Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଲେଶ୍ବର : ୧୬ନଂ ଜାତୀୟ ରାଜପଥ କୁରୁଡା ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଆଠମଲ୍ଲିକ : ଦେଉଳଝରି ନିକଟରେ ଓଲଟିଲା କୋଇଲା ବୋଝେଇ ଟ୍ରକ୍
  • ||
  • ସାନଖେମୁଣ୍ଡି : ବାରହା ଆକ୍ରମଣରେ ୭ ଗୁରୁତର
  • ||
  • ସମ୍ବଲପୁର : ଅପରେସନ ବେଳେ ଖାଦ୍ୟନଳୀ କାଟିଦେଲେ ଡାକ୍ତର, ଗୁରୁତର ଅବସ୍ଥାରେ ମହିଳା ବୁର୍ଲାରେ ଭର୍ତ୍ତି
  • ||
  • ସମ୍ବଲପୁର : ଡାକ୍ତରଖାନାରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଯୁବକ ଅଟକ
  • ||
  • ସୋନପୁର : ଘର ଭାଙ୍ଗି ଶୋଇଥିବା ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ସୋର : ଟଙ୍କା ପାଇଁ ଯୁବକଙ୍କୁ ଅପହରଣ ଘଟଣା, କୋଲକାତାରୁ ଅପହୃତ ତାପସ ଉଦ୍ଧାର
  • ||
  • ସୁନ୍ଦରଗଡ଼ : ନଦୀ ପଠାରେ ପଡିଛି ଶରୀରର ବିଭିନ୍ନ କଟା ଅଂଶ, ହତ୍ୟା ପରେ ଫିଙ୍ଗାଯାଇଛି !
  • ||
  • ମାର୍ଚ୍ଚ ୫ରେ ‘ଓମେନ୍ ଆଚିଭର୍ସ ଅଫ୍ ଓଡ଼ିଶା’ ପୁରସ୍କାର ସମାରୋହ
  • ||

ସୋମବାର ଦିନ ଏହି ରାଶିର ବ୍ୟକ୍ତିଙ୍କୁ ଧନ ଲାଭର ଯୋଗ ରହିଛି- ଜାଣନ୍ତୁ ସମ୍ପୂର୍ଣ୍ଣ ରାଶିଫଳ

15/03/2020 at 4:48 PM

ମେଷ – ସୁଖକର ଘଟଣା ଘଟିବ । କର୍ମକ୍ଷେତ୍ରରେ ସଫଳତା ଲାଭ କରିବେ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ଆନନ୍ଦ ଉପଭୋଗ କରିପାରନ୍ତି । ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୫ ।

ବୃଷ – ମାନସିକ ଶାନ୍ତି ଫେରି ପାଇବେ । ଶୁଭ ଖବର ପାଇ ଆନନ୍ଦରେ ଅଧୀର ହେବେ । ସାରା ଦିନ କାର୍ଯ୍ୟ ବ୍ୟସ୍ତ ରହିବେ । ଶୁଭ କାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି । ଋଣ ପରିଶୋଧ କରିବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୨ ।

ମିଥୁନ – ଅଧ୍ୟୟନରତ ଓ ଶୁଭ ଖବର ପାଇ ଖୁସି ହେବେ । ବିଭିନ୍ନ ଦିଗରୁ ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଦୁଃସାହସିକ କାର୍ଯ୍ୟ କରି ପୁରସ୍କୃତ ହୋଇପାରନ୍ତି । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୭ ।

କର୍କଟ – ବାଦବିବାଦରେ ବିଜୟୀ ହେବେ । କୃଷି କର୍ମକାରୀ ହୋଇପାରନ୍ତି । କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ । ପରିଶ୍ରମର ମୂଲ୍ୟ ମିଳିବ । ଯାନବାହନ ସୁଖ ମିଳିପାରେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୪ ।

ସିଂହ – ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ଭଗବତ୍ ଚିନ୍ତାରେ ମଗ୍ନ ହୋଇପାରନ୍ତି । ଠାକୁରଙ୍କ ଦର୍ଶନ ଲାଭ କରିବାର ସୁଯୋଗ ସୃଷ୍ଟି ହୋଇଛି । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୯ ।

କନ୍ୟା – ବିଭାଗୀୟ ସ୍ତରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି । ଭାଗ୍ୟର ପିବର୍ତ୍ତନ ଘଟିବ । ବିଭିନ୍ନ ଦିଗରୁ ଧନାଗମ ହେବ । ପାରିବାରିକ ସୁଖ ମିଳିବ । ସହିଷ୍ଣୁ ହେବେ । ପାରିବାରିକ ଓ ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୨ ।

ତୁଳା – ରୋଜଗାରର ମାତ୍ରା ବୃଦ୍ଧି ଏବଂ ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହୋଇପାରନ୍ତି । ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ନୂଆବନ୍ଧୁ ଜୁଟି ପାରନ୍ତି । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ୫ ।

ବିଛା – କାର୍ଯ୍ୟ ବ୍ୟସ୍ତ ରହିବେ । ଉଚ୍ଚ ଆଶା ଫଳବତୀ ହେବ । ମର୍ଯ୍ୟାଦା ରକ୍ଷା ପାଇଁ ଖର୍ଚ୍ଚାନ୍ତ ହୋଇପାରନ୍ତି । ବିବାଦୀୟ ବିତର୍କରେ ଭାଗ ନ ନେଇ ନୀରବ ଦର୍ଶକ ହେବା ସବୁଠୁଁ ଭଲ । କର୍ମକ୍ଷେତ୍ରରେ ଅଧିପତି ହେବା ଆଶା କରାଯାଏ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୬ ।

ଧନୁ – ସୁସମ୍ବାଦ ପାଖ ଖୁସି ହୋଇପାରନ୍ତି । ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ । ସତ୍ କର୍ମରେ ନିଜକୁ ନିୟୋଜିତ କରିପାରନ୍ତି । ସବୁ ବାଧା-ବିଘ୍ନକୁ ଏଡାଇ ସରକାରୀ କୃପା ଲାଭ କରିବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୯ ।

ମକର – ପ୍ରତ୍ୟେକ କ୍ଷେତ୍ରରେ ଅଗ୍ରଗତି ଘଟିବ । କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ସୁସମ୍ବାଦ ପାଇ ଉତ୍ ଫୁଲ୍ଲିତ ହେବେ । କର୍ମକ୍ଷେତ୍ରରେ ସଫଳତା ମିଳିବ । ଶ୍ରମ ସାର୍ଥକ ହୋଇପାରେ । ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିବ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୧ ।

କୁମ୍ଭ – ଆଲୋଚନା ସୌଜନ୍ୟପୂର୍ଣ୍ଣ ହେବ । କାର୍ଯ୍ୟରେ ସଫଳତା ଲାଭ କରିବେ । କ୍ଷମତାର ଅଭିବୃଦ୍ଧି ଘଟାଇ ତା’ର ସଦ୍ ବ୍ୟବହାର କରିପାରନ୍ତି । ବିବାଦୀୟ ଘଟଣାରେ ବିଜୟୀ ହେବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୮ ।

ମୀନ – ଦୃଢ ମନୋବଳ ନେଇ କାର୍ଯ୍ୟ ସଂପାଦନ କରିପାରନ୍ତି । ଯଶସ୍ୱୀ ହୋଇପାରନ୍ତି । ବିଜୟୀ ହେବେ । ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ । ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କତାର ସହ ଚଳିବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୩ଞ୍ଜ ।

   Related Posts