ଶୁକ୍ରବାର ରାଶିଫଳ: ଜାଣନ୍ତୁ କିପରି କଟିବ ଆପଣଙ୍କ ଦିନ

Published By : Prameya-News7 Bureau | July 09, 2020 IST

ମେଷ – ଆଜି ଲାଭଭାବସ୍ଥ ଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି କଲେ ମଧ୍ୟ ପାରିବାରିକ ସ୍ଥିତି ଠିକ୍ ରଖିବ ନାହିଁ । କୌଣସି କଥାକୁ ଠିକ୍ ଭାବରେ ନ ବୁଝି ଅଯଥା ବିରକ୍ତି ପ୍ରକାଶ କରିପାରନ୍ତି । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୫ ।
ଚାଷୀ- ଅଧିକା ପାଣିରୁ , ହିନସ୍ତା ହୋଇପାରନ୍ତି ।
ରୋଗୀ- ଚିକିତ୍ସା ପାଇଁ ବିଦେଶ ଯାଇପାରନ୍ତି ।
ଛାତ୍ରଛାତ୍ରୀ- ଚିନ୍ତାଧାରା ଉନ୍ନତ ହେବ ।
କର୍ମଜୀବି- ଜଳଯାତ୍ରା ମନା ।
ବ୍ୟବସାୟୀ- ନୂଆ ଡିଲ୍ ମିଳିବ ।
ଗୃହିଣୀ- ସୁଖଭାରା ଦିନଟି ।

ବୃଷ – ଦ୍ୱାଦଶାଧିପତି ରାଶିସ୍ଥ ହେତୁ ଆପଣଙ୍କୁ ଆକସ୍ମିକ ଭାବରେ ଯାତ୍ରା କରିବାକୁ ପଡିପାରେ । ପଡୋଶୀଙ୍କ ସହ ସମ୍ପର୍କ ମଧୁର ରଖିବା ପାଇଁ ଚେଷ୍ଟା କରି ସଫଳତା ପାଇପାରିବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୯ ।
ଚାଷୀ- ଜମିରୁ ବର୍ଷା ପାଣି ବାହାରିବାର ବ୍ୟବସ୍ଥା କରନ୍ତୁ ।
ରୋଗୀ- ଆର‌୍ୟୁରବେଦୀ ଚିକିତ୍ସା ଲାଭ ଦେବ ।
ଛାତ୍ରଛାତ୍ରୀ- ବଡ ଲୋକଙ୍କ କଥା ଶୁଣିବେ ନାହିଁ ।
କର୍ମଜୀବି- ନୂଆ ଜବ୍ ମିଳିବା କଷ୍ଟ ।
ବ୍ୟବସାୟୀ- ପ୍ରଚୁର ଲାଭ ହେବ ।
ଗୃହିଣୀ- ମାନସିକ ଶାନ୍ତି ପାଇବେ ।

ମିଥୁନ - ପାପଗ୍ରହଯୁକ୍ତ ରାଶି ଶାରୀରିକ ଅସୁସ୍ଥତାର କାରଣ ହୋଇପାରେ । ନୂତନ ଯାନବାହନ କ୍ରୟ କରିବା କିମ୍ବା ଗୃହସଜ୍ଜା ପ୍ରତି ଆଗ୍ରହ ବଢିବ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୩ ।
ଚାଷୀ- ଉତ୍ତମ ଫଳ ପାଇବେ ।
ରୋଗୀ- ଚକ୍ଷୁ ପୀଡା ହେବ ।
ଛାତ୍ରଛାତ୍ରୀ- ମିତ୍ରଙ୍କ ସହଯୋଗ ମିଳିବ ।
କର୍ମଜୀବି- ବିଦେଶରେ ଥିଲେ ଅସୁବିଧା ଦେଖା ଦେବ ।
ବ୍ୟବସାୟୀ- ଦେଶୀ ଜିନିଷ ଅଧିକା ବ୍ରିକ୍ରୀ ହେବ ।
ଗୃହିଣୀ- ଭାଗ୍ୟଶାଳୀ ହେବେ ।

କର୍କଟ – ବ୍ୟୟାଧିପ ସପ୍ତମସ୍ଥ ଯୋଗୁ ବାଣିଜ୍ୟ, ବ୍ୟବସାୟରେ ଶେୟାର ବଜାରରେ ପୁଞ୍ଜିଲଗାଣ ଶୁଭପ୍ରଦ ହେବ । ବନ୍ଧୁମାନଙ୍କ ସହ ଆଳାପ ଆଲୋଚନାରେ ସମୟ କଟାଇବେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୬ ।
ଚାଷୀ- ପୋଖରୀ/ଗାଢିଆ କରି ଜଳ ସଞ୍ଚୟ କରନ୍ତୁ ।
ରୋଗୀ- ଅସାଧ୍ୟ ରୋଗ ରୁ ମୁକ୍ତ ହେବେ ।
ଛାତ୍ରଛାତ୍ରୀ- ବିଜ୍ଞ ହେବେ ।
କର୍ମଜୀବି- କାର୍ଯ୍ୟ ବ୍ୟସ୍ତ ରହିବେ ।
ବ୍ୟବସାୟୀ- ନୂଆ ବ୍ୟବସାୟ କ୍ଷତି ହେବ ।
ଗୃହିଣୀ- ଆଜି ଦିନଟି ଆପଣଙ୍କ ପାଇଁ ଉତ୍ତମ ।

ସିଂହ – କର୍ମାଧିପ ଭାଗ୍ୟସ୍ଥ ଯୋଗୁ ପ୍ରଶଂସା ଓ ପ୍ରୋତ୍ସାହନ ପାଇ ମନୋବଳ ବୃଦ୍ଧି ପାଇବ । ପିଲାମାନଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୭ ।
ଚା ଚାଷୀ- ଉତ୍ତମ ବିହନ, କୃଷି ବିଭାଗରୁ ଆଣନ୍ତୁ ।
ରୋଗୀ-ସତର୍କତାର ଦିନ ।
ଛାତ୍ରଛାତ୍ରୀ- ବହୁ ପରିଶ୍ରମ କରିବାକୁ ପଡିବ ।
କର୍ମଜୀବି- ସମ୍ମାନ ପାଇବେ ।
ବ୍ୟବସାୟୀ- ଚୌର ଭୟ ଅଛି ।
ଗହିଣୀ- ସଦିଚ୍ଛା ଭାବ ରହିବ ।

କନ୍ୟା – ଶୁକ୍ରଙ୍କ ଶୁଭ ସଂସ୍ଥାନରୁ ପ୍ରତ୍ୟେକ କ୍ଷେତ୍ରରେ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିବେ । ବିଭିନ୍ନ ସମସ୍ୟା ମଧ୍ୟରେ ଉନ୍ନୟନମୂଳକ କାମ ବାଧାପ୍ରାପ୍ତ ହେବ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୧ ।
ଚାଷୀ- ଉତ୍ତମ ଫଳ ପାଇବେ ।
ରୋଗୀ-ସତର୍କତାର ଦିନ ।
ଛାତ୍ରଛାତ୍ରୀ- ପାଠପଢାରେ ମନ ଦେବେ ।
କର୍ମଜୀବି- କାର୍ଯ୍ୟରେ ସଫଳ ହେବେ ।
ବ୍ୟବସାୟୀ- ନୂଆ ବ୍ୟବସାୟ କ୍ଷତି ହେବ ।
ଗୃହିଣୀ- ଧାର୍ମିକ ହେବେ ।

ତୁଳା – ଆଜିର ଫେରନ୍ତା ବାଟରେ ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ । ଉପର ଅଧିକାରୀଙ୍କ ସମ୍ମୁଖରେ ନିଜର ମନର ଭାବକୁ ପ୍ରକାଶ କରିବେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୪ ।
ଚାଷୀ- ଗୋବର କ୍ଷତର ବ୍ୟବହାର କରିବା ଉଚିତ୍ ।(ପରୀକ୍ଷିତ)
ରୋଗୀ- ବ୍ୟାୟାମ୍ କରିବା ଉଚିତ୍ ।
ଛାତ୍ରଛାତ୍ରୀ- ବିଦ୍ୟା ପ୍ରତି ଆଗ୍ରହୀ ହେବେ ।
କର୍ମଜୀବି- ସମ୍ମାନ ପାଇବେ ।
ବ୍ୟବସାୟୀ- ବାହାରେ ବ୍ୟବସାୟ କରିବା କଷ୍ଟ ହେବ ।
ଗୃହିଣୀ- ସ୍ୱାଭିମାନୀ ହେବେ ।

ବିଛା – ଚନ୍ଦ୍ରଙ୍କ ପ୍ରଭାବରୁ ପାରିବାରିକ କ୍ଷେତ୍ରରେ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ସମର୍ଥ ହେବେ । କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୬ ।
ଚାଷୀ- ପୋଖରୀ/ଗାଢିଆ କରି ଜଳ ସଞ୍ଚୟ କରନ୍ତୁ ।
ରୋଗୀ- ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ ।
ଛାତ୍ରଛାତ୍ରୀ- ସାଠରେ ମନ ଦେବେ ।
କର୍ମଜୀବି- ଉନ୍ନତିର ମାର୍ଗ ମିଳିବ ।
ଗୃହିଣୀ- ପିଲାମାନଙ୍କ ପ୍ରତି ଚିନ୍ତାରେ ରହିବେ ।
ବ୍ୟବସାୟୀ- ଧର୍ଯ୍ୟ ହାରା ହୋଇପାରନ୍ତି ।

ଧନୁ – ବନ୍ଧୁମାନଙ୍କ ନିମନ୍ତ୍ରଣ କ୍ରମେ ଆକସ୍ମିକ ଭାବରେ ଆମୋଦ-ପ୍ରମୋଦର ମଉକା ଜୁଟିବ । ମଙ୍ଗଳ ଜନିତ ପାଖ ପଡୋଶୀଙ୍କ ସହ-ଯୋଗରୁ ପାରିବାରିକ ସମସ୍ୟାର ସମାଧାନ ଘଟିବ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୧ ।
ରୋଗୀ- ସାମାନ୍ୟ ସୁସ୍ଥ ଅନୁଭବ କରିବେ ।
ଛାତ୍ରଛାତ୍ରୀ- ଅନ୍‌ଲାଇନ୍ ବିଦ୍ୟା ଆରୋହଣ କରିବେ ।
କର୍ମଜୀବି- ସହଯୋଗ ମିଳିବ ।
ବ୍ୟବସାୟୀ- ବିଜୟୀ ହେବେ ।
ଗୃହିଣୀ- ପୂଜା ପାଠରେ ବ୍ୟସ୍ତ ରହିବେ ।
ଚାଷୀ- ଜଳବାୟୁ ବିଭାଗ ସହ ଯୋଗା ଯୋଗ ରଖନ୍ତୁ ।

ମକର – ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କ ଉଦ୍ୟମ ବିଫଳ ହେବ ନାହିଁ । କୌଣସି ମୂଲ୍ୟବାନ ଜିନିଷ ପରକୁ ଦେଇ ଅପଦସ୍ଥ ହୋଇପାରନ୍ତି । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୮ ।
ଚାଷୀ- ଜଳବାୟୁ ପ୍ରତି ସତର୍କ ରୁହନ୍ତୁ ।
ରୋଗୀ- ଅସାଧ୍ୟ ରୋଗରେ ପୀଡିତ ହେବେ ।
ଛାତ୍ରଛାତ୍ରୀ- ୨ ବର୍ଷ ପାଠପଢାରେ ସମସ୍ୟା ରହିବ ।
କର୍ମଜୀବି- କର୍ମଚଞ୍ଚଳ ରହିବେ ।
ବ୍ୟବସାୟୀ- ଲୋକପ୍ରିୟତା ମିଳିବ ।
ଗୃହିଣୀ- ମିତ୍ର ସୁଖ ପାଇବେ ।

କୁମ୍ଭ - ଚତୁର୍ଥସ୍ଥ ଶୁକ୍ର ଜନିତ ବନ୍ଧୁମାନଙ୍କ ସହାୟତାରେ ବଜେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ । ବ୍ୟବସାୟକୁ ଆଗକୁ ବଢାଇବା ପାଇଁ କୌଣସି ରିସ୍କ ପଦକ୍ଷେପ ଗ୍ରହଣ କରିବେ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୮ ।
ଚାଷୀ- ଉତ୍ତମ ବିହନ, କୃଷି ବିଭାଗରୁ ଆଣନ୍ତୁ ।
ରୋଗୀ- ୟୋଗା କରନ୍ତୁ ।
ଛାତ୍ରଛାତ୍ରୀ- ବ୍ୟାୟାମ୍ କରନ୍ତୁ ।
କର୍ମଜୀବି- କରତ୍‌କର୍ମା ହେବେ ।
ବ୍ୟବସାୟୀ- ପ୍ରଚୁର ଲାଭ ହେବ ।
ଗୃହିଣୀ- ସୌଭାଗ୍ୟ ପ୍ରାପ୍ତ ହେବ ।

ମୀନ - ପରିସ୍ଥିତି ବିଡମ୍ବନା କାରଣରୁ ପାରିବାରିକ କ୍ଷେତ୍ରରେ ସବୁ ଜାଣିଶୁଣି ନୀରବତା ଅବଲମ୍ବନ କରିବେ । ବାରମ୍ବାର ଅସଫଳ ହେବା କାରଣରୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୫ ।
ଚାଷୀ- ଅଧିକା ବର୍ଷା ହେତୁ , ହତାସ ହୋଇପାରନ୍ତି ।
ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ ।
ଛାତ୍ରଛାତ୍ରୀ- ଚିନ୍ତାଧାରା ଉନ୍ନତ ହେବ ।
କର୍ମଜୀବି- ଜଳଯାତ୍ରା ମନା ।
ବ୍ୟବସାୟୀ- ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ ।
ଗୃହିଣୀ- ସଜାସଜିରେ ବ୍ୟସ୍ତ ରହିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.