ଶୁକ୍ରବାର ଦିନ ଏହି ରାଶିର ବ୍ୟକ୍ତିଙ୍କ ଉପରେ ହୋଇପାରେ ଧନବର୍ଷା- ଜାଣନ୍ତୁ ସମ୍ପୂର୍ଣ୍ଣ ରାଶିଫଳ

Published By : Prameya-News7 Bureau | April 02, 2020 IST

ମେଷ – ଚନ୍ଦ୍ର ଏକାଦଶରେ ରବି ଯୋଗୁ କେତେଦିନ ହେଲା ଯାହା ପାଇବା ପାଇଁ ଭାବୁଥିଲେ ତାହା ଆଜି ସହଜ ଓ ସୁବିଧାରେ ପାଇଯିବେ । କେତେକ କ୍ଷେତ୍ରରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୫ ।

ବୃଷ – ଶୁକ୍ରଙ୍କ ଦଶମରେ ବୁଧ ହେତୁ ଆଥିôକ ସ୍ଥିତି ଭଲ ରହିବା ସହ ବନ୍ଧୁଙ୍କ ସହ ଫଳପ୍ରଦ ଆଲୋଚନା କରିବେ । ସ୍ୱାସ୍ଥ୍ୟ ବିଶେଷ କିଛି ଖରାପ ନ ଥିଲେ ମଧ୍ୟ ବିଭିନ୍ନ ପ୍ରକାର ଘରୋଇ ଝମେଲା କାରଣରୁ ମନଟା ଭଲ ରହିବ ନାହିଁ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୩ ।

ମିଥୁନ - ବୁଧଙ୍କ କେନ୍ଦ୍ରରେ ଶୁକ୍ର ଓ ଚନ୍ଦ୍ର ହେତୁ ବହୁତ ଦିନ ହେଲା ଅଟକି ରହିଥିବା କାମ ଗୁଡିକ ଆଜି ସୁବିଧାରେ ହୋଇଯିବ । ଦ୍ୱନ୍ଦରେ ପଡି ବନ୍ଧୁମାନଙ୍କ କଥାକୁ ଓଲଟା ବୁଝି ମନକୁ ଭାରାକ୍ରାନ୍ତ କରିପାରନ୍ତି । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୯ ।

କର୍କଟ – ଶନି ଓ ରାହୁଙ୍କ ଷଡାଷ୍ଟକ ସ୍ଥିତି କଠିନ ଶ୍ରମ ସାଙ୍ଗକୁ ବହୁତ ଖର୍ଚ୍ଚାନ୍ତ ମାନସିକ ଅଶାନ୍ତି ସୃଷ୍ଟି କରିବ । ସାଧାରଣ କଥାକୁ କେନ୍ଦ୍ର କରି ପାରିବାରିକ ଜୀବନରେ ଭୁଲ୍ ବୁଝାମଣା ସୃଷ୍ଟି ହେବାର ଆଶଙ୍କା ରହିଛି । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୪ ।

ସିଂହ – ରବି କେନ୍ଦ୍ରରେ ରାହୁ ଆପଣଙ୍କ ଆଶା ଓ ଅଭିଳାଷକୁ ପୂରଣ କରିବାକୁ ଦେବ ନାହିଁ । ସ୍ୱାସ୍ଥ୍ୟ କ୍ରମଶଃ ଅବନତି ଦିଗକୁ ଗତି କରିପାରେ, ଏଣୁ ସାବଧାନତା ଅବଲମ୍ବନ କରିବା ଭଲ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୧ ।

କନ୍ୟା – ପରିବାର ସ୍ଥାନରେ କେତୁ ଯୋଗୁ ଯିଏ ଯାହା କହିଲେ ଆପଣଙ୍କୁ ତାହା ଖୁସି କରାଇପାରିବ ନାହିଁ । ଇଚ୍ଛା ନ ଥିଲେ ମଧ୍ୟ ବନ୍ଧୁଙ୍କ ଅନୁରୋଧରେ କୌଣସି କାମ କରିବା ସକାଶେ ମନ ବଳାଇବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୮ ।

ତୁଳା – ବୁଧଙ୍କ ସ୍ଥିତି ପ୍ରଭାବରେ ବନ୍ଧୁ ବିଦ୍ୱେଷ ସାଙ୍ଗକୁ ପାଇବା ଜିନିଷ ମଧ୍ୟ ହରାଇବାକୁ ପଡିପାରେ । ଆଲୋଚନା ପରିସରରେ ବିଭିନ୍ନ ପ୍ରକାର କଥା କହିବା କାରଣରୁ ବିବାଦ ବଢିପାରେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୫ ।

ବିଛା – ରାଶ୍ୟଧିପ ଉଚ୍ଚ ସ୍ଥାନରେ ରହିଲେ ମଧ୍ୟ ଅନ୍ୟ ଦୁଇଟି ଗ୍ରହ ଉଦ୍ୟମ ଓ ଚିନ୍ତାଧାରାରେ ବ୍ୟତିକ୍ରମ ସୃଷ୍ଟି କରିବେ । ପରିବାରରେ ଟିକିଏ ଟିକିଏ କଥାରେ ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିପାରେ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୩ ।

ଧନୁ – ବନ୍ଧୁକାରକ ବୁଧ ତୃତୀୟସ୍ଥ ଯୋଗୁ ସହକର୍ମୀଙ୍କ ଠାରୁ ଭୁଲ୍ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି । ପଡୋଶୀଙ୍କୁ ବିନୟପୂର୍ବକ ପ୍ରିୟ କଥା କହି ଭୁଲ୍ ବୁଝାମଣା ହେତୁକ ସମସ୍ୟାକୁ ସୁଧାରି ନେବେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୮ ।

ମକର – ମଙ୍ଗଳଙ୍କ ଶୁଭ ଦୃଷ୍ଟି ପାରିବାରିକ ଜୀବନରେ ଖୁସି ଓ ଆନନ୍ଦର ବାତାବରଣ ସୃଷ୍ଟି କରିବ । ମାନସିକ ଅଶାନ୍ତି କ୍ରମଶଃ ବୃଦ୍ଧି ପାଇବା କାରଣରୁ ମନରେ ସରସତା ରହିବ ନାହିଁ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୬ ।

କୁମ୍ଭ - ଶୁକ୍ର ଯୁକ୍ତ ଚନ୍ଦ୍ର ପ୍ରଭାବରେ ସବୁ ଦୁଃଖକୁ ପଛରେ ପକାଇ ପରିବାର ସହ ହସଖୁସିରେ ସମୟ କଟାଇବେ । ବହୁ ଦିନ ହେଲା ଯେଉଁ ଜିନିଷଟି ନ ପାଇ ବ୍ୟସ୍ତ ହେଉଥିଲେ ଆଜି ତାହା ଅତି ସୁବିଧାରେ ପାଇଯିବେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୧ ।

ମୀନ - ଷଷ୍ଠାଧିପ ରାଶିରେ ଅବସ୍ଥାନ କରୁଥିବାରୁ ଜଣାଶୁଣା ବ୍ୟକ୍ତି କିମ୍ବା ପ୍ରଭାବଶାଳୀ ବିଶିଷ୍ଟ ବ୍ୟକ୍ତିଙ୍କ ସହ ମତାନ୍ତର ଘଟିପାରେ । ଅଟକି ଥିବା କାମଗୁଡିକ ସୁବିଧାରେ ସମ୍ପନ୍ନ ହେବା କଷ୍ଟକର ହୋଇପଡିବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୬ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.