ଶନିବାରର ରାଶିଫଳ, ଜାଣନ୍ତୁ କିପରି କଟିବ ଆପଣଙ୍କ ଦିନ

Published By : Prameya-News7 Bureau | May 15, 2020 IST


ମେଷ – ଉଦ୍‌ଯୋଗୀ ହୋଇପାରନ୍ତି । ଆୟ ଆଶାନୁରୂପ ହେବ । ବନ୍ଧୁ ଓ ଆତ୍ମୀୟସ୍ୱଜନଙ୍କ ପ୍ରତି ପ୍ରଗାଢ ଅନୁରକ୍ତି ରହିବ । ଗରିମାମୟ ହେବେ । କାର୍ଯ୍ୟକ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିବେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୪ ।
ବୃଷ – କର୍ମକ୍ଷେତ୍ର ଲାଭଜନକ ହେବ । ସାଧନାରେ ସିଦ୍ଧିପ୍ରାପ୍ତିର ସୂଚନା ମିଳୁଛି । ଚିନ୍ତାଧାରା ସ୍ୱଚ୍ଛ ଓ ନିର୍ମଳ ରହିବ । ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ଶ୍ରେଷ୍ଠ ନମ୍ରତାର ସହ ସୁ କାର୍ଯ୍ୟ କରିବେ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୯ ।
ମିଥୁନ - ଉଚ୍ଚ ସମ୍ମାନ ଲାଭ କରିବେ । ବିଦ୍ୟା ରୂପକ ମହାଧନ ଅର୍ଜନ କରିବେ । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବା ସହ ପ୍ରୀତି ଲାଭ କରିପାରନ୍ତି । ଉଚ୍ଚ କୋଟିର ବ୍ୟକ୍ତବ୍ୟ ପ୍ରଦାନ କରି ଜନସାଧାରଣଙ୍କ ମନ ନେଇ ପାରନ୍ତି । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୩ ।
କର୍କଟ – ବିଜ୍ଞ ବ୍ୟକ୍ତିଭାବେ ସାମାଜିକ ସ୍ତରରେ ଆଦରଣୀୟ ହେବେ । ଶାସ୍ତ୍ରଜ୍ଞ ହୋଇପାରନ୍ତି । ଶତ୍ରୁ ନିପାତ କରିବାରେ ସିଦ୍ଧହସ୍ତ ଓ ଦେବ ଦ୍ୱିଜ ପରାୟଣ ହେବେ । ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୫ ।
ସିଂହ – ଦୂରଯାତ୍ରା ଶୁଭ ଦାୟକ ହେବ । ବହୁ ଶୁଭଫଳ ଆଶା କରାଯାଏ । ବିଦ୍ୟାବାନ୍ ଓ ଧର୍ମପରାୟଣ ହେବେ ଏବଂ ବ୍ୟବସାୟ ଲାଭଜନକ ହେବ । ସରକାରୀ ସ୍ତରରେ ସମ୍ମାନିତ ଏବଂ ଅଶାନ୍ତି ଦୂର ହେବ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୧ ।
କନ୍ୟା – ନୂତନ କାର୍ଯ୍ୟର ଶୁଭାରମ୍ଭ କରିବେ । ମନରେ ଗର୍ବଭାବ ବହନ କରିପାରନ୍ତି । ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ । କର୍ମକ୍ଷେତ୍ରରେ ସଫଳତା ମିଳିବ । ଦେବ ଦର୍ଶନର ସୁଯୋଗ ଅଛି । ଶୁଭ ରଙ୍ଗ କଳା । ଶୁଭ ଅଙ୍କ ୮ ।
ତୁଳା – ବହୁ ସୁଖର ଅଧିକାରୀ ହେବେ । ବିଦ୍ୟାଯୁକ୍ତ ହୋଇପାରନ୍ତି । ସାଧୁମାନଙ୍କ ଆର୍ଶୀବାଦକୁ ପାଥେୟ କରି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରିବେ । ଶତ୍ରୁ ଦମନ କରି ଧନଭୋଗ କରିପାରନ୍ତି । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୨ ।
ବିଛା – ବିଳମ୍ବରେ କାର୍ଯ୍ୟ ହାସଲ କରିବାକୁ ସକ୍ଷମ ଓ ସତ୍‌- ସଙ୍ଗୀ ହେବେ । ଧର୍ମ କାର୍ଯ୍ୟରେ ମନୋନିବେଶ କରିବେ । ପ୍ରୀତି ଲାଭ କରିପାରନ୍ତି । କୁଳ ପ୍ରଧାନ ଓ ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୬ ।
ଧନୁ – ଆନନ୍ଦ ଉତ୍ସବ ଲାଗି ରହିବ । କାର୍ଯ୍ୟରେ ଅପୂର୍ବ ସଫଳତା ଲାଭ କରିବେ । ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିପାରନ୍ତି । ଅସୁସ୍ଥତାରୁ ଆରୋଗ୍ୟ ଲାଭ କରିବେ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୩ ।
ମକର – କର୍ମ କ୍ଷେତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଆଶାବାଦୀ ହୋଇପାରନ୍ତି । ଚିନ୍ତାଧାରା ବିକ୍ଷିପ୍ତ ହୋଇପାରେ । ବୁଦ୍ଧିଭ୍ରମ ହେବାର ପ୍ରତିପାଦନ କରିପାରନ୍ତି । ବିନୟ ଭାବ ପ୍ରକାଶ କରିବେ । ଶୁଭ ରଙ୍ଗ କଳା । ଶୁଭ ଅଙ୍କ ୯ ।
କୁମ୍ଭ - ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ମନରେ ପ୍ରସନ୍ନ ଭାବ ଦେଖା ଦେବ । ଚିନ୍ତାଧାରା ଉନ୍ନତମାନର ହେବ । ନୂଆ ବନ୍ଧୁ ଭୁଲ ବାଟରେ ନେବାକୁ ଚେଷ୍ଟା କରିବେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୫ ।
ମୀନ - କାର୍ଯ୍ୟକୁ କରାୟତ୍ତ କରିବାରେ ସିଦ୍ଧହସ୍ତ ହେବେ । ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡିବ । ବ୍ୟୟାଧିକ୍ୟ ସମ୍ମୁଖୀନ ହେବେ । ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ । ବିତ୍ତବାନ୍ ହେବେ । ଶୁଭ ରଙ୍ଗ ଗାଢା ଗ୍ରୀନ୍ । ଶୁଭ ଅଙ୍କ ୨ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.