Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଶୁକ୍ରବାରର ରାଶିଫଳ : ଜାଣନ୍ତୁ ଆପଣଙ୍କ ରାଶିରେ କ’ଣ ରହିଛି ଶୁଭଫଳ

9/04/2020 at 8:15 PM

ମେଷ – ପ୍ରିୟା-ପ୍ରୀତି ତୋଷଣ ନୀତି ଅବଲମ୍ବନ କରିପାରନ୍ତି । କର୍ମକ୍ଷେତ୍ର ଉତ୍ସାହଜନକ ହେବ । ପାରିବାରିକ ସୁଖ, ଶାନ୍ତି ଅବ୍ୟାହତ ରହିବ । ବ୍ୟବସାୟ ଲାଭଜନକ ଓ ଅବିବାହିତଙ୍କ ବିବାହ ସମ୍ବନ୍ଧ ସ୍ଥିର ହୋଇପାରେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୬ ।

ବୃଷ – ଶତ୍ରୁର ଉପସ୍ଥିତି ମନରେ ଭୟ ସାର କରିପାରେ । ଶତ୍ରୁ ଦମନ ପାଇଁ ଯୋଜନା ପ୍ରସ୍ତୁତ କରିବେ ଓ ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ । ସୁସ୍ଥ ରହିବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୪ ।

ମିଥୁନ – କାର୍ଯ୍ୟ କରିବା ପୂର୍ବରୁ ଅଭିଜ୍ଞ ବ୍ୟକ୍ତିଙ୍କ ସହିତ ବିଶଦ ଭାବେ ଆଲୋଚନା କରିବେ । ଏଭଳି କାର୍ଯ୍ୟ କରିବେ ଯାହା ଜନତାଙ୍କୁ ଆକର୍ଷିତ କରିପାରନ୍ତି । ସତ୍‌-ପଥଗାମୀ ହେବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୭ ।

କର୍କଟ – ମନ ପ୍ରଫୁଲ୍ଲ ରହିବ । ପାରିବାରିକ ଶାନ୍ତି ଅବ୍ୟାହତ ରହିବ । ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି । ପ୍ରୀତି ଲାଭ କରିପାରନ୍ତି । ଉନ୍ନତି ମାର୍ଗରେ ଆଗକୁ ବଢିବେ । କୃଷି ଉପରେ ଧ୍ୟାନ ଦେବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୩ ।

ସିଂହ – ସାମାଜିକ ସ୍ତରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି । ପାରିବାରିକ ସୁଖ-ସମୃଦ୍ଧି ଅବ୍ୟାହତ ରହିବ । କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ । ବିବାଦୀୟ ପ୍ରତିଯୋଗିତାରେ ବିଜୟୀ ହେବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୯ ।

କନ୍ୟା – ଆଶାବାଦୀ ହୋଇପାରନ୍ତି । ଦେବଦର୍ଶନ କରିପାରନ୍ତି । ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି । ଅତିଥି, ଗୁରୁ ଓ ଦେବପୂଜା ନିରତ ହୋଇପାରନ୍ତି । ଶୁଭ କର୍ମରେ ଧନବ୍ୟୟ କରିବେ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୫ ।

ତୁଳା – ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉମ ଭୋଜନରେ ଆପ୍ୟାୟିତ ହେବେ । ଧନବାନ୍ ହେବେ । ଗୁଣଯୁକ୍ତ ହୋଇପାରନ୍ତି । ଉପାର୍ଜନ ଅଧିକ ହେବାର ସୂଚନା ମିଳୁଛି । ଦାମ୍ପତ୍ୟ ସୁଖ ମିଳିବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୨ ।

ବିଛା – ନିଜ ପାଇଁ ଆବଶ୍ୟକ କାର୍ଯ୍ୟରେ ଅଧିକ ବ୍ୟୟ କରିପାରନ୍ତି । ଦ୍ରବ୍ୟ ନଷ୍ଟ ହେବାର ସମ୍ଭାବନା ଅଛି । ବନ୍ଧୁ ଦର୍ଶନ ଆପଣଙ୍କ ପକ୍ଷେ ଆନନ୍ଦଦାୟକ ହେବ । ପାରମ୍ପାରିକ କାର୍ଯ୍ୟରେ ସଫଳତା ମିଳିବ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୬ ।

ଧନୁ – ଆୟ ବୃଦ୍ଧିର ସୂଚନା ମିଳୁଛି । ବ୍ୟବସାୟ ଲାଭଜନକ ହେବ । କର୍ମକ୍ଷେତ୍ରରେ ସଫଳତା ମିଳିବ । ନାନାବିଧ ସମ୍ମାନର ଅଧିକାରୀ ହେବେ । ଯାନବାହନ ସୁଖ ମିଳିବ । ପ୍ରସନ୍ନତା ଲାଭ କରିବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୪ ।

ମକର – ଅସାଧ୍ୟ କାର୍ଯ୍ୟକୁ ସାଧନ କରିପାରନ୍ତି । କର୍ମତତ୍ପରତା ପ୍ରକାଶ ପାଇବ । ପାରିବାରିକ ସୁଖ ଅବ୍ୟାହତ ରହିବ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଦୀର୍ଘଦିନର ଆଶା ପୂରଣ ହୋଇପାରେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୭ ।

କୁମ୍ଭ – କାର୍ଯ୍ୟରେ ଉତ୍ସାହ ବୃଦ୍ଧି ପାଇବ । ସେବା କ୍ଷେତ୍ରରେ ନିଜକୁ ନିୟୋଜିତ କରିପାରନ୍ତି । ଦିନଟି ଭିତରେ ମଧ୍ୟମ ଧରଣର ଶୁଭଫଳ ମିଳିବ । ଧନବାନ୍ ହୋଇପାରନ୍ତି । ବହୁ ଦ୍ରବ୍ୟ ଲାଭର ସୂଚନା ମିଳୁଛି । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୧ ।

ମୀନ – ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଆତ୍ମ ସମ୍ମାନ ପ୍ରତି ଧ୍ୟାନ ଦେବାକୁ ପଡିବ । ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ଜଳଯାତ୍ରା ନ କରିବା ଭଲ । ଉଚ୍ଚ ସ୍ଥାନ ଆରୋହଣ ମନା । ସର୍ବ ସୁଖ ମିିଳିପାରେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୩ ।

   Related Posts