ଶୁକ୍ରବାର ରାଶିଫଳ : ଜାଣନ୍ତୁ କିପରି କଟିବ ଆପଣଙ୍କ ଦିନ

Published By : Prameya-News7 Bureau | June 11, 2020 IST

ମେଷ – ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍ ହୋଇଯିବ । ସହକର୍ମୀଙ୍କ ସହ ଅର୍ଥ ସମ୍ପର୍କକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହେବାକୁ ପଡିପାରେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୩ ।
ଚାଷୀ- ଚାଷ କାର୍ଯ୍ୟ ଆରମ୍ଭ କରିବା ଆଗରୁ, ଜଳବାୟୁ ପ୍ରତି ସଜାଗ ରୁହନ୍ତୁ ।
ରୋଗୀ- ସତର୍କ ନିହାତି ଆବଶ୍ୟକ ।
ଛାତ୍ରଛାତ୍ରୀ- ପାଠପଢାରେ ମନ ଦେବେ ।
କର୍ମଜୀବି- ସହକର୍ମୀଙ୍କ ସାହାର୍ଯ୍ୟ ମିଳିବ ।
ବ୍ୟବସାୟୀ- ବ୍ୟବସାୟ ଲାଭପ୍ରଦ ନୁହେଁ ।
ଗୃହିଣୀ- ପାରିବାରିକ ସମସ୍ୟାରେ ବ୍ୟସ୍ତ ରହିବେ ।
ବୃଷ – ମଜା ମଉଜ , ମନୋରଞ୍ଜନରେ ସମୟ ଅତିବାହିତ କରିବେ । ଅସମ୍ପୂର୍ଣ୍ଣ କାମକୁ ପୂର୍ଣ୍ଣାଙ୍ଗ କରିବାରେ ଜଣେ ବିଜାତୀୟ ବ୍ୟକ୍ତି ସାହାର୍ଯ୍ୟ କରିବାର ଆଶା ରହିଛି । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୭ ।
ଚାଷୀ- ଉତ୍ତମ ବିହନ ଆଣି ରଖିଥାନ୍ତୁ ।
ରୋଗୀ- ସୁସ୍ଥ ଅନୁଭବ କରିବେ କିନ୍ତୁ ସତର୍କ ରୁହନ୍ତୁ ।
ଛାତ୍ରଛାତ୍ରୀ- ବିଦ୍ୱାନ ହେବେ ।
କର୍ମଜୀବି- କାର୍ଯ୍ୟରେ ଉନ୍ନତି କରିବେ ।
ବ୍ୟବସାୟୀ- ସଫଳତା ହାତ ଛଡା ହୋଇଯିବ ।
ଗୃହିଣୀ- ସୁସ୍ୱାଦୁ ଭୋଜନ ବନାଇବେ ।
ମିଥୁନ - ଧୈର୍ଯ୍ୟର ସହ ସମସ୍ୟାଗୁଡିକର ମୁକାବିଲା କରିବାରେ ସମର୍ଥ ହେବେ । ଅନିୟମିତ ଆହାର ଯୋଗୁ ସ୍ୱାସ୍ଥ୍ୟରେ ସମସ୍ୟା ଦେଖା ଦେଇପାରେ । ପରିବହନରେ ଉନ୍ନତି କରିବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୨ ।
ଚାଷୀ- ଚାଷ କାର୍ଯ୍ୟରେ ଯନ୍ତ୍ରପାତିର ସମସ୍ୟା ଦେଖା ଦେଇପାରେ ।
ରୋଗୀ- ସ୍ୱାସ୍ଥ୍ୟରେ ସମସ୍ୟା ଦେଖା ଦେବ ।
ଛାତ୍ରଛାତ୍ରୀ- ସୁବିଦ୍ୟା ଆରୋହଣ କରିବେ ।
କର୍ମଜୀବି- ସମସ୍ୟାର ସମାଧାନ ହେବ ।
ବ୍ୟବସାୟୀ- ସଠିକ୍ ସମୟରେ, ସଠିକ୍ ନିର୍ଣ୍ଣୟ ନିଅନ୍ତୁ ।
ଗୃହିଣୀ- ପିଲାମାନଙ୍କ ପାଇଁ ଚିନ୍ତିତ ରହିବେ ।
କର୍କଟ – ନିଜର ଫାଇଦା ହାସଲ ପାଇଁ ନିକଟ ସମ୍ପର୍କୀୟମାନେ ଫନ୍ଦିଫିକର କରିବା ଲାଗି ମନ ବଳାଇପାରନ୍ତି। ପରିସ୍ଥିତି ବଶତଃ ଅସଂଯତ ବ୍ୟବହାର ପାଇଁ ଉଚ୍ଚବର୍ଗଙ୍କ ଠାରୁ ସମାଲୋଚିତ ହେବେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୫ ।
ଚାଷୀ- ଚାଷ କାର୍ଯ୍ୟ ପ୍ରତି ଅଗ୍ରସର ହେବେ ।
ରୋଗୀ- ୨/୪ଟି ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ ।
ଛାତ୍ରଛାତ୍ରୀ- ସାଠରେ ମନ ବଳାଇବେ ।
କର୍ମଜୀବି- ସହକର୍ମୀଙ୍କ ସାହାର୍ଯ୍ୟ ମିଳିବ ।
ବ୍ୟବସାୟୀ- ଅର୍ଥ ହାନୀ ହେବ ।
ଗୃହିଣୀ- ଘର କାର୍ଯ୍ୟରେ ବ୍ୟସ୍ତ ରହିବେ ।
ସିଂହ – ପୂର୍ବାଫାଲ୍‌ଗୁନୀ ନକ୍ଷତ୍ର ସାମାନ୍ୟ କୌଶଳ ପ୍ରୟୋଗ କରି କାମ କଲେ ଯାହା ଚାହିଁଛନ୍ତି ତାହା ନିଶ୍ଚିତ ପାଇ ପାରିବେ । ନିଜର ଫାଇଦା ହାସଲ ପାଇଁ ସମ୍ପର୍କୀୟ ଜଣେ ଫନ୍ଦିଫିକର କରିପାରନ୍ତି । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୯ ।
ଚାଷୀ- ଖରିଫ ଫସଲ ପାଇଁ , କୃଷି ବିଭାଗକୁ ସଂପର୍କ କରନ୍ତୁ ।
ରୋଗୀ- ସୁସ୍ଥ ହେଲେ ବି ସତର୍କ ରୁହନ୍ତୁ ।
ଛାତ୍ରଛାତ୍ରୀ- ଇଚ୍ଛା ଥିଲେ କ୍ରୀଡାରେ କ୍ୟାରିୟର କରିପାରିବେ ।
କର୍ମଜୀବି- କାର୍ଯ୍ୟ କରି ପ୍ରଶଂସାରେ ପାତ୍ର ହେବେ ।
ବ୍ୟବସାୟୀ- ଫାଇଦା ଉଠାଇ ନିଅନ୍ତୁ ।
ଗୃହିଣୀ- ପୂଜା ପାଠରେ ବ୍ୟସ୍ତ ରହିବେ ।
କନ୍ୟା – ବୃହସ୍ପତିଙ୍କ ଦୁର୍ବଳତା କାରଣରୁ ପାରିବାରିକ ସ୍ତରରେ ଅନ୍ୟମାନଙ୍କ କାର୍ଯ୍ୟ କଳାପ ନିଜ ପାଇଁ ସନ୍ତୋଷ ସୃଷ୍ଟି କରିପାରେ । ବହୁତ ଶ୍ରମ ଓ କଷ୍ଟ ସ୍ୱୀକାର କରିବାକୁ ପଡିବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୬ ।
ଚାଷୀ- ଚାଷ କାର୍ଯ୍ୟ ପ୍ରତି ସଜାଗ ରୁହନ୍ତୁ ।
ରୋଗୀ- ସାମାନ୍ୟ ସୁସ୍ଥ ଅନୁଭବ କରିବେ ।
ଛାତ୍ରଛାତ୍ରୀ- ବିଦ୍ୟାରେ ଉନ୍ନତି ହେବ ।
କର୍ମଜୀବି- କାର୍ଯ୍ୟ କରି ସୁଖ ଭୋଗ କରିବେ ।
ବ୍ୟବସାୟୀ- ଅର୍ଥ ପ୍ରାପ୍ତି ହେବ ।
ଗୃହିଣୀ- ସାମାନ୍ୟ କଷ୍ଟ ଭୋଗ କରିପାରନ୍ତି ।
ତୁଳା – ସୁପରିଣାମ ସଦୃଶ ଯେକୌଣସି ପ୍ରତିରୋଧକୁ ଏଡାଇ ଯାଇ କାମ ହାସଲରେ ସମର୍ଥ ହେବେ । ପରିବେଶ ଓ ପରିସ୍ଥିତି ଠିକ୍ ନ ଥିବା କାରଣରୁ ଭୋଗ ବିଳାସରେ ବାଧାବିଘ୍ନ ଘଟିପାରେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୧ ।
ଚାଷୀ- ଜଳର ସମସ୍ୟା ଥିଲେ, ଜଳ ସଞ୍ଚୟ କରନ୍ତୁ ।
ରୋଗୀ- ସ୍ଲିପ୍ ଦେଖେଇ , ଔଷଧ ଆଣନ୍ତୁ ।
ଛାତ୍ରଛାତ୍ରୀ- ପାଠପଢାରେ ମନ ଦେବେ ।
କର୍ମଜୀବି- କାର୍ଯ୍ୟ ବ୍ୟସ୍ତ ରହିବେ ।
ବ୍ୟବସାୟୀ- କାର୍ଯ୍ୟ ହାସଲ କରିବାକୁ ସମର୍ଥ ହେବେ ।
ଗୃହିଣୀ- ସୁଖ ଭୋଗ କରିବେ ।
ବିଛା – କୌଣସି କାମରେ ମନର ସ୍ଥିରତା ନ ରହିବା ହେତୁ କାମଗୁଡିକ ଅସମ୍ପୂର୍ଣ୍ଣ ରହିଯିବ । କର୍ମକ୍ଷେତ୍ରରେ କାଳକ୍ଷେପଣ ନୀତିରେ କେତେକ କାମକୁ ଅବହେଳା କରି ସମାଲୋଚିତ ହେବାକୁ ପଡିବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୫ ।
ଚାଷୀ- ଉତ୍ତମ ଫସଲ ପାଇଁ , କୀଟନାଶ କର ଠିକ୍ ସମୟରେ ବ୍ୟବହାର କରନ୍ତୁ ।
ରୋଗୀ- ସ୍ୱାସ୍ଥ୍ୟ ପାଇଁ ଚିନ୍ତିତ ରହିବେ ।
ଛାତ୍ରଛାତ୍ରୀ- ବିଦ୍ୟା ଆରୋହଣ କରିବେ ।
କର୍ମଜୀବି- କାର୍ଯ୍ୟରେ ସ୍ଥିରତା ଆଣନ୍ତୁ ।
ବ୍ୟବସାୟୀ- ସୁଯୋଗ ହାତ ଛଡା ହୋଇଯିବ ।
ଗୃହିଣୀ- ପର୍ବ ପାଇଁ କାର୍ଯ୍ୟ ବ୍ୟସ୍ତ ରହିବେ ।
ଧନୁ- ପାରିବାରିକ କ୍ଷେତ୍ରରେ ଉନ୍ନତମାନର ବୁଝାମଣା ହେତୁ ପ୍ରତ୍ୟେକ କାର୍ଯ୍ୟ ଶୃଙ୍ଖଳିତ ରହିବ । ବନ୍ଧୁଙ୍କ ସଦ୍‌-ଭାବ କିମ୍ବା ସହକର୍ମୀମାନଙ୍କ ସହ-ଯୋଗ ପାଇବେ ନାହିଁ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୮ ।
ଚାଷୀ- କୃଷିବିଭାଗର ପରାମର୍ଶ ନେଇ କାର୍ଯ୍ୟ କଲେ ଅଧିକା ଫସଲ ପାଇବେ ।
ରୋଗୀ- ସୁସ୍ଥ ଅନୁଭବ କରିବେ ।
ଛାତ୍ରଛାତ୍ରୀ- ବିଦ୍ୟାରେ ମନ ଦେବେ ।
କର୍ମଜୀବିି- କାର୍ଯରେ ଶୃଙ୍ଖଳତା ଦେଖା ଦେବ ।
ବ୍ୟବସାୟୀ- କର୍ମଚାରୀ କାମ ନ କରିବାରୁ ଚିନ୍ତାରେ ରହିବେ ।
ଗୃହିଣୀ- ରଜ ପାଇଁ କାର୍ଯ୍ୟ ବ୍ୟସ୍ତ ରହିବେ ।
ମକର – ଚନ୍ଦ୍ର କେନ୍ଦ୍ରାଧିପତିଙ୍କ ସହ ରହିଥିବାରୁ ଆଜିର ପ୍ରତ୍ୟୁଷ ଯାତ୍ରା ଆନନ୍ଦଦାୟକ ରହିବ ଓ ନୂତନ ମିତ୍ରତା ସୃଷ୍ଟି ହେବ । ରାଜନୀତିରେ ନେତୃତ୍ୱ ନେଇ ପ୍ରଶଂସିତ ହୋଇପାରନ୍ତି । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୩ ।
ଚାଷୀ- କୀଟ ପ୍ରତି ସଜାଗ ରୁହନ୍ତୁ ।
ରୋଗୀ- ଅସୁସ୍ଥ ଅନୁଭବ କରିବେ ।
ଛାତ୍ରଛାତ୍ରୀ – ପାଠ ପଢାରେ ଆଗ୍ରହ କରିବେ ।
କର୍ମଜୀବି- କାର୍ଯ୍ୟର ପ୍ରେସର୍ ପଢିବ ।
ବ୍ୟବସାୟୀ- ସହଯୋଗକୁ ହାତ ଛଡା କରନ୍ତୁ ନାହିଁ ।
ଗୃହିଣୀ- ଘର ସଫା ସଫିରେ ବ୍ୟସ୍ତ ରହିବେ ।
କୁମ୍ଭ - ଶନିଙ୍କ ପ୍ରଭାବରେ ଆପଣଙ୍କର କୌଶଳପୂର୍ଣ୍ଣ କାର୍ଯ୍ୟଶୈଳୀ ହେତୁ ପାରିପାଶ୍ୱିର୍କ ପରିସ୍ଥିତି କେତେକାଂଶରେ ଭଲ ରହିବ । ସାମୟିକ ଆଶ୍ୱସ୍ତି ଲାଭ କରିପାରନ୍ତି । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୮ ।
ଚାଷୀ- ସରକାରଙ୍କ ସହାୟତା ପାଇ ଖୁସି ହେବେ ।
ରୋଗୀ- ସାମାନ୍ୟ ସ୍ୱାସ୍ଥ୍ୟ ଅସୁସ୍ଥ ହେବ ।
ଛାତ୍ରଛାତ୍ରୀ- ବିଦ୍ୟା ଆରୋହଣ କରି ଖୁସି ହେବେ ।
କର୍ମଜୀବି- କାର୍ଯ୍ୟ ବ୍ୟସ୍ତ ରହିବେ ।
ବ୍ୟବସାୟୀ- ବହୁ ପରିଶ୍ରମ କରିବାକୁ ପଡିବ ।
ଗୃହିଣୀ- ସୁଖ ଭୋଗ କରିବେ ।
ମୀନ - ପାରିବାରିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିପାରେ ତଥାପି କାମ ଅଟକି ରହିବ ନାହିଁ । ଯାନ୍ତ୍ରୀକ ତ୍ରୁଟି ଯୋଗୁ ଲକ୍ଷ୍ୟସ୍ଥଳରେ ଉପସ୍ଥିତି ହେବାରେ ବିଳମ୍ବ ଘଟିବ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୬ଞ୍ଜ ।
ଚାଷୀ- କିଟନାଶକ ଔଷଧର ସଠିକ୍ ବ୍ୟବହାର କରନ୍ତୁ ।
ରୋଗୀ- ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
ଛାତ୍ରଛାତ୍ରୀ- ବିଦ୍ୱାନ/ଜ୍ଞାନୀ ହେବେ ।
କର୍ମଜୀବି- ପରିଶ୍ରମର ମୂଲ୍ୟ ମିଳିବ ।
ବ୍ୟବସାୟୀ- ଲକ୍ଷ୍ୟସ୍ଥଳକୁ ହାସଲ କରିପାରନ୍ତି ।
ଗୃହିଣୀ- ସଫା ସୁତୁରା କାର୍ଯ୍ୟରେ ବ୍ୟସ୍ତ ରହିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.