ସୋମବାରର ରାଶିଫଳ - ସୁଖୀ ସମ୍ମାନିତ ହେବେ ଏହି ରାଶିର ବ୍ୟକ୍ତି

Published By : Prameya-News7 Bureau | December 08, 2019 IST

ମେଷ–କାର୍ଯ୍ୟନିଷ୍ଠା ବୃଦ୍ଧି ହୋଇପାରେ। ମନ ପ୍ରସନ୍ନ ରହିବ।ବିଭିନ୍ନ ସୂତ୍ରରୁ ଏପରିକି ସରକାରୀ ସ୍ତରରେ ସମ୍ମାନିତ ହେବାସହ ଅର୍ଥ ପ୍ରାପ୍ତିର ସୁଯୋଗ ଅଛି। ଗୁଣର ପ୍ରସାର ଘଟାଇ ପାରନ୍ତି। ଶୁଭ ରଙ୍ଗୟେଲୋ । ଶୁଭ ଅଙ୍କ ୩। ବୃଷ–ମିତ୍ର ସଙ୍ଗ ଲାଭ କରିବେ । ସୁଖୀ ଓ ସମ୍ମାନିତ ହୋଇ ପାରନ୍ତି । ଉତ୍ତମ ଗୃହରେ ଅବସ୍ଥାନ କରି ପାରନ୍ତି। ସରକାରୀ ଧନ ମିଳି ପାରେ। ଉତ୍ତମଗୁଣର ଅଧିକାରୀ ହେବେ।ଶୁଭ ରଙ୍ଗ ଲାଲ୍।ଶୁଭ ଅଙ୍କ ୭। ମିଥୁନ - ବନ୍ଧୁମାନଙ୍କ ସହିତ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି ହେବ। ଠାକୁରଙ୍କ ଦର୍ଶନ ଲାଭ କରିବାର ସୁଯୋଗ ଅଛି।ଯେ କୌଣସି ସୂତ୍ରରୁ ଅର୍ଥ ମିଳିବ । ଜନୈକା ମହିଳାଙ୍କ ସହାୟତା ପାଇପାରନ୍ତି।ଶୁଭରଙ୍ଗ ନୀଳ।ଶୁଭ ଅଙ୍କ ୯। କର୍କଟ– ପ୍ରତିକୂଳ ପରିସ୍ଥିତି ଦେଖା ଦେଇ ପାରେ। ଧନକ୍ଷୟ ହେବାର ସମ୍ଭାବନା ଅଛି।ଖର୍ଚ୍ଚାନ୍ତ ହୋଇପାରନ୍ତି । ଭାଗ ବ୍ୟବସାୟ ଲାଭଜନକ ହେବ।ସତ୍କ୍ରିୟା ଯୁକ୍ତ ହେବେ। ଭ୍ରାନ୍ତ ମନା ହୋଇପାରନ୍ତି । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୫। ସିଂହ – ଅଯଥା ହନ୍ତସନ୍ତ ହେବେ। ଆମୋଦ-ପ୍ରମୋଦରେ ଦିନଟି ଅତିବାହିତ ହେବ। ବିବାଦୀୟ ଘଟଣାରେ ବିଜୟୀ ହେବେ। ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ନାନା ସୁନ୍ଦର ଓ ମୂଲ୍ୟବାନ୍‌ ବସ୍ତୁଲାଭ ହୋଇପାରେ । ଶୁଭରଙ୍ଗ କଫି।ଶୁଭ ଅଙ୍କ ୮। କନ୍ୟା – ପାରସ୍ପରିକ ବୁଝାମଣାଠିକ୍‌ ରହିବ। ଚିନ୍ତାଗ୍ରସ୍ତ ହୋଇପାରନ୍ତି । ସମ୍ମାନିତ ହେବେ।ଗଠନ ମୂଳକ କାର୍ଯ୍ୟରେ ମନୋନିବେଶ କରିପାରନ୍ତି।ଅର୍ଥ ପ୍ରାପ୍ତିର ସୁଯୋଗ ଜୁଟିଛି। ଶୁଭରଙ୍ଗ ମେରୁନ୍।ଶୁଭ ଅଙ୍କ ୧। ତୁଳା– ନିଜ କୌଳିକ ବୃତ୍ତିରେ ମନ ଯୋଗ ସହକାରେ କାର୍ଯ୍ୟ କରିବେ। ବନ୍ଧୁଙ୍କ ସହିତ ଆନନ୍ଦ ଉତ୍ସବରେ କାର୍ଯ୍ୟ କରିପାରନ୍ତି । ବିନା ଚେଷ୍ଟାରେ ଅର୍ଥପ୍ରାପ୍ତ ହୋଇପାରେ।ଚିନ୍ତାଧାରା ଉନ୍ନତ ହେବ।ଶୁଭ ରଙ୍ଗ କ୍ରୀମ୍।ଶୁଭ ଅଙ୍କ ୩। ବିଛା–ସୁସ୍ଥ ଓ ନିରାମୟ ଜୀବନ-ଯାପନ କରିବେ। ଯାନବାହନ ସୁଖ ମିଳିବ। କୃଷି କ୍ଷେତ୍ରରେ ମନୋ ନିବେଶ କରିପାରନ୍ତି । ସୁଖଭୋଗ କରିପାରନ୍ତି। ପ୍ରଦୂଷଣ ମୁକ୍ତ ଗୃହରେ ବସତିସ୍ଥାପନ ହୋଇପାରେ। ଶୁଭରଙ୍ଗଧଳା।ଶୁଭ ଅଙ୍କ ୭। ଧନୁ –ବ୍ୟବସାୟରେ ଢେର ଉନ୍ନତି ଘଟିବ। ପରିଶ୍ରମର ମୂଲ୍ୟ ମିଳିବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି।କାର୍ଯ୍ୟ କ୍ଷେତ୍ର ଉତ୍ତରୋତ୍ତର ଉନ୍ନତି ହେବ। ବିନୀତ ସ୍ୱଭାବର ହେବେ।ଶୁଭରଙ୍ଗ ଲାଲ୍।ଶୁଭ ଅଙ୍କ ୬। ମକର–ଭ୍ରାତୃବିବାଦରେ ପଡିପାରନ୍ତି।ସ୍ୱାଧୀନ ଚିନ୍ତାଧାରା ନେଇ କାର୍ଯ୍ୟ କରିଚାଲିବେ। ଆୟବୃଦ୍ଧିର ସୂଚନା ମିଳୁଛି।ସତ୍କର୍ମରେ ବ୍ୟୟ କରିପାରନ୍ତି। ଆୟ ଆଶାନୁରୂପ ହେବ।ଶୁଭରଙ୍ଗ ଗ୍ରୀନ୍।ଶୁଭ ଅଙ୍କ ୧। କୁମ୍ଭ -କାର୍ଯ୍ୟ କରିବାର ଅଭିଜ୍ଞତାରୁ ଦକ୍ଷତା ବୃଦ୍ଧିହେବ। ସୁଖ-ସମ୍ମାନ ଲାଭ କରିପାରନ୍ତି। ଆୟ ଆଶାନୁରୂପ ହେବ। ସରକାରୀ ବା ବନ୍ଧୁ ସହାୟତାରେ ଲାଭବାନ୍‌ ହେବେ। ସ୍ୱାସ୍ଥ୍ୟ ଅତୁଟ ରହିବ।ଶୁଭରଙ୍ଗ କ୍ରୀମ୍।ଶୁଭ ଅଙ୍କ ୪। ମୀନ - ଅପେକ୍ଷା ନ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ସୁନାମଧ୍ୟେୟ ହୋଇପାରିବେ।ଖର୍ଚ୍ଚ ପରିମାଣବୃଦ୍ଧି ପାଇବ।ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡିବ।ଶୁଭରଙ୍ଗ କଫି।ଶୁଭ ଅଙ୍କ ୯।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.