ଆସନ୍ତା କାଲି ପ୍ରତ୍ୟେକ ରାଶିର ଶୁଭ ରଙ୍ଗ ଓ ଅଙ୍କ, ଏପରି ରହିବ ରାଶିଫଳ

Published By : Prameya-News7 Bureau | November 07, 2019 IST

ମେଷ -ନିଜକାର୍ଯ୍ୟକୁ ପଛରେ ପକାଇ ଅନ୍ୟ ପାଇଁ କାର୍ଯ୍ୟ କରିପାରନ୍ତି । ସ୍ୱଳ୍ପ ଆୟହେବାର ସୂଚନା ମିଳୁଛି। ଅସୁସ୍ଥ ରହିବେ। ଯଶସ୍ୱୀ ହେବେ। ସରକାରୀ ସ୍ତରରେ ସମ୍ମାନିତ ହୋଇପାରନ୍ତି। ଶୁଭ ରଙ୍ଗ ପିଙ୍କ୍।ଶୁଭ ଅଙ୍କ ୪।

{"id":180630,"width":523,"height":390}

ବୃଷ– ଧନଲାଭର ସୂଚନା ମିଳୁଛି।କର୍ମଚଞ୍ଚଳ ହେବେ।କୁଳଦୀପକ ହୋଇପାରନ୍ତି। ମନ ପ୍ରସନ୍ନରହିବ।ବ୍ୟବସାୟ ଲାଭଜନକ ହେବ। ଯଶ ଅର୍ଜନ କରିପାରନ୍ତି। ଶୁଭ ରଙ୍ଗ ଧଳା।ଶୁଭ ଅଙ୍କ ୭।

ମିଥୁନ - ବିବାଦୀୟ ଘଟଣାରେ ବିଜୟୀ ହେବେ।ଭାଗ୍ୟଶାଳୀ ହୋଇପାରନ୍ତି । ଦିନଟି ଭୋଗ-ବିଳାସରେ ଅତିବାହିତ ହେବ। ସୁଖ ସମୃଦ୍ଧି ପୂର୍ଣ୍ଣ ଜୀବନ ଯାପନ କରିପାରନ୍ତି।ଶୁଭ ରଙ୍ଗ ଗ୍ରୀନ୍।ଶୁଭ ଅଙ୍କ ୧।

କର୍କଟ–କାର୍ଯ୍ୟରେ ଆଂଶିକ ସଫଳତା ମିଳିବ।ଶାରିରୀକ ଅସୁସ୍ଥତା ଅନୁଭବ କରିପାରନ୍ତି । ସ୍ୱାଭିମାନୀ ହେବେ। ସହ-ଯୋଗୀ ବ୍ୟବସାୟ କ୍ଷତି କାରକ ହେବ। ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ରହିବେ।ଶୁଭ ରଙ୍ଗ ଧୂସର।ଶୁଭ ଅଙ୍କ ୮।

{"id":180632}

ସିଂହ –ମିତ୍ର ସାନ୍ନିଧ୍ୟ ମିଳିବ।ବ୍ୟବସାୟ ଲାଭଜନକ ହେବ । ସମାଜ ସେବାରେ ନିଜକୁ ନିୟୋଜିତ କରିପାରନ୍ତି । ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ।ବିବାହ ପ୍ରସ୍ତାବ ଆସିପାରେ । ଶୁଭ ରଙ୍ଗ ଧଳା।ଶୁଭ ଅଙ୍କ ୨।

କନ୍ୟା –ବୁଦ୍ଧି ପ୍ରୟୋଗ କରି ଲାଭବାନ୍‌ ହେବେ। ଆତ୍ମବଡିମା ଦେଖାଇ ପାରନ୍ତି । ଭାଇମାନଙ୍କ ପ୍ରତି ସ୍ନେହ ଭାବ ରହିବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ଶକ୍ତିବାନ୍‌ ହେବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୬।

ତୁଳା– ମନ ପ୍ରଫୁଲ୍ଲ ରହିବ। ପର ଚର୍ଚ୍ଚା କରିପାରନ୍ତି । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଆକସ୍ମିକ ଧନଲାଭ ହୋଇପାରେ । ଲଟେରି ଉଠାଣ ଫଳ ଆପଣଙ୍କ ସପକ୍ଷରେ ଯାଇପାରେ । ଶୁଭରଙ୍ଗ ମେରୁନ୍।ଶୁଭ ଅଙ୍କ ୯।

{"id":180634}

ବିଛା– ଯାତ୍ରାଦିରେ ସଫଳ ହେବାସହ ଦାନ ଶୀଳ ହେବେ । ଉଦାର ପ୍ରକୃତିର ହୋଇପାରନ୍ତି।ଉତ୍ତମ ବ୍ୟକ୍ତିତ୍ୱ ସମ୍ପନ୍ନ ହୋଇପାରନ୍ତି।ସ୍ୱାସ୍ଥ୍ୟ ଅତୁଟରହିବ ।ଶୁଭରଙ୍ଗ ୟେଲୋ।ଶୁଭ ଅଙ୍କ ୪।

ଧନୁ – ପରୋପକାରୀ ଓ ଆସ୍ତିକ ପ୍ରକୃତିର ହେବେ। ମଧୁରଭାଷୀ ହୋଇପାରନ୍ତି। ମନ ପ୍ରସନ୍ନ ରହିବ । ସ୍ୱାସ୍ଥ୍ୟ ଖରାପ ହୋଇପାରେ । ସାନଭାଇମାନଙ୍କ ଠାରୁ ଆଦର,ସମ୍ମାନ ମିଳିବ।ଶୁଭରଙ୍ଗମେରୁନ୍।ଶୁଭ ଅଙ୍କ ୧।

ମକର– ପରିବାରରେ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇପାରେ। ନିର୍ଭରଶୀଳ ହୋଇପାରନ୍ତି । ଭାଗ୍ୟଶାଳୀ ହେବେ।ମିତ୍ରମାନେ ଧୋକା ଦେଇପାରନ୍ତି । ବିଦ୍ୟାର୍ଥୀମାନେ ଶିକ୍ଷା ପାଇଁ ଦୂର ଯାତ୍ରା କରିବେ। ଶୁଭରଙ୍ଗ ନୀଳ।ଶୁଭ ଅଙ୍କ ୭।

କୁମ୍ଭ -ଉତ୍ସବାଦିରେ ଯୋଗ ଦେଇ ଖୁସି ହୋଇପାରନ୍ତି । ଶ୍ରୀଚନ୍ଦ୍ରଭୋଗ ହେଉଥିବାରୁ ରୁଚିକର ଭୋଜନରେ ଆପ୍ୟାୟିତ ହେବେ । ମାଲି ମୋକଦ୍ଦମାରେ ଜିଣିବେ ଓ ଧନଲାଭହେବ।ଶୁଭରଙ୍ଗ ୟେଲୋ ।ଶୁଭ ଅଙ୍କ ୫।

{"id":180635}

ମୀନ - ଇଚ୍ଛା ବିରୁଦ୍ଧରେ କାର୍ଯ୍ୟ କରିବାକୁ ବାଧ୍ୟ ହେବେ । ଚଞ୍ଚଳ ସ୍ୱଭାବର ହୋଇପାରନ୍ତି । ସାମୟିକ ଭାବେ ଏକାନ୍ତରେ ସମୟ ବିତାଇ ପାରନ୍ତି। ମଧୁର କଥାରେ ପରକୁ ଆପଣାର କରି ପାରନ୍ତି।ଶୁଭରଙ୍ଗ ନୀଳ।ଶୁଭ ଅଙ୍କ ୩।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.