୁଘାତୀ ହୋଇପାରନ୍ତି । ସାଧନାରେ ସିଦ୍ଧି ପ୍ରାପ୍ତ ହେବେ । ପରକୁ ଆପଣାର କରି କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରିବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୭ ।

ଧନୁ – ସୁଖ-ସନ୍ତୋଷ ଲାଭ କରିବେ । ବନ୍ଧୁମାନଙ୍କ ସହାୟତା ଓ ସମର୍ଥନ ପାଇ ଅସାଧ୍ୟ ସାଧନ କରିପାରନ୍ତି । ବ୍ୟବସାୟ ଶୃଙ୍ଖଳିତ ହେବ । ଦାନ-ଧର୍ମରେ ଦୀକ୍ଷିତ ଓ ଦୟାଳୁ ସ୍ୱଭାବର ହେବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୫ ।

ମକର – ଶତ୍ରୁର ଆଚରଣ ଆପଣଙ୍କୁ କ୍ରୋଧିତ କରିପାରେ । ଚିନ୍ତା ଦୂର ହେବ । ଗୁରୁକୃପା ଲାଭ କରି ପ୍ରତ୍ୟେକ କ୍ଷେତ୍ରରେ ବିଜୟୀ ହେବେ । ଶତ୍ରୁ ଦମନ କରି ମାନସିକ ଶାନ୍ତି ଫେରିପାଇବେ । ବଳବାନ୍ ହେବେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୨ ।

କୁମ୍ଭ - କାର୍ଯ୍ୟ କରିବା ପୂର୍ବରୁ ବିଚାର ଆଲୋଚନା ଆବଶ୍ୟକ ହେଉଛି । ଆକସ୍ମିକ ଧନ ପ୍ରାପ୍ତିର ସୂଚନା ମିଳୁଛି । ଚଞ୍ଚଳମନା ହେବେ । ପ୍ରଚୁର ଧନ ମିଳିବ । ଜନସାଧାରଣଙ୍କ ମନ କିଣି ପାରନ୍ତି । ଚକ୍ଷୁ ପୀଡା ଉପୁଜି ପାରେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୯ ।

ମୀନ - କେତେକ କ୍ଷେତ୍ରରେ ବାଦାନୁବାଦ ଦେଖା ଦେଇପାରେ । କୃଷି ଉପରେ ବିଶେଷ ନଜର ରଖି ପାରନ୍ତି । ମିଷ୍ଟଭାଷୀ ହେବେ । ଯାନବାହନ ସୁଖ ମିଳିବ । ବିଭିନ୍ନ ସ୍ତରରୁ ଧନ ପ୍ରାପ୍ତିର ସୂଚନା ମିଳୁଛି । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୪ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.