Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ
  • ||
  • ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌
  • ||
  • ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ…
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||
  • ୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ
  • ||
  • କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ
  • ||
  • ୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି
  • ||
  • ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା
  • ||
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||

ଶୁକ୍ରବାର ରାଶିଫଳ: ଜାଣନ୍ତୁ କିପରି କଟିବ ଆପଣଙ୍କ ଦିନ

25/06/2020 at 5:59 PM

ମେଷ – ଉଦାର ସ୍ୱଭାବର ହୋଇପାରନ୍ତି । ଦାନ-ଧର୍ମରେ ନିଜକୁ ନିୟୋଜିତ କରିପାରନ୍ତି । ଆଦର୍ଶ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ । କୃଷିକ୍ଷେତ୍ରକୁ ରକ୍ଷା କରିବାର ପ୍ରୟାସ ଜାରି ରଖିବେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୩ ।
ଗୃହିଣୀ- ସୁଖଭାରା ଦିନଟି ।
ବ୍ୟବସାୟୀ- ସ୍ୱାଭିମାନୀ ହେବେ ।
କର୍ମଜୀବି- ପ୍ରମୋସନ୍ ମିଳିବ ।
ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯାତ୍ରା କରିପାରନ୍ତି ।
ରୋଗୀ- ଅସାଧ୍ୟ ରୋଗରେ ପୀଡିତ ହେବେ ।
ଚାଷୀ- ଜଳ ସଞ୍ଚୟ କରନ୍ତୁ ।

ବୃଷ – ମନ ପ୍ରସନ୍ନ ରହିବ । ଧର୍ମପରାୟଣ ହେବେ । ମଧୁରଭାଷୀ ହୋଇପାରନ୍ତି । ପ୍ରେମୀ ଓ ସାହସୀ ହେବେ । ଭ୍ରାତୃଭାବ ଅତୁଟ ରହିବ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୬ ।
ଚାଷୀ- ଉତ୍ତମ ବିହନ, କୃଷି ବିଭାଗରୁ ଆଣନ୍ତୁ ।
ରୋଗୀ- ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ ।
ଛାତ୍ରଛାତ୍ରୀ- ବିଜ୍ଞ ହେବେ ।
କର୍ମଜୀବି- ଉନ୍ନତିର ମାର୍ଗ ମିଳିବ ।
ବ୍ୟବସାୟୀ- ନୂଆ ବ୍ୟବସାୟ କ୍ଷତି ହେବ ।
ଗୃହିଣୀ- ଧାର୍ମିକ ହେବେ ।

ମିଥୁନ – ଭାଗ୍ୟଶାଳୀ ହୋଇପାରନ୍ତି । ଉତ୍ତମ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ । ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୯ ।
ଚାଷୀ- ପୋଖରୀ/ଗାଢିଆ କରି ଜଳ ସଞ୍ଚୟ କରନ୍ତୁ ।
ରୋଗୀ- ସୁସ୍ଥ ଅନୁଭବ କରିବେ ।
ଛାତ୍ରଛାତ୍ରୀ- ବିଦ୍ୱାନ୍ ହେବେ ।
କର୍ମଜୀବି- କାର୍ଯ୍ୟରେ ସଫଳ ହେବେ ।
ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।
ଗୃହିଣୀ- ସୌଭାଗ୍ୟ ପ୍ରାପ୍ତ ହେବ ।

କର୍କଟ – ଆୟ ବୃଦ୍ଧିର ସୂଚନା ମିଳୁଛି । ପରିବାର ଓ ଆତ୍ମୀୟସ୍ୱଜନଙ୍କ କଲ୍ୟାଣ ଭାଜନ ହେବେ । ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି । ବ୍ୟବସାୟ ପାଇଁ ଉଦ୍ୟମ ଚଳାଇ ପାରନ୍ତି । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୨ ।
ଚାଷୀ- କୀଟ ନାଶକର ସଠିକ୍ ସମୟରେ ବ୍ୟବହାର କରନ୍ତୁ ।
ରୋଗୀ- ଡାକ୍ତରଙ୍କ ପରାମର୍ଶରେ ହିଁ ମେଡିସିନ୍ ଖାଆନ୍ତୁ ।
ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ଆବଶ୍ୟକ ।
କର୍ମଜୀବି- କାର୍ଯ୍ୟରେ ସଫଳ ହେବେ ।
ବ୍ୟବସାୟୀ- ଅର୍ଥ ଲାଭ ହେବ ।
ଗୃହିଣୀ- ଘର କାମରେ ବ୍ୟସ୍ତ ରହିବେ ।

ସିଂହ – ସୁଖ-ସମ୍ମାନ ଲାଭ କରିପାରନ୍ତି । ଶୁଭ କର୍ମରେ ଉତ୍ସାହିତ ହୋଇ ଅଧିକ ଅର୍ଥ ବ୍ୟୟ କରିବେ । କର୍ମଚଞ୍ଚଳ ରହିବେ । ଏକାନ୍ତ ପ୍ରିୟ ଓ ମଧୁରଭାଷୀ ହେବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୪ ।
ଚାଷୀ- ପୋଖରୀ/ଗାଢିଆ କରି ଜଳ ସଞ୍ଚୟ କରନ୍ତୁ ।
ରୋଗୀ- ବ୍ୟାୟାମ୍ କରିବା ଉଚିତ୍ ।
ଛାତ୍ରଛାତ୍ରୀ- ପାଠପଢାରେ ମନ ଦେବେ ।
କର୍ମଜୀବି- ପ୍ରଶଂସିତ ହେବେ ।
ବ୍ୟବସାୟୀ- ନୂଆ ବ୍ୟବସାୟ କ୍ଷତି ହେବ ।
ଗୃହିଣୀ- ସୁଖ ଅନୁଭବ କରିବେ ।

କନ୍ୟା – କାର୍ଯ୍ୟରେ ସଫଳତା ଲାଭ କରିବେ । ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ । ଲୋକପ୍ରିୟତା ଅର୍ଜନ କରିପାରନ୍ତି । କର୍ମ ଚଞ୍ଚଳ ରହିବେ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୫ ।
ଗହିଣୀ- ସଦିଚ୍ଛା ଭାବ ରହିବ ।
ବ୍ୟବସାୟୀ- ସଦ୍‌ବ୍ୟବହାର କରନ୍ତୁ ।
କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।
ଛାତ୍ରଛାତ୍ରୀ- ବ୍ୟାୟାମ୍ କରନ୍ତୁ ।
ରୋଗୀ- ସୁସ୍ଥ ଅନୁଭବ କରିବେ ।
ଚାଷୀ- ଶ୍ରମ ସାର୍ଥକ ହେବ ।

ତୁଳା – କାର୍ଯ୍ୟରେ ସଫଳତା ହାସଲ କରିବେ । ମନ ପ୍ରସନ୍ନ ରହିବ । କୁଳର ଆଲୋକ ବର୍ତ୍ତିକା ହୋଇପାରନ୍ତି । ଦୟାଳୁ ସ୍ୱଭାବର ହେବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୮ ।
ଚାଷୀ- ଚାଷ କାର୍ଯ୍ୟରେ ଉନ୍ନତି ପରିଲକ୍ଷିତ ହେବ ।
ରୋଗୀ- ଡାକ୍ତରୀ ପରୀକ୍ଷା କରାଇ ନିଅନ୍ତୁ ।
ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।
କର୍ମଜୀବି- ସମ୍ମାନିତ ହେବେ ।
ବ୍ୟବସାୟୀ- ଅର୍ଥ ଲାଭ ହେବ ।
ଗୃହିଣୀ- ସୌଭାଗ୍ୟ ପ୍ରାପ୍ତ ହେବ ।

ବିଛା – କାର୍ଯ୍ୟରେ ସଫଳତା ଲାଭ କରିବେ , ମାତ୍ର ବିଳମ୍ବରେ । ଆୟ ଆଶାନୁରୁପ ହେବ । ଭାଗ୍ୟଶାଳୀ ହୋଇପାରନ୍ତି । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୧ ।
ଚାଷୀ- ଜଳବାୟୁ ବିଭାଗ ସହ ଯୋଗା ଯୋଗ ରଖନ୍ତୁ ।
ରୋଗୀ- ବ୍ୟାୟାମ୍ କରିବା ଉଚିତ୍ ।
ଛାତ୍ରଛାତ୍ରୀ- ବ୍ୟାୟାମ୍ କରନ୍ତୁ ।
କର୍ମଜୀବି- କାର୍ଯ୍ୟ କରି ପ୍ରଶଂସିତ ହେବେ ।
ବ୍ୟବସାୟୀ- ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ ।
ଗୃହିଣୀ- ଧର୍ମ କାର୍ଯ୍ୟରେ ବ୍ୟସ୍ତ ରହିବେ ।

ଧନୁ – କର୍ମତତ୍ପରତା ପ୍ରକାଶ ପାଇବ । ସ୍ୱାଭିମାନୀ ହେବେ । ସହ-ଯୋଗୀ ବ୍ୟବସାୟ ଲାଭଜନକ ହେବ । ଶତ୍ରୁମାନେ କ୍ଷତି ସାଧନ କରିବାକୁ ଉଦ୍ୟମ ଚଳାଇ ପାରନ୍ତି । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୭ ।
ଚାଷୀ- ଜୈବିକ ସାର ମାଟିରେ ବ୍ୟବହାର ଉଚିତ୍ ।
ରୋଗୀ- ସାମାନ୍ୟ ସୁସ୍ଥ ଅନୁଭବ କରିବେ ।
ଛାତ୍ରଛାତ୍ରୀ- ଯୋଗ, ସ୍ମରଣ ଶକ୍ତି ବଢାଇଥାଏ ।
କର୍ମଜୀବି- ଜଳଯାତ୍ରା ମନା ।
ବ୍ୟବସାୟୀ- ବିଜୟୀ ହେବେ ।
ଗୃହିଣୀ- ପୂଜା ପାଠରେ ବ୍ୟସ୍ତ ରହିବେ ।

ମକର – ମନସ୍କାମନା ପୂର୍ଣ୍ଣ ହୋଇପାରେ । ସେବକ ମନୋଭାବ ନେଇ କାର୍ଯ୍ୟ କରିବେ । ବ୍ୟବସାୟ ଲାଭଜନକ ହେବ । କାର୍ଯ୍ୟ ସଂପାଦନ ପାଇଁ ପତ୍ନୀଙ୍କ ପରାମର୍ଶ ନେବାକୁ ପଡିବ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୨ ।
ଚାଷୀ- ଆଧୁନିକ ପଦ୍ଧତିରେ ଚାଷ କାର୍ଯ୍ୟ କରିବେ ।
ରୋଗୀ- ସାମାନ୍ୟ ସୁସ୍ଥ ଅନୁଭବ କରିବେ ।
ଛାତ୍ରଛାତ୍ରୀ- ଗ୍ରୀନ୍ ରଙ୍ଗର ଆସନରେ ବସି ପଢନ୍ତୁ ।
କର୍ମଜୀବି- ଉନ୍ନତିର ମାର୍ଗ ମିଳିବ ।
ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।
ଗୃହିଣୀ- ସୁଖଭାରା ଦିନଟି ।

କୁମ୍ଭ – ଲକ୍ଷ୍ୟ ହାସଲ କରି ଆତ୍ମସନ୍ତୋଷ ଲାଭ କରିବେ । କେତେକ କ୍ଷେତ୍ରରେ ବ୍ୟୟ ଅଯଥା ହୋଇପାରେ । ଭାଇମାନଙ୍କ ଉପରେ ସ୍ନେହଭାବ ରହିବ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୧ ।
ଗୃହିଣୀ- ପାରିବାରିକ କାର୍ଯ୍ୟରେ ବ୍ୟସ୍ତ ରହିବେ ।
ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।
କର୍ମଜୀବି- କାର୍ଯ୍ୟ ତତ୍ପର ରହିବେ ।
ଛାତ୍ରଛାତ୍ରୀ- ବହୁ ପରିଶ୍ରମ କରିବାକୁ ପଡିବ ।
ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ ।
ଚାଷୀ- ଜଳବାୟୁ ବିଭାଗ ସହ ଯୋଗା ଯୋଗ ରଖନ୍ତୁ ।

ମୀନ – କାର୍ଯ୍ୟ ଧୀରେଧୀରେ କରାୟତ୍ତ ହେବ । ମିତ୍ରତା ସୁଦୃଢ ହେବ । କର୍ମଚଞ୍ଚଳ ରହିବେ । କନ୍ୟା ସନ୍ତାନ ଦ୍ୱାରା ଉପକୃତ ହେବେ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୬ ।
ଚାଷୀ- ଜଳ ସଞ୍ଚୟ କରନ୍ତୁ ।
ରୋଗୀ- ସାମାନ୍ୟ ସୁସ୍ଥ ଅନୁଭବ କରିବେ ।
ଛାତ୍ରଛାତ୍ରୀ- ବିଜ୍ଞ ହେବେ ।
କର୍ମଜୀବି- କାର୍ଯ୍ୟ ବ୍ୟସ୍ତ ରହିବେ ।
ବ୍ୟବସାୟୀ- ଅର୍ଥ ଲାଭ ହେବ ।
ଗୃହିଣୀ- ସୁଖୀ ହେବେ ।

   Related Posts