ଶନିବାର ରାଶିଫଳ: ଜାଣନ୍ତୁ କିପରି କଟିବ ଆପଣଙ୍କ ଦିନ

Published By : Prameya-News7 Bureau | April 17, 2020 IST

ମେଷ – ସାଧନାରେ ସିଦ୍ଧିପ୍ରାପ୍ତ ଓ ଦୟାଳୁ ସ୍ୱଭାବର ହେବେ । ବଂଶ ମର୍ଯ୍ୟାଦାର ରକ୍ଷାକର୍ତ୍ତା ହୋଇପାରନ୍ତି । ମନ ପ୍ରସନ୍ନ ରହିବ । ବ୍ୟବସାୟ ଲାଭଜନକ ଓ ଯଶସ୍ୱୀ ହୋଇପାରନ୍ତି । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୧ ।

ବୃଷ – ସେବା ମନୋଭାବ ରହିବ । ଭାଗ୍ୟଶାଳୀ, ବିଦ୍ୱାନ୍‌, ସାହସୀ, ସମ୍ପତ୍ତିବାନ୍ ଓ ଶିଳ୍ପୋଦ୍ୟୋଗୀ ହେବେ । ଭୋଗ-ବିଳାସରେ ଦିନ କଟାଇ ପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୮ ।

ମିଥୁନ - ଅଷ୍ଟମ ତଥା ଘାତଚନ୍ଦ୍ର ଭୋଗ ହେତୁ ପ୍ରତ୍ୟେକ କ୍ଷେତ୍ର ଓ କାର୍ଯ୍ୟରେ ସତର୍କତା ଆବଶ୍ୟକ । ସହଯୋଗୀ ବ୍ୟବସାୟ ଲାଭଜନକ ହେବ । ସ୍ୱାଭିମାନୀ ଓ ଯଶସ୍ୱୀ ହେବେ । ସରକାରୀ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୫ ।

କର୍କଟ – ବିଭିନ୍ନ ସ୍ତରରୁ ସହ-ଯୋଗ ପାଇ ବିଶେଷ ଉପକୃତ ହେବେ । ବ୍ୟବସାୟ ଲାଭଜନକ ହେବ । ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି । ସାମୟିକ ଭାବେ ମନରେ ଅହଂଭାବ ଜାଗ୍ରତ ହୋଇପାରେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୪ ।

ସିଂହ – ଲାଗି ରହିଥିବା ବିବାଦର ସମାଧାନ ହୋଇପାରେ । ଶତ୍ରୁପ୍ରତି ସତର୍କ ଦୃଷ୍ଟି ରଖିବାକୁ ପଡିବ । ଚକ୍ଷୁରେ ଯନ୍ତ୍ରଣା ଉପୁଜି ପାରେ । ଭାଇମାନଙ୍କ ଉପରେ ସ୍ନେହଭାବ ରହିବ । ଶତ୍ରୁ ଦମନ କରି ଆଶ୍ୱସ୍ତ ହେବେ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୭ ।

କନ୍ୟା – ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ସଫଳତା ଲାଭ କରିବେ । ପଠନ,ଲିଖନ ଉପରେ ଗୁରତ୍ୱ ଦେବେ । ଆକସ୍ମିକ ଧନଲାଭର ସୂଚନା ମିଳୁଛି । ବ୍ୟବସାୟରୁ ଅଧିକ ଲାଭ ମିଳିପାରେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୬ ।

ତୁଳା – ଉଦାର ସ୍ୱଭାବ ଯୋଗୁଁ ବାଦ-ବିବାଦରୁ ସ୍ୱ ଇଚ୍ଛାରେ ଓହରି ଯାଇପାରନ୍ତି । ଦାନ-ଧର୍ମ ଉପରେ ଗୁରୁତ୍ୱ ଦେବେ । ସୁଖୀ ହେବେ । ଶୋଭନ ବ୍ୟକ୍ତିତ୍ୱ ସମ୍ପନ୍ନ ହୋଇପାରନ୍ତି । କୃଷିକର୍ମକାରୀ ଓ ବୁଦ୍ଧିମାନ୍ ହୋଇପାରନ୍ତି । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୯ ।

ବିଛା – ପରିଶ୍ରମର ମୂଲ୍ୟ ମିଳିବ । ମନ ପ୍ରସନ୍ନ ରହିବ । ଆସ୍ତିକ ସ୍ୱଭାବର ହେବେ । ମଧୁରଭାଷୀ ଓ ଥଣ୍ଡା-କଫରେ ଆକ୍ରାନ୍ତ ହୋଇପାରନ୍ତି । ସାନ ଭାଇମାନଙ୍କ ଠାରୁ ଆଦର ସମ୍ମାନ ମିଳିବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୨ ।

ଧନୁ – ନିର୍ଭୀକ ଭାବେ କାର୍ଯ୍ୟ କରିବେ । ମନଇଚ୍ଛା କିଛି ନ କରି ପ୍ରତ୍ୟେକଙ୍କ କାର୍ଯ୍ୟ ପାଇଁ ପରାମର୍ଶ ନେବେ । ଭାଗ୍ୟଶାଳୀ ହୋଇପାରନ୍ତି । ଶୋଭନ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ । ମିତ୍ର ସୁଖ ମିଳିବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୭ ।

ମକର – ପରିବାରର ସ୍ନେହାସ୍ପଦ ହୋଇପାରନ୍ତି । ରୋଜଗାରକ୍ଷମ ଓ ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ସହ ଐଶ୍ୱର୍ଯ୍ୟଯୁକ୍ତ ଓ ମାଲିମୋକଦ୍ଦମାରେ ବିଜୟୀ ହେବେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୫ ।

କୁମ୍ଭ - ଜନସାଧାରଣଙ୍କ କଲ୍ୟାଣ ଭାଜନ ହେବେ । ଆବଶ୍ୟକ ସ୍ଥଳେ ଅଧିକ ବ୍ୟୟର ସମ୍ମୁଖୀନ ଏବଂ ଚଞ୍ଚଳ ସ୍ୱଭାବର ହେବେ । ଥଣ୍ଡା-କଫରେ ଆକ୍ରାନ୍ତ ନ ହେବା ପାଇଁ ଯତ୍ନବାନ୍ ହେବାକୁ ପଡିବ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୯ ।

ମୀନ - ସୁସ୍ଥ ଓ ନିରାମୟ ଜୀବନଯାପନ ପାଇଁ ସତର୍କତା ଆବଶ୍ୟକ । ଲୋକପ୍ରିୟତା ଅର୍ଜନ କରିବେ । ସରକାରଙ୍କ କୃପାପାତ୍ର ହୋଇପାରନ୍ତି । ସମ୍ମାନିତ ହେବେ । ପତ୍ନୀଙ୍କ ସାହାର୍ଯ୍ୟ ପାଇ ଅସାଧ୍ୟ ସାଧନ କରିପାରନ୍ତି । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୨ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.