ଏହି ରାଶିଧାରୀ ବ୍ୟକ୍ତିଙ୍କର ସୋମବାରରେ ଶୁଭଫଳ ପ୍ରାପ୍ତି- ଜାଣନ୍ତୁ ଶୁଭ ସଂଖ୍ୟା

Published By : Prameya-News7 Bureau | November 17, 2019 IST

ମେଷ–କାର୍ଯ୍ୟାଳୟର ବାତାବରଣ ଅନୁକୂଳ ରହିବ । ବୃତ୍ତିଗତ ଦାୟିତ୍ୱ ମିଳିପାରେ । ବ୍ୟବସାୟରୁ ଅଧିକ ଲାଭର ସୁଯୋଗ ଦେଖାଯାଉଛି । ଶୁଭରଙ୍ଗ ଧଳା। ଶୁଭଅଙ୍କ ୮।


ବୃଷ– ଉଦ୍ୟମ ଦ୍ୱାରାଶୁଭ ଫଳ ପ୍ରାପ୍ତ କରି ପାରିବେ। ଆୟବୃଦ୍ଧିସହ ଆର୍ଥିକ ଚିନ୍ତା ଦୂର ହେବ। ପ୍ରେମ ପ୍ରସଙ୍ଗରେ ଦିନଟି ଭଲ । ଶୁଭରଙ୍ଗ ବ୍ରାଉନ୍‍ । ଶୁଭ ଅଙ୍କ ୫।


ମିଥୁନ - ଜରୁରୀ କାମ ସଂପୂର୍ଣ୍ଣ ପାଇଁ ଯୋଜନା କରନ୍ତୁ । ରଚନାତ୍ମକ ବାଧା ଉପୁଜିପାରେ।କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଅନାବଶ୍ୟକ ଖର୍ଚ୍ଚ ସମ୍ଭାବନା ରହିଛି । ଶୁଭରଙ୍ଗ ପିଙ୍କ । ଶୁଭ ଅଙ୍କ ୫।


କର୍କଟ–ବ୍ୟବସାୟିକ କାର୍ଯ୍ୟରେ ବାଧା ଉପୁଜିପାରେ। ପାରିବାରିକ ଜୀବନ ସୁଖଶାନ୍ତିରେ କଟିବ। ପିଲାମାନେ ଖେଳକୁଦରେ ମନ ଦେବେ।ଶୁଭରଙ୍ଗ ନୀଳ।ଶୁଭ ଅଙ୍କ ୬।


ସିଂହ – ଦିନଟି ଅନୁକୂଳ ରହିପାରେ। ମାନସମ୍ମାନ ବୃଦ୍ଧିଏବଂ ବନ୍ଧୁମିଳନ ହେବ। ଅର୍ଥ ପ୍ରାପ୍ତିର ସୁଯୋଗ ରହିଛି । ସହଯୋଗୀ ବ୍ୟବସାୟ ଲାଭ ଜନକ ହେବ । ଶୁଭରଙ୍ଗ ମେରୁନ୍‍ । ଶୁଭ ଅଙ୍କ ୧।


କନ୍ୟା – ପୁରୁଣା ସମସ୍ୟା ସମାଧାନ ହେବ। ମନ ପ୍ରସନ୍ନ ରହିବ। କାର୍ଯ୍ୟଶୈଳୀରେ କର୍ତ୍ତୃପକ୍ଷ ପ୍ରଭାବିତ ହେବେ। ପତ୍ନୀ,ବ୍ୟବସାୟ କରିବାକୁ ମନ ବଳାଇବେ । ଶୁଭରଙ୍ଗ କ୍ରୀମ୍‍।ଶୁଭ ଅଙ୍କ ୨।


ତୁଳା– ପୂଜା ପାଠରେ ଅଧିକ ସମୟ ବିତିବ। ମନରେ ନୂଆବିଚାର ଆସିବ। ପୀଡିତାଙ୍କୁ ସହାୟତା କରିବେ। ଦୁରସ୍ଥାନକୁ ଭ୍ରମଣ ଯୋଗ ରହିଛି । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୯।


ବିଛା–ସକାରାତ୍ମକ ଭାବନାରେ ରହନ୍ତୁ, କଠିନ କାମ ସହଜରେ କରିପାରିବେ । ନେତାଙ୍କୁ ପରିଶ୍ରମର ଫଳ ମିଳିବ। ପରିବାର ମଧ୍ୟରେ ମାତା, ପିତାଙ୍କ ସହ ଝଗଡା ହୋଇପାରେ । ଶୁଭରଙ୍ଗ ଲାଲ । ଶୁଭ ଅଙ୍କ ୭।


ଧନୁ – ଆତ୍ମବିଶ୍ୱାସନବଢିବ ଭାବି ଥିବା କାମ ସଂପୂର୍ଣ୍ଣ ହେବ । ମିତ୍ରଙ୍କ ସହ ବୁଲିବାକୁ ଯାଇ ପାରନ୍ତି । ଚାକିରି କ୍ଷେତ୍ରରେ, କାର୍ଯ୍ୟର ସଫଳତା ପାଇଁ ସମ୍ମାନ ପ୍ରାପ୍ତ ହୋଇପାରେ । ଶୁଭରଙ୍ଗ ଲାଲ । ଶୁଭ ଅଙ୍କ ୧।


ମକର–ବ୍ୟବହାରରେ ଅନ୍ୟମାନଙ୍କ ମନ ଜିଣିବେ। ପୁଞ୍ଜିବଜାରରେ ନିବେଶକରନ୍ତୁ, ଲାଭ ମିଳିବ । ତୀର୍ଥ ଯାତ୍ରାରେ ଯିବାର ସମ୍ଭାବନା ରହିଛି । ଶୁଭରଙ୍ଗ ଧଳା।ଶୁଭ ଅଙ୍କ ୪।


କୁମ୍ଭ -ଅଭିଭାବକଙ୍କ ଆର୍ଶୀବାଦ ନିଅନ୍ତୁ, ଲକ୍ଷ୍ୟସ୍ଥଳରେ ପହଞ୍ଚିବା ସହଜ ହେବ। ବ୍ୟବସାୟଲାଗି ନୂଆ ସୁଯୋଗ ରହିଛି । ସ୍ୱାସ୍ଥ୍ୟସାମାନ୍ୟ ଖରାପ ହୋଇପାରେ। ଶୁଭରଙ୍ଗ କଫି।ଶୁଭ ଅଙ୍କ ୮।


ମୀନ - ସଫଳତା ଆପଣଙ୍କ ପାଦ ସ୍ପର୍ଶକରିବ। ଅଫିସରେ ନୂଆ କାର୍ଯ୍ୟର ସାମନା କରିବାରେ ସକ୍ଷମ ରହିବେ । ଘରକୁ ଅତିଥି ଆସିପାରନ୍ତି । ଶୁଭରଙ୍ଗ ଧୂସର।ଶୁଭ ଅଙ୍କ ୯।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.