ଶୁକ୍ରବାରର ରାଶିଫଳ- ଜାଣନ୍ତୁ ରାଶିର ଶୁଭ ରଙ୍ଗ ଓ ଅଙ୍କ ବିଷୟରେ

Published By : Prameya-News7 Bureau | October 17, 2019 IST

ମେଷ– ଆର୍ଥିକ ସହାୟତା ମିଳିବାର ସୁଯୋଗ ଅଛି।ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ଐଶ୍ୱର୍ଯ୍ୟଯୁକ୍ତ ହେବେ । ମୋକଦ୍ଦମାରେ ଜିଣିବେ। ଧନଲାଭ ହେବ । ଶୁଭରଙ୍ଗ ଧଳା । ଶୁଭଅଙ୍କ ୫।
ବୃଷ– ଅନ୍ୟାୟର ପ୍ରତିରୋଧ କରିପାରନ୍ତି । ଗତିରୋଧର ସମ୍ମୁଖୀନ ହୋଇପାରନ୍ତି । ଖର୍ଚ୍ଚାନ୍ତ ଓ ଚଞ୍ଚଳ ସ୍ୱଭାବର ହେବେ। ଥଣ୍ଡା-କଫ ଜନିତ ସାମାନ୍ୟ ପୀଡା ଅନୁଭବ କରିପାରନ୍ତି। ଶୁଭରଙ୍ଗ ଧୂସର।ଶୁଭ ଅଙ୍କ ୧।
ମିଥୁନ - ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ଯେ କୌଣସି ସୂତ୍ରରୁ ଆୟବୃଦ୍ଧି ହେବ। ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିବେ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ଶୁଭ ରଙ୍ଗ କ୍ରୀମ୍‍।ଶୁଭ ଅଙ୍କ ୪।
କର୍କଟ–ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । କାର୍ଯ୍ୟରେ ସଫଳତା ଲାଭ କରିବେ ।ବଂଶ ମର୍ଯ୍ୟାଦାକୁ ଆଲୋକିତ କରିବେ । ମନ ପ୍ରସନ୍ନ ରହିବ । ଦୟାଳୁ ସ୍ୱଭାବର ହେବେ । ଶୁଭରଙ୍ଗ ମେରୁନ୍‍ । ଶୁଭ ଅଙ୍କ ୭।
ସିଂହ – ପରାମର୍ଶ ନେଇ କାର୍ଯ୍ୟକଲେ ସଫଳତା ମିଳିବ । ଭାଗ୍ୟଶାଳୀ ହୋଇପାରନ୍ତି । ଭୋଗବିଳାସ କରିପାରନ୍ତି। ସୁଖ-ସମୃଦ୍ଧିର ମୂଳଦୁଆ ପକାଇବେ । ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ୱାନ୍‍, ସାହସୀ ଓ ସମ୍ପତ୍ତିବାନ୍‍ ହେବା ଆଶା କରାଯାଏ ।ଶୁଭ ରଙ୍ଗ ବ୍ରାଉନ୍‍।ଶୁଭ ଅଙ୍କ ୩।
କନ୍ୟା –ବୃଥା କାର୍ଯ୍ୟରେ ସମୟ ବିତାଇ ପାରନ୍ତି। ସ୍ୱାଭିମାନୀ ହେବେ । ଶାରିରୀକ ଦୁର୍ବଳତା ଅନୁଭବ କରିପାରନ୍ତି । ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ପରଧନରେ ଧନୀ ହୋଇପାରନ୍ତି । ଶୁଭରଙ୍ଗ କ୍ରୀମ୍‍।ଶୁଭ ଅଙ୍କ ୯।
ତୁଳା–ବାଞ୍ଚିତ ଘଟଣାମାନ ଘଟିବ। ବ୍ୟବସାୟ ଲାଭଜନକ ହେବ ।ସାମାଜିକ କ୍ଷେତ୍ରରେ ସେବାକୁ ଆଦରିନେଇ ପାରନ୍ତି। ମନରେ ଅହଂଭାବ ଆସିପାରେ ।ଶାନ୍ତି ଓ ଧୈର୍ଯ୍ୟବାନ୍ ହୋଇପାରନ୍ତି । ଶୁଭରଙ୍ଗଲାଲ୍‍।ଶୁଭ ଅଙ୍କ ୩।
ବିଛା–ଶତ୍ରୁମାନେ ଅସୁବିଧାରେ ପକାଇବାକୁ ଚେଷ୍ଟା କରି ବିଫଳହେବେ । ଚକ୍ଷୁରେ ପୀଡା ଅନୁଭବ କରିପାରନ୍ତି । ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ଶତ୍ରୁ ଦମନ କରି ଆଶ୍ୱସ୍ତ ହେବେ।ଶୁଭରଙ୍ଗ ଧଳା।ଶୁଭ ଅଙ୍କ ୧।
ଧନୁ –ମୂଲ୍ୟବାନ୍‍ ଦ୍ରବ୍ୟଲାଭ ହୋଇପାରେ। ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ। କନ୍ୟା ସନ୍ତାନ ଦ୍ୱାରା ଉପକୃତ ହେବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି । ବ୍ୟବସାୟରୁ ପ୍ରଚୁର ଧନ ଲାଭ ହୋଇପାରେ । ଶୁଭରଙ୍ଗ ଆକଶୀ। ଶୁଭଅଙ୍କ ୮।
ମକର– ଆୟ ତୁଳନାରେ ବ୍ୟୟ ଅଧିକ ହୋଇପାରେ । ବାଦ-ବିବାଦରେ ସମ୍ମୁଖୀନ ହୋଇପାରନ୍ତି। ଉଦାର ପ୍ରକୃତିର ହେବେ। ଦାନଶୀଳ ଓ ବ୍ୟକ୍ତିତ୍ୱ ସମ୍ପନ୍ନ ହୋଇପାରନ୍ତି। ଶୁଭରଙ୍ଗ ନାରଙ୍ଗୀ ।ଶୁଭ ଅଙ୍କ ୫।
କୁମ୍ଭ -ଚିନ୍ତା ଦୂରେଇ ଯିବ। ମନୋବଳ ଦୃଢରହିବ। ପ୍ରସନ୍ନଚିତ୍ତ ହୋଇପାରନ୍ତି। ଆସ୍ତିକ ସ୍ୱଭାବର ହେବେ। ମୃଦୁଭାଷୀ ହୋଇପାରନ୍ତି। ଥଣ୍ଡା-କଫ ଜନିତ ସମସ୍ୟା ଦୂରହେବ। ଶୁଭରଙ୍ଗ ଧଳା।ଶୁଭ ଅଙ୍କ ୧।
ମୀନ - ଧନ-ସମ୍ପଦ ବୃଦ୍ଧିହେବ। ଭାଗ୍ୟଶାଳୀ ହେବେ।ବ୍ୟକ୍ତିତ୍ୱ ପରାକାଷ୍ଠା ପ୍ରତିପାଦନ କରିପାରନ୍ତି।ଶାନ୍ତିପ୍ରିୟ ଓ ଉଦାର ବିଦ୍ୟା ପ୍ରେମୀ ହେବେ। ମିତ୍ର ସୁଖ ଲାଭ କରିପାରନ୍ତି । ଶୁଭରଙ୍ଗ ୟେଲୋ।ଶୁଭ ଅଙ୍କ ୩।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.