ଆସନ୍ତା କାଲିର ରାଶିଫଳ ସହ ଜାଣନ୍ତୁ ଶୁଭ ରଙ୍ଗ ଓ ଅଙ୍କ ବିଷୟରେ

Published By : Prameya-News7 Bureau | September 26, 2019 IST

ମେଷ – ସାହସ ବାନ୍ଧି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିପାରନ୍ତି। ସତ୍କର୍ମରେ ନିଜକୁ ନିୟୋଜିତ କରିବେ। କୃଷି ଉପରେ ଧ୍ୟାନ ଦେବେ। ଯାନବାହନ ସୁଖ ମିଳିପାରେ। ଶତ୍ରୁନାଶ କରି ନିଶ୍ଚିତ ହୋଇପାରନ୍ତି। ଶୁଭ ରଙ୍ଗ ଧଳା। ଶୁଭ ଅଙ୍କ ୭।
ବୃଷ – ସହକର୍ମୀଙ୍କ ସହଯୋଗ ପାଇବାକୁ ସକ୍ଷମ ହୋଇପାରନ୍ତି। ମାନ ବୃଦ୍ଧି ହୋଇପାରେ। ଭ୍ରମଣ ସୁଖ ମିଳିବ। ସ୍ୱଚ୍ଛତା କାର୍ଯ୍ୟ ହାତକୁ ନେଇ କୃତକାର୍ଯ୍ୟ ହେବେ ଏବଂ ସକଳଗୁଣର ଅଧିକାରୀ ମଧ୍ୟ।। ଶୁଭ ରଙ୍ଗ କ୍ରୀମ୍। ଶୁଭ ଅଙ୍କ ୨।
ମିଥୁନ - ଭ୍ରମଣ ସୁଖଦାୟକ ହେବ। ଆଶାବାଦୀ ଓ ବିବିଧ ଧନଯୁକ୍ତ ହୋଇପାରନ୍ତି। ତ୍ୟାଗଶୀଳ,ନୀତିନିଷ୍ଠ, ସହିଷ୍ଣୁ, ଚଞ୍ଚଳମନା ହେବେ। ଭୁଲବୁଝାମଣା ପାଇଁ ଭାଇମାନଙ୍କ ସହିତ କଳହ ହୋଇପାରେ। ଶୁଭ ରଙ୍ଗ ସବୁଜ। ଶୁଭ ଅଙ୍କ ୫।
କର୍କଟ – ଭଲ ଆୟ ହେତୁ ପରିବାରରେ ସୁଖ ବଜାୟ ରହିବ। ଉତ୍ତମ ଭୋଜନ ମିଳିବ। ସରକାରୀ ବା ବନ୍ଧୁ ସହାୟତା ପାଇ ଲାଭବାନ୍ ହେବେ। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ନୂଆ ବନ୍ଧୁ ଜୁଟିପାରନ୍ତି । ଶୁଭ ରଙ୍ଗ ନାରଙ୍ଗୀ। ଶୁଭ ଅଙ୍କ ୯।
ସିଂହ – ସୃଜନଶୀଳ ପ୍ରତିଭାର ବିକାଶ ଘଟିବ। ଅଧିକ ବ୍ୟୟର ସମ୍ମୁଖୀନ ହୋଇପାରନ୍ତି। ଗୃହରେ ଶାନ୍ତିର ବାତାବାରଣ ପ୍ରବାହିତ ହୋଇପାରେ। ବସ୍ତ୍ରଭୂଷଣ ଲାଭ ହେବାର ସୂଚନା ମିଳୁଛି। ସାଧନାରେ ସିଦ୍ଧି ଲାଭ କରିବେ। ଶୁଭ ରଙ୍ଗ ଧଳା। ଶୁଭ ଅଙ୍କ ୪।
କନ୍ୟା – ଲାଭ ପାଇବା ଆଶାରେ ଲୋଭ ବୃଦ୍ଧି ହୋଇପାରେ। ମୂଲ୍ୟବାନ ଦ୍ରବ୍ୟ ଲାଭ ଏବଂ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସରକାରୀ କୃପା ଲାଭ କରିବେ। କାର୍ଯ୍ୟରେ ଅପୂର୍ବ ସଫଳତା ମିଳିବ। ଶୁଭ ରଙ୍ଗ ଧୂସର। ଶୁଭ ଅଙ୍କ ୩।
ତୁଳା – ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ। ସରକାରୀ ଅର୍ଥ ପ୍ରାପ୍ତିର ସୁଯୋଗ ଅଛି। ଅନ୍ୟର ମଙ୍ଗଳ କାମନା କଲେ ନିଜେ ଉପକୃତ ହେବେ। ଅନୁଗୃହୀତ ହୋଇପାରନ୍ତି। ଗୃହ ପରିବେଶ ସ୍ୱଚ୍ଛ ଓ ନିର୍ମଳ ରହିବ। ଶୁଭ ରଙ୍ଗ କଳା। ଶୁଭ ଅଙ୍କ ୮।
ବିଛା – ମନ ପସନ୍ଦ ଦ୍ରବ୍ୟ ପାଇ ଉତ୍ଫୁଲ୍ଲିତ ହେବେ। ସୁଖ ଶାନ୍ତି ଓ ଆନନ୍ଦ ଉତ୍ସବରେ ଦିନଟି ବିତିବ। ଅତ୍ୟନ୍ତ ସୁଖ ଲାଭ କରି ଆନନ୍ଦିତ ହେବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପାରିବାରିକ ସୁଖ-ସମୃଦ୍ଧି ଆଶାକରାଯାଏ। ଶୁଭ ରଙ୍ଗ ଗୋଲଡେନ୍। ଶୁଭ ଅଙ୍କ ୨।
ଧନୁ – ଧନକ୍ଷୟ ହେବାର ସମ୍ଭାବନା ଅଛି। ଶାରିରୀକ ଓ ମାନସିକ ସ୍ତରରେ କ୍ଳେଶ ଦେଖାଦେଇପାରେ। ନୀତିଯୁକ୍ତ ହୋଇପାରନ୍ତି। ବିଦ୍ୟାବାନ୍ ହେବେ।ଚତୁର ହେବା ଆଶା କରାଯାଏ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ଜଳଯାତ୍ରା କରିବା ମନା। ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୧।
ମକର – ବିଳାସ ବ୍ୟସନ ଦ୍ରବ୍ୟ ଲାଭ କରିପାରନ୍ତି। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବା ସହ ହର୍ଷ-ଉଲ୍ଲାସ ମଧ୍ୟରେ ଦିନଟି ଅତିବାହିତ କରିପାରନ୍ତି। ସର୍ବତ୍ର ଶୁଭ ଆଶା କରାଯାଏ। ଶୁଭ ରଙ୍ଗ ଗାଢ ନୀଳ । ଶୁଭ ଅଙ୍କ ୪।
କୁମ୍ଭ - ପୈତୃକ ସମ୍ପତ୍ତିକୁ ନେଇ ମନ ଅଶାନ୍ତ ରହିପାରେ। କୌଣସି କାରଣରୁ ସାମୟିକ ଭାବେ ମନରେ କ୍ରୋଧ ଜାତ ହୋଇପାରେ। ନୀତିରୁ ବିଚ୍ୟୁତ ହେବେ ନାହିଁ। ଗୁଣବାନ୍ ଓ ଯୁଦ୍ଧ ପ୍ରିୟ ହେବେ। ଶୁଭ ରଙ୍ଗ ଲାଲ୍। ଶୁଭ ଅଙ୍କ ୭।
ମୀନ - ପରିବେଶ ସୁରକ୍ଷା ପାଇଁ କାର୍ଯ୍ୟ କରିପାରନ୍ତି। ପରାମର୍ଶ ନେଇ କାର୍ଯ୍ୟ କଲେ ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବ। ବିଭିନ୍ନ ଦିଗରୁ ଆର୍ଥିକ ସ୍ରୋତର ଧାରା ଅବ୍ୟାହତ ରହିପାରେ। ପୁତ୍ର ଓ କନ୍ୟାଙ୍କ ପାଇଁ ଗର୍ବିତ ହୋଇପାରନ୍ତି। ଶୁଭ ରଙ୍ଗ ମେରୁନ୍। ଶୁଭ ଅଙ୍କ ୧।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.