ଶୁକ୍ରବାର ଏହି ରାଶିର ବ୍ୟକ୍ତିଙ୍କୁ ମିଳିବ ଶୁଭ ଖବର- ଜାଣନ୍ତୁ ସମ୍ପୂର୍ଣ୍ଣ ରାଶିଫଳ

Published By : Prameya-News7 Bureau | March 05, 2020 IST

ମେଷ – ସମସ୍ତଙ୍କର ପ୍ରିୟଭାଜନ ହେବେ । ଚିନ୍ତାଧାରା ସକ୍ରିୟ ହେବ । ବ୍ୟବସାୟରେ ପୁଞ୍ଜୀ ନିବେଶ ପାଇଁ ଭଲ ଦିନ । ମାନସିକ ସଂକଳ୍ପ, ଦୃଢତା ଓ ଧୈର୍ଯ୍ୟକୁ ଆଧାର କରି ଅଗ୍ରଗତି କରିବେ । ପୂର୍ବାପେକ୍ଷା କାର୍ଯ୍ୟମାନ ଶୃଙ୍ଖଳିତ ହେବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୪ ।


ବୃଷ – ଭାତୃ ବର୍ଗରୁ ଅଶାନ୍ତି ଆସିପାରେ । ସମସ୍ୟା ମଧ୍ୟରେ କେତେ ଶାନ୍ତି ପାଇବେ ତାହା ନିଜ ଉପରେ ନିର୍ଭର କରୁଛି । ପଶୁ ସମ୍ପଦ ଲାଭ,ଗୃହରେ ମଙ୍ଗଳ ଅନୁଷ୍ଠାନ, ଲୋକ କଲ୍ୟାଣ କାର୍ଯ୍ୟ ସମ୍ପାଦନ ଓ ଦୂରଯାତ୍ରା ଶୁଭଙ୍କର ହେବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୬ ।


ମିଥୁନ - କଲ୍ୟାଣ ଚନ୍ଦ୍ର ଭୋଗ ହେତୁ ଦିନଟି ଶୁଭକାରକ ହେବ । ବସ୍ତ୍ର ଅଳଙ୍କାର ପାଇବେ । ଯାନବାହନ ସୁଖ, କର୍ମ କ୍ଷେତ୍ରରେ ନେତୃତ୍ୱ ଗ୍ରହଣ, ଉଦ୍ୟମ ସଫଳ ଓ ପରିବାରରେ ପାରସ୍ପାରିକ ସହଯୋଗ ଓ ସଦିଚ୍ଛା ଲାଭ କରିବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୨ ।


କର୍କଟ – ବ୍ୟୟ ପାଇଁ ବ୍ୟସ୍ତତା ବଢିବ । ମନ ଅସ୍ଥିର ରହିବ । ସ୍ଥିର ନିଷ୍ପତ୍ତି ନେବା କଷ୍ଟକର ହେବା ସ୍ୱାଭାବିକ । ପ୍ରତ୍ୟେକ ପରିସ୍ଥିତି ଯଥାର୍ଥ ଅନୁଶୀଳନ ଆବଶ୍ୟକ । ଦେହ ସୁସ୍ଥ ରହିବ । ବନ୍ଧୁ ବାନ୍ଧବରୁ ସହଯୋଗ ମିଳିବ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୫ ।


ସିଂହ – ଦିନଟି ବିଶେଷ କେତୋଟି ଦିଗରୁ ଶୁଭ ଫଳ ଦାୟକ ହେବ । ପରିସ୍ଥିତି ଅନୁସାରେ କାର୍ଯ୍ୟପନ୍ଥା ଗ୍ରହଣ କରିବେ । ପରିବାରରେ ହସଖୁସି ମିଳିବ । ଶତ୍ରୁମାନେ ପରାଜିତ ହେବେ । ଦୂର ଯାତ୍ରା ସଫଳ ହେବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୭ ।


କନ୍ୟା – ସାରାଦିନ ଘାତଚନ୍ଦ୍ର ଭୋଗ ହେବ । ଦୂର ଯାତ୍ରା, ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ବିଫଳ ହୋଇପାରନ୍ତି । ପାରିବାରିକ ସହଜ ବୁଝାମଣା ମିଳିବ ନାହିଁ । ଅର୍ଥ କ୍ଷୟ, ଦ୍ରବ୍ୟ ନଷ୍ଟ ହୋଇପାରେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୯ ।


ତୁଳା – ଧର୍ମ କର୍ମରେ ନିଷ୍ଠା କମ୍ ହୋଇପାରେ । କାର୍ଯ୍ୟ ବ୍ୟବସ୍ଥା ବଢିବା ହେତୁ ବିଶ୍ରାମ ନ ମିଳିପାରେ । ବସ୍ତ୍ର ଆଭୂଷଣ ପାଇବେ । ବନ୍ଧୁ ପରିଜନରୁ ସହ ଯୋଗ ମିଳିବ । ଆୟ ଯୋଗ ଉତ୍ତମ ଅଛି । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ୫ ।


ବିଛା – କର୍ମ କ୍ଷେତ୍ରରେ ପଦୋନ୍ନତି କିମ୍ବା ନୂତନ ନିଯୁକ୍ତିରେ ବିଳମ୍ବ ଘଟିବ । ଉଚ୍ଚ ବର୍ଗରୁ ସମ୍ପର୍କରେ କିଛି ସୁଧାର ଆସିବ । ଦୂର ଯାତ୍ରାରେ ପ୍ରତିବନ୍ଧକ, ନିକଟ ସମ୍ପର୍କୀୟଙ୍କ ବିରୋଧ, ଅଧିକ ଅର୍ଥ ବ୍ୟୟ କରି କାମ କରିବେ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୧ ।


ଧନୁ – ସ୍ଥିର ବିଚାରରେ କାର୍ଯ୍ୟ ସାଧନ କରିବେ । ଅର୍ଥାଗମ ଓ ସଞ୍ଚୟ ଉଭୟ ହେବ । ପରିବାରରେ ହସଖୁସି କମିବାର ନାହିଁ । ପିତ୍ତର ଆଧିକ୍ୟ ହେତୁ ସାମୟିକ ସ୍ୱାସ୍ଥ୍ୟ ସମସ୍ୟା ଆସିପାରେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୭ ।


ମକର – ମାନସିକ ଦୁର୍ବଳତାରୁ ମୁକ୍ତି ପାଇବା କଷ୍ଟକର ହେବ । ଧ୍ୟାନ ଧାରଣା ଉପରେ ଗୁରୁତ୍ୱାରୋପ କରିବେ । ଲକ୍ଷ୍ୟ ପୂରଣ ହେବାରେ ବିଳମ୍ବ ଅଛି । ଗୃହ ନିର୍ମାଣାଦି କର୍ମରେ ଅଗ୍ରଗତି ଘଟିପାରେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୨ ।


କୁମ୍ଭ - ବିଚାର ବୁଦ୍ଧି ପ୍ରୟୋଗରେ ସବୁର ସହଜ ସମାଧାନ କରିପାରିବେ । ଉଚ୍ଚ ବର୍ଗରୁ ଅନୁଗ୍ରହ ତଥା ସହଯୋଗ ପାଇବେ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । କର୍ମ କ୍ଷେତ୍ରରେ ପ୍ରତିଷ୍ଠା ମିଳିବ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୬ ।


ମୀନ - କଥା ଓ କାର୍ଯ୍ୟରେ ତାଳମେଳ ରହିବା ଆବଶ୍ୟକ । ବ୍ୟବସାୟିକ ପ୍ରତିଷ୍ଠାରେ ପରିଚାଳନା ଗତ ସମସ୍ୟା ଆସିପାରେ । କୁଟୁମ୍ବ ସୁଖ ମିଳିବ । ପୂଜା ଉପାସନା ଦିଗ ପ୍ରତି ଧ୍ୟାନଶୀଳ ହେବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୮ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.