ଶୁକ୍ରବାର ରାଶିଫଳ: ଜାଣନ୍ତୁ କିପରି କଟିବ ଆପଣଙ୍କ ଦିନ

Published By : Prameya-News7 Bureau | May 14, 2020 IST

ମେଷ – କୁଳ ପ୍ରଦୀପ ହୋଇପାରନ୍ତି । ଜଣେ ସମ୍ମାନିତ ବ୍ୟକ୍ତି ଭାବେ ନିଜର ପରିଚୟ ସୃଷ୍ଟି କରିବେ । ମନ ପ୍ରସନ୍ନ ରହିବ । ଦୟାଳୁ ସ୍ୱଭାବର ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । ଯଶସ୍ୱୀ ହେବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୩ ।

ବୃଷ – ଭାଗ୍ୟଶାଳୀ ଓ ଉଦ୍ୟୋଗୀ ହେବେ । ଭୋଗ-ବିଳାସ କରିପାରନ୍ତି । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ । ଧର୍ମାତ୍ମା, ପ୍ରବାସପ୍ରିୟ ବିଦ୍ୱାନ୍‌, ସାହସୀ ଓ ସମ୍ପତ୍ତିବାନ୍ ହୋଇପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୬ ।

ମିଥୁନ - କାର୍ଯ୍ୟରେ ସଫଳତା ଲାଭ କରିବେ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ସ୍ୱାଭିମାନୀ ହେବେ । ଯୁଗ୍ମ ବ୍ୟବସାୟ ଲାଭଜନକ ହେବ । ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ଉଚ୍ଚ ସ୍ଥାନ ଆରୋହଣ ଓ ଜଳଯାତ୍ରା ମନା । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୧ ।

କର୍କଟ – ନିଜ ଶକ୍ତି ବଳରେ କାର୍ଯ୍ୟ କରି ଚାଲିବେ । ବନ୍ଧୁ ସହାୟତା ପାଇ ଖୁସି ହେବେ । ବ୍ୟବସାୟ ଲାଭଜନକ ହେବ । ଜଣେ ସମାଜସେବୀ ଭାବେ ନିଜର ପରିଚୟ ସୃଷ୍ଟି କରିବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୯ ।

ସିଂହ – ସାନ ଭାଇମାନଙ୍କ ପ୍ରତି ସ୍ନେହ ଭାବ ରହିବ । ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି । ଅବଶିଷ୍ଟ ଶାରିରୀକ ସୁସ୍ଥତା ଅନୁଭବ କରିପାରନ୍ତି । ଶାରିରୀକ ଶକ୍ତି ବୃଦ୍ଧି ହେବ । ଚାକିରି କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିବେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୨ ।

କନ୍ୟା – କ୍ରୋଧ ସମ୍ବରଣରେ ବହୁ ଶୁଭ ଫଳ ପାଇପାରନ୍ତି । ଖୁବ୍ ଶୀଘ୍ର ଆଗକୁ ବଢିବାକୁ ଉଦ୍ୟମ ଜାରି ରଖିବେ । ଆକସ୍ମିକ ଧନ ଲାଭର ସୂଚନା ମିଳୁଛି । ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୭ ।

ତୁଳା – ଉଦାର ସ୍ୱଭାବର ହୋଇପାରନ୍ତି । ଦାନ ଧର୍ମ ଉପରେ ଗୁରୁତ୍ୱ ଦେବେ । ବ୍ୟକ୍ତିତ୍ୱର ବିକାଶ ଘଟାଇ ପାରନ୍ତି । କୃଷି କାର୍ଯ୍ୟ ଉପରେ ଗୁରୁତ୍ୱ ଦେବେ । ବୁଦ୍ଧିମାନ୍ ଓ କୀର୍ତ୍ତିମାନ୍ ହେବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୫ ।

ବିଛା – ମନ ପ୍ରସନ୍ନ ରହିବ । ଆସ୍ତିକ ପ୍ରକୃତିର ,ମଧୁରଭାଷୀ, ପ୍ରେମୀ ଓ ସାହସୀ ହେବେ । ସାନ ଭାଇମାନଙ୍କ ଠାରୁ ଆଦର, ସମ୍ମାନ ପାଇବେ । ପୂଜାର୍ଚ୍ଚନାରେ ମନ ଦେବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୩ ।

ଧନୁ – ମନ ପ୍ରଫୁଲ୍ଲ ରହିବ । ଭାଗ୍ୟଶାଳୀ, ଉଦାର ସ୍ୱଭାବ ଓ ବିଦ୍ୟାପ୍ରେମୀ ହେବେ । ମିତ୍ର ସୁଖ ଲାଭ କରିବେ । ବିଭିନ୍ନ ଦିଗରୁ ଧନାଗମ ହେବାର ସୂଚନା ମିଳୁଛି । ସାମାଜିକ ସ୍ତରରେ ଆଦରଣୀୟ ହୋଇପାରିବେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୬ ।

ମକର – କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ । ଐଶ୍ୱର୍ଯ୍ୟଯୁକ୍ତ ଓ ମାଲିମୋକଦ୍ଦମାରେ ବିଜୟୀ ହେବେ । ବ୍ୟବସାୟ ପାଇଁ ଉଦ୍ୟମ ଚଳାଇ ପାରନ୍ତି । ଧନ ଲାଭ ହେବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୪ ।

କୁମ୍ଭ - ବିଭିନ୍ନ ସ୍ତରରୁ ସମ୍ମାନିତ ହେବା ଆଶା କରାଯାଏ । ଚଞ୍ଚଳମନା ହୋଇପାରନ୍ତି । ଖର୍ଚ୍ଚାନ୍ତ ହେବେ । ମଧୁରଭାଷା ବ୍ୟବହାର କରି ପରକୁ ଆପଣାର କରିପାରନ୍ତି । ଶୁଭ ରଙ୍ଗ ଲାଲ । ଶୁଭ ଅଙ୍କ ୭ ।

ମୀନ - ସୁଖ-ସନ୍ତୋଷ ଲାଭ କରିପାରନ୍ତି । ଲୋକପ୍ରିୟତା ଅର୍ଜନ କରିବେ । ସରକାରୀ ସ୍ତରରେ ସମ୍ମାନିତ ହୋଇପାରନ୍ତି । ସନ୍ତାନମାନେ ଗୁଣବାନ ଓ ଯଶସ୍ୱୀ ହେବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୧ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.